ଆଜି ଶେଷ ରଜ, ପୁଣି ଆର ବର୍ଷକୁ ଅପେକ୍ଷା
by Argus News
Sun, Jun 16 | 7:36 a.m.

ଅର୍ଗସ ବ୍ୟୁରୋ: ଆଜି ଶେଷ ରଜ, ପୁଣି ଆର ବର୍ଷକୁ ଅପେକ୍ଷା । ତିନିଦିନ ଧରି ପାଳନ ହେଉଥିବା ଏହି ପର୍ବର ଆଜି ତୃତୀୟ ଦିନ । ଗାଁଠୁ ରାଜଧାନୀ ପର୍ଯ୍ୟନ୍ତ ଚାଲିଛି ରଜ ମଉଜ । ନୂଆ ପୋଷକ ପିନ୍ଧି ସଜେଇ ହୋଇ ସାଙ୍ଗସାଥିଙ୍କ ସହ ରଜ ଦୋଳିର ମଜା ନେଇଛନ୍ତି ଝିଅ ଓ ବୋହୂ । ପିଠାପଣାର ମହକରେ ବାସୁଛି ଗାଁ ଗଣ୍ଡା  । ସବୁଠି ପୋଡ଼ ପିଠା ସାଙ୍ଗକୁ ରଜ ପାନର ଆଦର। 

ଆଜି ରଜ ସଂକ୍ରାନ୍ତି, ସବୁଠି ଉତ୍ସବର ମାହୋଲ

ତେବେ ଆଜି ଶେଷ ରଜ ଏବଂ ଆସନ୍ତାକାଲି ବସୁମତୀ ସ୍ନାନ । ଏହି ଦିନରେ ମାଟି ମାଆକୁ ପୂଜା କରାଯାଇଥାଏ । ପ୍ରତିଟି ନାରୀଙ୍କୁ ସମ୍ମାନ ଦେବା ଏହି ପର୍ବର ମୁଖ୍ୟ ଉଦ୍ଦେଶ୍ୟ । 

ସବୁଠି ମହକିଛି ପୋଡ଼ପିଠାର ବାସ୍ନା, ମନ ମୋହିଛି ରଜପାନ

ଆଜି ରବିବାର ଥିବାବେଳେ ବୁଲା ବୁଲି ବେଶ୍ ଧୁମଧାମ୍ ରେ ହେବ । ଗତ ଦୁଇ ଦିନ ଧରି ଓଡିଶାବାସୀ ରଜ ପର୍ବର ମଜା ନେଉଛନ୍ତି । ଘରେ ଘରେ ବନ୍ଧୁ ବାନ୍ଧବ, ପିଠା ପଣା, ଆମିସ, ଭଳିକି ଭଳି ଖାଦ୍ୟ ଖାଇ ରଜ ପାଳୁଛନ୍ତି ଲୋକେ । 

ଆହୁରି ପଢନ୍ତୁ ଓଡିଶା ଖବର...
 

NAVEEN PATNAIK
4m ago
ସ୍ଥିତି ସମ୍ଭାଳିବାକୁ ନବୀନ ଡାକିଲେ ମିଟିଂ, ସବୁ ଓଲଟପାଲଟ ହେଲା...
ଅର୍ଗସ ବ୍ୟୁରୋ: ୨୪ ବର୍ଷର ଶାସନ ପରେ ଶାସକ ଦଳରୁ ଯାଇ ବିରୋଧୀ ଦଳରେ ବସିଲା ବିଜେଡି । କ୍ଷମତା ଚାଲିଯିବା ପରେ ଏବେ ଚିନ୍ତାରେ ନେତା ଓ କର୍ମୀ । କାରଣ ନିର୍ବାଚନରେ ବିଜେଡି ହାରିବା ପର
ଯକୃତ
7m ago
ଦେଶରେ ୬୬ ପ୍ରତିଶତ ମୃତ୍ୟୁର କାରଣ ଯକୃତ
ଅର୍ଗସ ବ୍ୟୁରୋ: ଦେଶରେ ୬୬ ପ୍ରତିଶତ ମୃତ୍ୟୁର କାରଣ ଯକୃତ । ଭାରତରେ ମୁଖ୍ୟତଃ ମେଦବହୁଳତା ସମସ୍ୟା ଯୋଗୁଁ ଅଣସଂକ୍ରାମକ ରୋଗ ଓ ମୃତ୍ୟୁ ବଢିବାରେ ଲାଗିଛି । ଏଥିରେ ଯକୃତ ସ୍ବାସ୍ଥ୍ୟ ଏ
JAJPUR
9m ago
ଯାଜପୁରରେ ବିକାଶ ନାଁରେ କୋଟି କୋଟି ଦୁର୍ନୀତି ! ୫ ବର୍ଷରେ ୧୦୦ କୋଟି ଖର୍ଚ୍ଚ, ଫଳ ଶୂନ
ଅର୍ଗସ ବ୍ୟୁରୋ: ପୁଣି ଚର୍ଚ୍ଚାରେ ଯାଜପୁର । ଗତ ୫ ବର୍ଷରେ ଜିଲ୍ଲାରେ ବିକାଶ ନାଁରେ ପାଖାପାଖି ୧୦୦ କୋଟି ଖର୍ଚ୍ଚ କରିଥିଲା ବିଜେଡି । ହେଲେ ବିକାଶ କଣ ହେବ ବରଂ ଠିକାଦାର ଓ ନେତା ଉଭୟ