ବଲେବଲେ ଢାବା ଓ ଧର୍ମଶାଳା ଭବନରେ ରଙ୍ଗୀନ ହେଉଥିଲା ରାତି !
by Argus News
Sat, Jun 29 | 7:47 p.m.
  • ବଲେବଲେ ଢାବା ଓ ଧର୍ମଶାଳା ଭବନରେ ରଙ୍ଗୀନ ହେଉଥିଲା ରାତି !
  • ରାତିରେ ରଙ୍ଗୀନ ହେଉଥିଲେ ରାଜନେତା, ଖଣି ମାଫିଆ, ସେଲିବ୍ରେଟି ! 
  • ପୁଣି ବିବାଦରେ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ
  • ଚର୍ଚ୍ଚାରେ ବିଜେଡିର ଟାଣୁଆ ନେତା ପ୍ରଣବ ପ୍ରକାଶ ଦାସ ଓ ପ୍ରୀତିରଞ୍ଜନ ଘଡେଇ
  • ନଗଡାକୁ ନେଇ ପରିଚିତ ଯାଜପୁରରେ , ରାତିକୁ ରଙ୍ଗୀନ କରୁଥିଲେ ରାଜନେତା
  • ବଲେ ବଲେ ଢାବାରେ ଚାଲିଥିଲା ନେତାଙ୍କ ଖଟିଆ ସେବା
  • ପ୍ରଶାସନର ଲଟକା ଲାଗିବା ପରେ ଖାଲି ହୋଇଛି ଢାବା, ହେଲେ ଖୋଲିନି ଗୁମର
  • ପୁଣିଥରେ ବବି , ଡ୍ୟାନି ଓ ଜିତୁଙ୍କ ଭୂମିକାକୁ ନେଇ ଉଠିଲା ପ୍ରଶ୍ନ

ଅର୍ଗସ ବ୍ୟୁରୋ:  ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ନେଉଳପୁର ନିକଟରେ ଜାତୀୟ ରାଜପଥ ପାଶ୍ୱରେ ଥିବା ଧର୍ମଶାଳା ଭବନ । ଆଉ ଧର୍ମଶାଳା ଭବନ ନିକଟରେ ରହିଥିବା ବଲେ ବଲେ ଢାବାକୁ ନେଇ ବଡ ବିବାଦ । ଲୋକଙ୍କ ଅଭିଯୋଗ ଏଠି ଦିନରେ ଢାବା ଚାଲେ ଆଉ ରାତିରେ ରଙ୍ଗୀନ ହୁଅନ୍ତି ରାଜନେତା ଓ ଖଣି ମାଫିଆ । ଲୋକଙ୍କ ଅଭିଯୋଗ ପରେ ଧର୍ମଶାଳାର ନୂଆ ବିଧାୟକ ହିମାଶୁଂ ଶେଖର ସାହୁଙ୍କ ନିର୍ଦେଶରେ ବ୍ଲକ ପ୍ରଶାସନ ଲଗାଇଥିଲା ଲଟକା । ଆଉ ଆଜି ବଲବଲେ ଢାବାକୁ ଖାଲି କରିଛନ୍ତି ମାଲିକ । ତେବେ ଏଠି ବଡ ପ୍ରଶ୍ନ ଛିଡା ହୋଇଛି। ଆଉ ଧର୍ମଶାଳା ବ୍ଲକ ପ୍ରଶାସନର ଲଟକା ମାରିବା ପରେ ଏବେ ସେ ଖାଲି କରିଛନ୍ତି ଢାବା । ଆଉ ଲୋକେ ଖୋଲିଦେଇଛନ୍ତି ଢାବାରେ ଚାଲିଥିବା କଳା କେଳେଙ୍କାରୀର ଗୁମର।

 ଧର୍ମଶାଳା ନିର୍ବାଚନ ମଣ୍ଡଳୀ । ଖଣିଲୁଟ୍ ପାଇଁ ଚର୍ଚ୍ଚାରେ ଥିଲା ଧର୍ମଶାଳା । ଧର୍ମଶାଳା ନିର୍ବାଚନ ମଣ୍ଡଳୀର କଳାପାହଡ ଖାଦାନ ଡଙ୍କାରୀ ଓ ବିଛାଖଣ୍ଡି, ରାହାଡପୁର ଓ ଆରୁହା । ଆଉ ଏଠି ବି ଚାଲିଛି ତାମିଲ ବେପାରୀଙ୍କ ରାଜ । ବେଆଇନ୍ ଭାବେ ଖଣି ଉତ୍ତୋଳନ ହୋଇ ହଜାର ହଜାର କୋଟି ହେଉଛି ଲୁଟ୍ । ଯାଜପୁର ଜିଲ୍ଲାର 3 ପରିବାରର ଛତ୍ରଛାୟା ଚାଲିଥିଲା ଏଠି ମହା ଲୁଟ । ଏଠି ଲୋକଙ୍କ ସ୍ୱପ୍ନକୁ କରାଯାଉଥିଲା ଚୋରି  । ଆଉ ପ୍ରାଚ୍ୟୁର୍ଯ୍ୟ ଭରା ଅଞ୍ଚଳକୁ ରାତି ରାତି ବନାଯାଉଥିଲା ନଗଡା । ଏହିପରି ନେତାମାନେ ଏହି କଳାହୀରା ଲୁଟର ମାଷ୍ଟର ମାଇଣ୍ଡ ବୋଲି ସବୁବେଳେ ଅଭିଯୋଗ ଆସୁଥିଲା । ଆଉ ଏବେ ଧର୍ମଶାଳା ଭବନ ଓ ବଲେବଲେ ଢାବାର କେଳେଙ୍କାରୀ ଲୋକଲୋଚନକୁ ଆସିବା ପରେ ଏହାକୁ ନେଇ ଏବେ ଉଠିଛି ବଡ ପ୍ରଶ୍ନ ।

ଧର୍ମଶାଳା ଭବନର ବଲେବଲେ ଢାବା। ଏଠି ଅଟକେ ବଡବଡ ରାଜନେତା, ଖଣିମାଫିଆ ଓ ସେଲିବ୍ରେଟିଙ୍କ ଗାଡି । ଅଭିଯୋଗ ଏଠି ବିଧାୟକ ଓ ସାଂସଦଙ୍କ ଲ୍ୟାଡଫଣ୍ଡରେ ବେଆଇନ୍ ଭାବେ ଗଢା ହୋଇଥିଲା ଢାବା । ଆଉ ଏବେ ଗୁମର ଖୋଲିବା ପରେ ବିବାଦକୁ ଆସିଛନ୍ତି ବିଜେଡିର ଗଣ୍ଡାଗଣ୍ଡା ହେଭିୱେଟଙ୍କ ସମେତ ଆଗଧାଡିର ସେଲିବ୍ରେଟି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ହାତୀ
ହାତୀ ମଣିଷ ଲଢ଼େଇ ରୋକିବାକୁ ବନ ବିଭାର ବଡ ପ୍ଲାନ
ଭୁବନେଶ୍ୱର: ହାତୀ ମଣିଷ ଲଢ଼େଇ ରୋକିବାକୁ ବନବିଭାର ବଡ଼ ପ୍ଲାନ୍। ସ୍କାନରରେ ରହିବେ ଲୋନଲି ଟସ୍କର। ଅମାନିଆ ଦନ୍ତାଙ୍କ ଆଚରଣ ସୁଧାରିବ ବନ ବିଭାଗ। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଲେ
RAIL LINE
ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ ନିର୍ମାଣ ଆଗେଇବାର ହେଲା ସମୀକ୍ଷା
ଅର୍ଗସ ବ୍ୟୁରୋ: ରାଜ୍ୟରେ ଦ୍ରୁତଗତିରେ ଆଗେଇ ଚାଲିବ ରେଳ ପ୍ରକଳ୍ପ । ରେଳ ସଦନରେ ରେଳ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ଏନେଇ ସ୍ପଷ୍ଟ ସୂଚନା ମିଳିପାରିଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛ
ଫୌଜଦାରୀ ଆଇନ
ବ୍ରିଟିଶ ଆଇନର ହେଲା ଭାରତୀୟକରଣ
ଅର୍ଗସ ବ୍ୟୁରୋ: ଭାରତରେ ଆଉ ଚଳିବନି ୧୬୦ ବର୍ଷ ପୂର୍ବ ବ୍ରିଟିଶ ଅମଳର ଫୌଜଦାରୀ ଆଇନ । ଅପରାଧିକ ନ୍ୟାୟ ପ୍ରଣାଳୀରେ ଆଜିଠୁ ହୋଇଛି ଆମୂଳଚୂଳ ପରିବର୍ତ୍ତନ । ଭାରତୀୟ ଦଣ୍ଡବିଧି ଆଇନରେ ବ୍ୟାପ