ଶିଳ୍ପୀଙ୍କୁ ମିଳୁନି ଉଚିତ୍ ପାରିଶ୍ରମିକ, ସରକାରୀ ଆର୍ଥିକ ସହାୟତା ଓ ବଜାର ଅଭାବ ମୁଖ୍ୟ କାରଣ
by Argus News
Thu, Jun 27 | 7:17 p.m.

ଅର୍ଗସ ବ୍ୟୁରୋ: ଡୋକ୍ରା ଶିଳ୍ପ ଭାରତର ବହୁ ପୁରାତନ ଓ ପ୍ରାଚୀନ ଶିଳ୍ପକଳା ମଧ୍ୟରୁ ଅନ୍ୟତମ । ପିତ୍ତଳ ଧାତୁକୁ ବ୍ୟବହାର କରି ସୁନ୍ଦର ସୁନ୍ଦର ମୂର୍ତ୍ତିମାନ ତିଆରି କରାଯାଇଥାଏ । ସର୍ବ ପୁରାତନ ସଭ୍ୟତା ମହେଞ୍ଜୋଦାର ସମୟରେ ଏହି କଳାର ବହୁଳ ବ୍ୟବହାର କରାଯାଉଥିବାର ପ୍ରମାଣ ମିଳିଥିଲା । ବଂଶାନୁକ୍ରମେ ଏହି ଶିଳ୍ପକଳା ଚାଲି ଆସୁଛି।  ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ବ୍ଲକରେ ଗଢ଼ି ଉଠିଥିବା ଡୋକ୍ରା ହସ୍ତତନ୍ତ୍ର ଶିଳ୍ପର ରହିଛି ସ୍ବତନ୍ତ୍ର ପରିଚୟ । ହେଲେ ଏବେ ଡୋକ୍ରା ଶିଳ୍ପାୟନରୁ ମୁହାଁ ଫେରାଇଲେଣି ଶିଳ୍ପୀ ।

ଡୋକ୍ରା କାରିଗର ଏବେ ଅବହେଳିତ । କୌଣସି ପ୍ରକାର ସରକାରୀ ସହାୟତା ମିଳୁ ନ ଥିବାରୁ ଶିଳ୍ପୀଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ହୋଇପାରୁନି । ବହୁ ଦିନରୁ  ସୋସାଇଟି ମାନ ଖୋଲା ଯାଇଥିଲେ ବି ପରିଚାଳନାଗତ ତ୍ରୁଟି ଯୋଗୁଁ ଏବେ ବନ୍ଦ ପଡିଛି । ଶିଳ୍ପୀଙ୍କୁ ମିଳୁନି ଉଚିତ୍ ପାରିଶ୍ରମିକ, ବରିଷ୍ଠ ତାଲିମ ଗୁରୁଙ୍କୁ ଅଣଦେଖା ସହ ମାର୍କେଟିଂର ଅଭାବ ବି ମୁଖ୍ୟ କାରଣ। ପ୍ରଦର୍ଶନୀ ପାଇଁ ଡିଆଇସି ପକ୍ଷରୁ କୌଣସି ସୂଚନା ଓ ସହାୟତ ମିଳୁନାହିଁ । ଫଳରେ ବାଧ୍ୟ ହେଇ କାରିଗର ମାନେ ତାଙ୍କର ମୂର୍ତ୍ତିକୁ ଖୋଲା ବଜାରରେ ଅଳ୍ପ ମୂଲ୍ୟରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଉଦାସୀନ ମନୋଭାବ ଯୋଗୁଁ ଲୋପ ପାଇବାକୁ ବସିଲାଣି ଏହି କୌଳିକ ବୃତ୍ତି ଡୋକ୍ରା ଶିଳ୍ପାୟନ। ସରକାରୀ ପ୍ରୋତ୍ସାହନ ମିଳିଲେ ଆଗମୀ ଦିନରେ ଏହାପ୍ରତି ଶିଳ୍ପୀଙ୍କ ଆଗ୍ରହ ବଢିବ ବୋଲି ଆଶା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ନରେନ୍ଦ୍ର ମୋଦି
1m ago
ଆଜି ଲୋକସଭାରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଅର୍ଗସ ବ୍ୟୁରୋ: ଆଜି ଲୋକସଭାରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ମତ ରଖିବେ । ତୃତୀୟ ଥ
ସଲମାନ ଖାନ
ଐଶ୍ୱର୍ଯ୍ୟା କି କ୍ୟାଟ୍ରିନା ନୁହେଁ...ଏହି ଅଭିନେତ୍ରୀ ହୋଇଥାନ୍ତେ ସଲମାନଙ୍କ ପତ୍ନୀ
ଅର୍ଗସ ବ୍ୟୁରୋ: ସଲମାନ ଖାନଙ୍କ ବାହାଘରକୁ ନେଇ ସବୁବେଳେ କିଛି ନା କିଛି ଗୁଜବ ଶୁଣିବାକୁ ମିଳେ । କହିବାକୁ ଗଲେ ତାଙ୍କ ବାହାଘର ବଲିଉଡର ସବୁଠୁ ବଡ ମିଷ୍ଟ୍ରି । ସେ କାହାକୁ ବାହା ହେବେ
ଅଣସର ଭାର
ମାମୁଁ ଭଣଜାର ଅନନ୍ୟ ପରମ୍ପରା, ମାଧବ ପୀଠରୁ ବାହାରିଲା ଅଣସର ଭାର
ନିଆଳି: ଆଜି ସକାଳୁ ସକାଳୁ ପ୍ରଭୁ ଜଗନ୍ନାଥଙ୍କ ମାମୁଁ ଘର ନିଆଳି ମାଧବ ପୀଠରୁ ଅଣସର ଭାର ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଛି । ବିଭିନ୍ନ ପ୍ରକାର ଫଳ ମୂଳ ସହ ଦିବ୍ୟ ବଞ୍ଜନ ନେ