ଟ୍ରକ୍ ଧକ୍କାରେ ଜଣେ ମୃତ ଅନ୍ୟଜଣେ ଗୁରୁତର
by Argus News
Fri, Aug 30 | 3:31 p.m.

ଅର୍ଗସ ବ୍ୟୁରୋ: କୋରେଇ ଥାନା ତେନ୍ତୁଲିଖୁଣ୍ଟା ଓଭରବ୍ରିଜ ନିକଟରେ ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରକ,ଜଣେ ମୃତ ଅନ୍ୟଜଣେ ଗୁରୁତର ।ସୂଚନା ଅନୁଯାୟୀ ଆଜି ଫଜାଲପୁର ଗାଁର ଏସ.କେ ସବୀର ଓ ସେକ ଜୁଲପି ପୁକାର ଏକ ବାଇକ ଯୋଗେ ଯାଜପୁର ରୋଡ ରୁ କୋରାଇ ଅଭିମୁଖେ ଫେରୁଥିଲେ l ହଠାତ ତେନ୍ତୁଲିଖୁଣ୍ଟା ଓଭର ବ୍ରିଜ ଛକରେ ଏକ ଟ୍ରକ ଦ୍ରୁତ ଗତିରେ ଆସି ତାଙ୍କ ବାଇକ ପଛରୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଏସ.କେ ସବୀରଙ୍କ ମୃତ୍ୟୁ ହେଇଥିବା ବେଳେ ସେକ ଜୁଲପି ପୁକାର ଗୁରୁତର ହେଇଥିଲେ । ତାଙ୍କୁ ଯାଜପୁର ରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି । ସେପଟେ ଦୁର୍ଘଟଣା ଖବର ପାଇ କୋରେଇ ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

ମଧୁମେହ
2m ago
ମଧୁମେହ ରୋଗୀଙ୍କ ପାଇଁ ମେଥି ଖାଇବା ଲାଭ
ଅର୍ଗସ ବ୍ୟୁରୋ: ଆଜିକାଲି ଖରାପ ଜୀବନଶୌଳୀ ହେତୁ ଲୋକମାନେ ଅନେକ ପ୍ରକାରର ରୋଗର ଶିକାର ହେଉଛନ୍ତି। ସେହିପରି ମଧୁମେହ ଏପରି ଏକ ରୋଗ ଯାହା ଦେଶ ତଥା ବିଶ୍ଵରେ ମହାମାରୀ ପରି ବ୍ୟାପୁଛି
ପାଟଣାଗଡ଼ରେ
4m ago
ପାଟଣାଗଡ଼ରେ ୧୨ ଟିକିଆ ହାତୀ ପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବନାଞ୍ଚଲର ଟିକ୍ରାପଡ଼ା ସେକସନରୁ ଗତ ରାତିରେ ଗୁଦ୍ରାମୁଣ୍ଡା ପଟୁ 12ଟିକିଆ ହାତୀ ପଲ ଆସି ପାଟଣାଗଡ ରେଞ୍ଜର ସେମେଲ ମୁଣ୍ଡା ଗାଁର
କୁମ୍ଭୀର
4m ago
ଉଦ୍ଧାର ହେଲା ଥଣ୍ଟିଆ କୁମ୍ଭୀର
କଟକ: କାଠଯୋଡ଼ିରୁ ଉଦ୍ଧାର ହେଲା ଘଡ଼ିଆଳ ବା ଥଣ୍ଟିଆ କୁମ୍ଭୀର । କଟକ ସିଟି ରେଞ୍ଜ ଅଫିସ ଉଦ୍ୟମ ବଳରେ ଏହି କୁମ୍ଭୀରକୁ ଉଦ୍ଧାର କରାଯାଇଛି। ଦୀର୍ଘ ଏକ ମାସ ରୁ ଉର୍ଦ୍ଧ୍ବ ସମୟ ଧରି କାଠଯୋଡ଼