ପିଏମ କହିଲେ ବୈଶ୍ବିକ ପରିବର୍ତ୍ତନ ଓ ବିକାଶର ସୁତ୍ରଧର ହେବ ଭାରତ
by Argus News
Tue, Sep 24 | 8:01 p.m.

ଅର୍ଗସ ବ୍ୟୁରୋ: ବିଶ୍ଵ ମଞ୍ଚରେ ଭାରତର ଜୟଜୟକାର । ମିଳିତ ଜାତିସଂଘର 79 ତମ ସାଧାରଣ ପରିଷଦ ବୈଠକରେ ବିଶ୍ବକୁ ଶାନ୍ତି ଓ ସଦଭାବର ବାର୍ତ୍ତା ଦେଇ ସ୍ଵଦେଶ ଫେରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସୋମବାର UN ଦ୍ଵାରା ଆୟୋଜିତ ସମିଟ ଅଫ୍ ଦି ଫ୍ୟୁଚର୍ ରେ ରିଫର୍ମ ଇଜ୍ ଦ କି ଟୁ ରେଲିଭାନ୍ସ କହି ବୈଶ୍ଵିକ ସଂସ୍ଥାର ପରିବର୍ତ୍ତନ ଉପରେ ଜୋର ଦେଇ ବିଶ୍ଵବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମୋଦି । 3 ଦିନିଆ ଆମେରିକା ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ, ଭିଏତନାମ, ୟୁଏସଏ, କାନାଡା, ନେପାଳ ରାଷ୍ଟ୍ରମୁଖ୍ୟ ଓ ପ୍ରତିନିଧିଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି । ଏକବିଂଶ ଶତାବ୍ଦୀରେ ଆତଙ୍କବାଦ, ସାଇବର ସମସ୍ୟା, ଜଳବାୟୁ ପରିବର୍ତ୍ତନ ସହ ମଧ୍ୟପ୍ରାଚ୍ୟ ଓ ୟୁକ୍ରେନ ଯୁଦ୍ଧ ବିଭୀଷିକା ପ୍ରସଙ୍ଗରେ ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଯୁଦ୍ଧ ବିରାମ ପାଇଁ ଭାରତ ସବୁ ସ୍ତରରେ ଉଦ୍ୟମ ଜାରି ରଖିବା ସହ ବିଶ୍ଵଶାନ୍ତି ପାଇଁ ବିଶ୍ଵନେତାଙ୍କୁ ଏକାଠି ହେବାକୁ ଆହ୍ଵାନ ଦେବା ସହ ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏକାଧିକ ପ୍ରସ୍ତାବ ଦେଇଥିବା ବେଦେଶିକ ମନ୍ତ୍ରାଳୟ ମୁଖପାତ୍ର କହିଛନ୍ତି ।   

ଆମରିକା ଗସ୍ତର ସଫଳତାକୁ ନେଇ ନିଜେ ପ୍ରଧାନମନ୍ତ୍ରୀ ମୋଦି ଏକ୍ସ ପୋଷ୍ଟରେ ଭଡିଓ ସେୟାର କରିଛନ୍ତି । ଯେଉଁଥିରେ 140 କୋଟି ଦେଶବାସୀଙ୍କ ପ୍ରତିନିଧି ଭାବେ ଜାତିସଂଘ, କ୍ବାଡ ବୈଠକରେ ସାମିଲ ହେବା ସହ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବୈଠକର ସଫଳତା ଉଲ୍ଲେଖ କରିଛନ୍ତି । ଭାରତ-ଆମେରିକା ସଂପର୍କକୁ ମଜଭୂତ କରିବା ଦିଗରେ ରାଷ୍ଟ୍ରପତି ବାଇଡେନଙ୍କୁ ଧନ୍ୟବାଦ ଦେଇଛନ୍ତି ମୋଦି । ଗତମାସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୟୁକ୍ରେନ ଗସ୍ତ ଓ ଦୁଇ ମାସ ପୂର୍ବରୁ ରୁଷିଆ ଗସ୍ତକୁ କ୍ବାଡ ମଞ୍ଚରେ ପ୍ରଶଂସା କରିବା ସହ ବିଶ୍ଵଶାନ୍ତି ପାଇଁ ଭାରତର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ ଆମେରିକା ରାଷ୍ଟ୍ରପତି ବାଇଡେନ ।  

ଡେଲାୱରରେ କ୍ବାଡ ବୈଠକ ପରେ ନ୍ୟୁୟର୍କର ନସାଉ କଲେଜିଅମରେ ପ୍ରବାସୀ ଭାରତୀୟଙ୍କ ଉତ୍ସାହକୁ ଭୁରୀ ଭୁରୀ ପ୍ରଶଂସା କରିଛନ୍ତି ମୋଦି । ପ୍ରଯୁକ୍ତି ଜ୍ଞାନରେ ଦକ୍ଷ ଯୁବଶକ୍ତି ଆଗାମୀ ସମୟରେ ବିକଶିତ ଭାରତର ଶକ୍ତ ମୂଳଦୂଆ ହେବେ ବୋଲି ଭରସା କରିଛନ୍ତି ପ୍ରଧାନମନ୍ତ୍ରୀ ।
 

ଅଧିକ ପଢନ୍ତୁ ଓଡିଶା ଖବର...
 

ପ୍ରେମିକ
14m ago
ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା
ଭୁବନେଶ୍ୱର: ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା । ବାଲିଅନ୍ତା ଥାନା ସରକଣା ଗ୍ରାମ ର ବିଶ୍ଵଜୀତ୍ ସାମନ୍ତରାୟଙ୍କ ଘର ପିଣ୍ଡାରେ ଧାରଣାରେ ବସିଛନ୍ତି ତାଙ୍କ ପ୍ରେମିକା
ଗୋଲାପୀ ଲୁଣ
15m ago
ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ ଗୋଲାପୀ ଲୁଣ
ଅର୍ଗସ ବ୍ୟୁରୋ: କୁହାଯାଏ କି ହିମାଳୟରୁ ଗୋଲାପୀ ଲୁଣରେ ବାହାର କରାଯାଏ । ଏହି ଲୁଣର ରଙ୍ଗ ଗୋଲାପୀ । ଆୟୁର୍ବେଦ ଅନୁଯାୟୀ ଏହି ଗୋଲାପୀ ଲୁଣ ଧଳା ଲୁଣ ଅପେକ୍ଷା ଅଧି
ବିଲୁଆ
ବିଲୁଆ ଆକ୍ରମଣରେ ୨୦ରୁ ଉର୍ଦ୍ଧ୍ୱ ଆହତ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୋଲସରା ରେଞ୍ଜ ଅଧିନସ୍ଥ ହାତୀଓଟ, ଯେମାଦେଇପୁର, ପ୍ରାଣପୁରଦେଇପୁର ଗ୍ରାମରେ ବିଲୁଆ ଆକ୍ରମଣରେ ୨୦ ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ସକାଳେ ଏଭଳି ଘଟଣ