ସୁରକ୍ଷା ପାଇଁ ଏସପି ଓ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ବିଧାୟକ ହିମାଂଶୁ ଶେଖର ସାହୁ
by Argus News
Thu, Aug 29 | 3:01 p.m.

ଅର୍ଗସ ବ୍ୟୁରୋ:  ସୁରକ୍ଷା ମାଗିଲେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ । ନିଜ ପ୍ରତି ଓ ତାଙ୍କ ସମର୍ଥକଙ୍କ ଜୀବନ ପ୍ରତି ବିପଦ ରହିଥିବା କହି ସୁରକ୍ଷା ପାଇଁ ଏସପି ଓ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ବିଧାୟକ । ଗତ 25 ତାରିଖରେ ବିଧାୟକଙ୍କ ଜାରକା କୁମାରୀ ସ୍ଥିତ ଅଫିସରେ ପଶି ବିଜେଡିର ଦୁଇ ନେତା ବିଧାୟକଙ୍କ କିଛି ସମର୍ଥକଙ୍କୁ ବନ୍ଧୁକ ଦେଖାଇ ଫାଙ୍କା ଗୁଳି ଚାଳନା କରିଥିବା ଅଭିଯୋଗ ହୋଇଥିଲା । ଦୁଇଦିନ ତଳେ ପୋଲିସ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରିବା ସହ ସେଠାରୁ ଦୁଇଟି ଖୋକା ଜବତ କରିଥିଲା ।

ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଜଳଧର ମହାନ୍ତି ଓ ଯୁବ ବିଜେଡି ସଭାପତି କ୍ଷିତୀଶ ନାୟକ ବିଧାୟକଙ୍କ ସମର୍ଥକଙ୍କୁ ଧମକ ଚମକ ଦେଇଥିଲେ । ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବାବେଳେ ବିଧାୟକ ଏବଂ ତାଙ୍କ ସମର୍ଥକଙ୍କ ସୁରକ୍ଷାକୁ ନେଇ ଖୋଦ୍ ବିଧାୟକ ପ୍ରଶ୍ନ ଉଠାଇଛନ୍ତି । ଏହି ପରିପ୍ରେକ୍ଷୀରେ ସେ ଯାଜପୁର ଏସପିଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଚିଠି ଲେଖିଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

ଆମେରିକା ଗସ୍ତ
37m ago
ବାର୍ଷିକ କ୍ବାଡ୍ ସମ୍ମିଳନୀରେ ଯୋଗ ଦେବେ ପିଏମ ମୋଦି
ଅର୍ଗସ ବ୍ୟୁରୋ: ତିନି ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାର୍ଷିକ କ୍ବାଡ୍ ସମ୍ମିଳନୀରେ ଯୋଗ ଦେବେ ପିଏମ ମୋଦି। ଏଥି ସହ ପ୍ରଧାନମନ୍ତ୍ରୀଙ୍କ ଏଜେଣ୍ଡାରେ ରହିଛି ଅନେ
ପଞ୍ଚାୟତ ସମିତି
ରୋଷଣୀ କରି ଆସିଲେ ତିର୍ତ୍ତୋଲ ବିଜେଡ଼ି ବିଧାୟକ ରମାକାନ୍ତ ଭୋଇ
ଜଗତସିଂହପୁର: ପଞ୍ଚାୟତ ସମିତି ବୈଠକକୁ ରୋଷଣୀ କରି ଆସିଲେ ତିର୍ତ୍ତୋଲ ବିଜେଡ଼ି ବିଧାୟକ ରମାକାନ୍ତ ଭୋଇ । ତିର୍ତ୍ତୋଲ ବ୍ଲକ ସମ୍ମିଳନୀ କକ୍ଷରେ ଚତୁର୍ଥ ପଞ୍ଚାୟତ ସମିତି ସାଧାର
TUMBBAD
Tumbbad: 2018ରେ ଯେତିକି କମେଇ ଥିଲା ତା ଠୁ ଅଧିକ ରି-ରିଲିଜ୍ ରେ କମେଇ ସାରିଲାଣି
ଅର୍ଗସ ବ୍ୟୁରୋ: Tumbbad । ଏହି ଫିଲ୍ମର ନାଁ ଶୁଣିବା ମାତ୍ରେ ସମସ୍ତଙ୍କ ମୁହଁରେ ଗୋଟିଏ କଥା । ମୁଭି ଟା ମାଷ୍ଟରପିସ୍ । ପୁରା ପୈସା ଅସୁଲ୍ । ଯିଏ ଥରେ ଦେଖିଛି ସିଏ ବାରମ୍ବାର ଦେଖିବାକ