ଭଦ୍ରକ: ରାସ୍ତାରେ ୪ ଜଣଙ୍କୁ ଗୋଡ଼ାଇ ହାଣିଲେ । ଟଙ୍କା ନଦେବାରୁ ବିଚ୍ ରାସ୍ତାରେ ଗୋଡ଼ାଇ ହାଣିଲେ । ନୂଆବସ୍ ଷ୍ଟାଣ୍ଡ୍ ପୋଲ ତଳେ ଆତଙ୍କ ଖେଳାଇଲେ ୩ ଦୁର୍ବୃତ୍ତ । ଅଣ୍ଡା ବୋଝେଇ ଟ୍ରକ୍ ଡ୍ରାଇଭର ଟଙ୍କା ନଦେବାରୁ ଗୁଣ୍ଡାରାଜ । ଡ୍ରାଇଭର, ଟ୍ରାନ୍ସପୋର୍ଟ ମାଲିକ ଓ ଅଣ୍ଡା ବ୍ୟବସାୟୀ ସହ ୪ ଜଣଙ୍କୁ ହାଣିଲେ ଦୁର୍ବୃତ୍ତ । ରାସ୍ତାରେ ଖଣ୍ଡା ଓ ଭୁଜାଲି ଧରି ଗୋଡ଼ାଇ ଗୋଡ଼ାଇ ହାଣିଲେ । ଆକ୍ରମଣରେ ୪ ଗୁରୁତରଙ୍କ ମଧ୍ୟରୁ ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଥାନାକୁ ଯାଇଥିବାବେଳେ ଥାନା ରାସ୍ତାରେ ମଧ୍ୟ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।