ଚେନାବ ବ୍ରିଜ; ବିଶ୍ୱର ସବୁଠୁ ଉଚ୍ଚା ରେଳ ବ୍ରିଜ
by Argus News
Wed, Dec 18 | 7:04 p.m.

ଅର୍ଗସ ବ୍ୟୁରୋ: ଚେନାବ ବ୍ରିଜ୍ । ଜମ୍ମୁ କଶ୍ମୀରରେ ନିର୍ମାଣାଧୀନ ଉଦ୍ଧମପୁର-ଶ୍ରୀନଗର-ବାରମୁଲା (ୟୁଏସବିଆରଏଲ) ରେଳ ପ୍ରକଳ୍ପର ଏକ ପ୍ରମୁଖ ଅଂଶ । ଏହାକୁ ଉତ୍ତର ରେଳପଥ ପକ୍ଷରୁ ନିର୍ମାଣ କରାଯାଇଛି । ବଣ ପାହାଡ ଘେରା କାଶ୍ମୀରରେ ନିର୍ମାଣ ହୋଇଥିବା ବିଶ୍ବର ସବୁଠୁ ଉଚ୍ଚତା ବିଶିଷ୍ଟ ଏହି ଚେନାବ ବ୍ରିଜ ଦୁନିଆର ଅଷ୍ଟମ ଆଶ୍ଚର୍ଯ୍ୟ । ଅବିଶ୍ବନୀୟ ଇଞ୍ଜିନିୟରିଂ ର ଏକ ଲେଖା ଜୁଖା ପ୍ରମାଣ । ଆଧୁନିକ ଭାରତର ଗର୍ବ ଗୌରବ ଏହି ଚେନାଵ ବ୍ରିଜ । ଚୀନ ଓ ପାକିସ୍ତାନ ଭଳି ଦେଶର ଅନୁପ୍ରବେଶ କାରୀଙ୍କ ପାଇଁ ସତର୍କ ଘଣ୍ଟି ।

ଉଦ୍ଧମପୁର-ଶ୍ରୀନଗର-ବରମୁଲ୍ଲା ରେଲ ଲିଙ୍କ୍ ର ସବୁଠୁ ମୁକ୍ସିଲ ପାର୍ଟ ଥିଲା ଚେନାବ ବ୍ରିଜ ନିର୍ମାଣ । ଯାହା ଉପରେ ସମଗ୍ର ଦୁନିଆର ନଜର ଥିଲା । ସମସ୍ତେ କହୁଥିଲେ ଭାରତ ଏହାକୁ କେମିତି କରିବ କିନ୍ତୁ ଭାରତ ସରକାର, ଇଣ୍ଡିଆନ ରେଲୱେ ଓ ଭାରତୀୟ ଇଞ୍ଜିନିୟରିଂ ଏହାକୁ କାର୍ଯ୍ୟରେ କରି ଦେଖେଇ ଦେଇଛନ୍ତି । 

ସଙ୍ଗଲଦାନରୁ ରିଆସି ମଧ୍ୟରେ ରହିଛି ଏହି ଚେନାବ ବ୍ରିଜ । ବିଶ୍ୱର ସବୁଠୁ ଉଚ୍ଚା ରେଳ ବ୍ରିଜ ଭାବେ ପରିଗଣିତ ହୋଇଛି ଏହି ଚେନାଵ ବ୍ରିଜ । ୧୮ ଟି ପିଲର ଉପରେ ନିର୍ମାଣ ହୋଇଥିବା ଚେନାଵ ବ୍ରିଜ ର ଉଚ୍ଚତା ୩୫୯ ମିଟର । ଯାହାକି ୩୩୦ ମିଟର  ଆଇଫିଲ ଟାୱାର  ଠୁ ବି ଅଧିକ ଉଚ୍ଚତା ବିଶିଷ୍ଟ । ଚେନାଵ ନଦୀ ଉପରେ ନିର୍ମାଣ ହୋଇଥିବା ଏହି ବ୍ରିଜ ୧୩୧୫ ମିଟର ଲମ୍ବା । ଏହି ବ୍ରିଜର ଭାର ସହିଥିବା ୧୮ ଟି ପିଲର ମଧ୍ୟରୁ ସବୁଠାରୁ ଉଚ୍ଚା ସିମେଣ୍ଟ ପିଲର ୪୯ ମିଟର ର ହୋଇଥିବା ବେଳେ ସବୁଠୁ ଉଚା ଷ୍ଟିଲ ପିଲର ୧୩୦ ମିଟର ଉଚ୍ଚତା ବିଶିଷ୍ଟ । 

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବ୍ରିଜକୁ ଏତେ ମଜଭୁତ କରାଯାଇଛି ଯେ ମାଇନସ ୨୦ ଡିଗ୍ରୀ ତାପମାତ୍ରା ହେଉ କି ୨୬୦ କିଲୋମିଟର ବେଗରେ ପବନ ବହିଲେ ବି ଏହି ପୋଲର କୌଣସି କ୍ଷତି କରି ପାରିବ ନାହିଁ । ଏପରିକି ୮.୦ ରେକ୍ଟରସେଲର ଭୂମୀକମ୍ପ ମଧ୍ୟ ଏହି ବ୍ରିଜର କୌଣସି କ୍ଷତି କରି ପାରିବ ନାହିଁ । କେବଳ ଏତିକି ନୁହେଁ ୪୦ କେଜିର ବିସ୍ଫୋରକ ସାମଗ୍ରୀ ଦ୍ୱାରା ଏହି ବ୍ରିଜ ଉପରେ ବ୍ରିଜ ଉପରେ ଆଟାର୍କ କଲେ ମଧ୍ୟ କୌଣସି କ୍ଷତି ହେବ ନାହିଁ । ଯଦି ବି ବ୍ରିଜର କୌଣସି ବି ଗୋଟେ ପିଲାର ନଷ୍ଟ ହେଉଛି ତଥାପି ବ୍ରିଜ ଉପରେ ଭାରତୀୟ ରେଳ ଦୌଡ଼ିବା ରେ କୌଣସି ଅସୁବିଧା ହେବ ନାହିଁ।  ଏହି ବ୍ରିଜ ନିର୍ମାଣ ରେ ୩୦ ହଜାର ମେଟ୍ରିକ ଟନ ଷ୍ଟିଲ ବ୍ୟବହାର ହୋଇଛି । ଯାହାକି ଆଇଫିଲ ଟାୱାର ଠୁ ଚାରି ଗୁଣା ଅଧିକ । ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ଏହା ଉପରେ ଭାରତୀୟ ରେଳ ଗାଡ଼ି ଦୌଡ଼ିବ ସେହି ଭଳି ସକ୍ଷମ କରାଯାଇଛି ଏହାକୁ । ତେବେ ଆପଣଙ୍କୁ ଅଧିକ ଆଶ୍ଚର୍ଯ୍ୟ କରିବ ଏହି ବ୍ରିଜର ବୟସ ସୀମା । କାରଣ ୧୪୦୦ କୋଟି ବ୍ୟୟରେ ନିର୍ମାଣ ହୋଇଥିବା ଏହି ବ୍ରିଜ ୧୨୦ ବର୍ଷ ପର୍ଯ୍ୟନ୍ତ କୌଣସି କ୍ଷତି ହେବ ନାହିଁ । 

ସୁରକ୍ଷା ଦୃଷ୍ଟି କୋଣରୁ ଭାରତ ପାଇଁ ଏହି ବ୍ରିଜ ଯେତିକି ନୂଆ ସୂର୍ଯ୍ୟଦୋୟ ଆଣିଛି ପାକିସ୍ତାନ ଓ ଚୀନ ଭଳି ଦେଶ ପାଇଁ ମଧ୍ୟ ଚିନ୍ତା ବଢାଇଛି । ଏହି ବ୍ରିଜ ବା ପୋଲ ଯେଉଁଠି ନିର୍ମାଣ ହୋଇଛି ଅର୍ଥାତ ଏଠୁ ଏଲଓସି ମାତ୍ର ୬୫ କିଲୋମିଟର । ଏହି ବ୍ରିଜ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ରେ ସେନା ଏହି ସ୍ଥାନ କୁ ଅତି ସହଜରେ ଯିବା ଆସିବା କରି ପାରିବା ସହ ଅସ୍ତ୍ରଶସ୍ତ୍ର ବି ପରିବହନ କରି ପାରିବେ । ପୂର୍ବରୁ ଶୀତ ଦିନେ ବରଫ ବର୍ଷା କାରଣରୁ ଏଠି ସେନା ପହଁଚି ପାରୁନଥିଲେ । ସମସ୍ୟା ହେଉ ଥିଲା । କିନ୍ତୁ ଏହି ଚେନାଵ ବ୍ରିଜ ନିର୍ମାଣ ଦ୍ୱାରା ବର୍ଷ ତମାମ ଅର୍ଥାତ ୩୬୫ ଦିନ ସେନା ଏଠାକୁ ଯିବା ଆସିବା କରି ପାରିବେ । ଯାହା ଦ୍ୱାରା କି କାଶ୍ମୀର ରେ ପାକିସ୍ତାନର ଆତଙ୍କବାଦ କାର୍ଯ୍ୟକଳାପ ଉପରେ ସମ୍ପୂର୍ଣ୍ଣ ରୋକ ଲାଗିବ । 

ତେବେ ରିଆସି ଜିଲ୍ଲା ରେ ନିର୍ମାଣ ହୋଇଥିବା ଏହି ରେଳ ବ୍ରିଜ କେବଳ ଯେ କାଶ୍ମୀର ର କୌରି ଏବଂ ବକଲ ଗାଁ କୁ ଯୋଡ଼ିବ ନାହିଁ ବରଂ କାଶ୍ମୀର ରୁ କନ୍ୟାକୁମାରି ରେଳ ଯାତ୍ରା ରେ ବି ବଡ଼ ସହାୟକ ହେବ।  ଚେନାଵ ବ୍ରିଜ କାଶ୍ମୀର ରେ କେବଳ ଯାତାୟାତ ନୂଆ ଅଧ୍ୟାୟ ସୃଷ୍ଟି କରିବନି ବରଂ ସମାଜିକ, ଅର୍ଥନୈତିକ ଓ ପର୍ଯ୍ୟଟନ ବିକାଶ ର ମଧ ମାଧ୍ୟମ ସାଜିବ । ଏହା ଦେଖିବା ପରେ ଆମେ ପ୍ରତିଟି ଭରତୀୟ ଗର୍ବ ର ସହ କହି ପାରିବା ଏହା କେବଳ ଭାରତ ରେ ହିଁ ସମ୍ଭବ । 

ଆରବସାଗର
47m ago
ଆରବସାଗର ବୋଟ ଟ୍ରାଜେଡି: ୧୩ ମୃତ
ଅର୍ଗସ ବ୍ୟୁରୋ: ମୁମ୍ବାଇର ଗେଟ ୱେ ଅଫ ଇଣ୍ଡିଆରୁ ଏଲିଫେଣ୍ଟା ଯାଉଥିବା ବୋଟ ଦୁର୍ଘଟଣାର ଶିକାର ହୋଇଛି । ବୁଧବାର ଅପରାହ୍ନ ୩୩ଟା ୫୫ ମିନିଟରେ ବୋଟ ପ୍ରାୟ ୮୦ ଲୋକଙ୍କୁ ନେଇ ଯାଉଥିଲା
ଟେଣ୍ଡର ପାଇଁ 10ଲକ୍ଷ
49m ago
ଟେଣ୍ଡର ପାଇଁ 10ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲା: ୩ ଅଭିଯୁକ୍ତଙ୍କୁ ମିଳିଲା ଜାମିନ
ଅର୍ଗସ ବ୍ୟୁରୋ: ଟେଣ୍ଡର ପାଇଁ 10ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲା । ସିବିଆଇ ଦ୍ବାରା ଗିରଫ ତିନି ଅଭିଯୁକ୍ତଙ୍କୁ ମିଳିଲା ଜାମିନ। ଜାମିନ ଆବେଦନ ମଜୁର କଲେ ସିବିଆ
କାଶ୍ମୀର ରିୟାସି
କାଶ୍ମୀର ରିୟାସି ଜିଲ୍ଲାର ଚେନାବ ନଦୀ ଉପରେ ବିଶ୍ଵର ସର୍ବୋଚ୍ଚ ରେଲୱେ ବ୍ରିଜ୍
ଅର୍ଗସ ବ୍ୟୁରୋ: ଅବିଶ୍ବନୀୟ ଇଞ୍ଜିନିୟରିଂ । ଆଧୁନିକ ଭାରତର ଗର୍ବ ଗୌରବ। ଜାମ୍ମୁ କାଶ୍ମୀରରେ ନିର୍ମିତ ବିଶ୍ବର ଆଉ ଏକ ଆଶ୍ଚର୍ଯ୍ୟ । 359 ମିଟର ଉଚ୍ଚରେ ଚେନାବ ନଦୀ ଉପର
ରାଷ୍ଟ୍ରୀୟ ଅଳ୍ପସଂଖ୍ୟକ
ରାଷ୍ଟ୍ରୀୟ ଅଳ୍ପସଂଖ୍ୟକ ଶୈକ୍ଷଣିକ ସଂସ୍ଥାନ ଆୟୋଗର 20ତମ ପ୍ରତିଷ୍ଠା ଦିବସ
ଅର୍ଗସ ବ୍ୟୁରୋ: ଆଜି ଦିଲ୍ଲୀରେ ରାଷ୍ଟ୍ରୀୟ ଅଳ୍ପସଂଖ୍ୟକ ଶୈକ୍ଷଣିକ ସଂସ୍ଥାନ ଆୟୋଗର 20ତମ ପ୍ରତିଷ୍ଠା ଦିବସ ଏବଂ ଅଳ୍ପସଂଖ୍ୟକ ଅଧିକାର ଦିବସ ନେଇ ଆୟୋଜିତ ସମାରୋହକୁ ସମ୍ବୋଧିତ କରିଛନ୍ତ
ଆମ୍ବେଦକର
ସାମ୍ନାକୁ ଆସିଲେ PM, ସୋସିଆଲ୍ ମିଡିଆରେ କଲେ ସିରିଜ୍ ପୋଷ୍ଟ
ଅର୍ଗସ ବ୍ୟୁରୋ: ସମ୍ବିଧାନର ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ନାଁ ନେଇ କଂଗ୍ରେସ କେମିତି କରୁଛି ମିଛ ପ୍ରଳାପ ମଙ୍ଗଳବାର ରାଜ୍ୟସଭାରେ ତାର ଖୁଲାସା କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ