ଆସନ୍ତା ୨୬ ତାରିଖ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା
by Argus News
Sun, Sep 22 | 12:22 p.m.

ଅର୍ଗସ ବ୍ୟୁରୋ: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ୨୩ ତାରିଖ ସୁଦ୍ଧା ଲଘୁଚାପ ନେବା ସମ୍ଭାବନା । ପ୍ରଭାବରେ ରାଜ୍ୟରେ କାଲିଠୁ ବର୍ଷା ସମ୍ଭାବନା । ଆଗାମୀ ୨୪ ଘଣ୍ଟାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ଦକ୍ଷିଣ, ଉତ୍ତର ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାର ଗୋଟେ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ସେହି ଜିଲ୍ଲା ଗୁଡ଼ିକ ହେଲା- ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ମାଲକାନଗିକି, କୋରାପୁଟ, ରାୟଗଡା, କନ୍ଧମାଳ, କଟକ , ଜଗତସିଂହପୁର ଓ କେନ୍ଦ୍ରାପଡା । ଆସନ୍ତା ୨୬ ତାରିଖ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଅଧିକ ପଢନ୍ତୁ ପାଣିପାଗ ଖବର...

BASUDHA YOJANA
14m ago
ଦୁର୍ଗମରେ ବସୁଧା ଧୋକା
ଅର୍ଗସ ବ୍ୟୁରୋ: ପାଣି ପାଇଁ ମେଳି। ରାତି ପାହିଲେ ଏଠି ପିଇବା ପାଣି ସଂଗ୍ରାହ ପାଇଁ ବାହାରି ପଡନ୍ତି ମହିଳା। ହାଣ୍ଡି ମାଠିଆ ଧରି ଯାଆନ୍ତି ପାଣି ସଂଗ୍ରହ ପାଇଁ। ସେ କଉ ନଳକୂପ କ
BJD
18m ago
ବିଜେଡି ସରକାରଙ୍କ ବାହାସ୍ପୋଟର ନଗ୍ନ ନମୁନା
ଅର୍ଗସ ବ୍ୟୁରୋ: ବାସହିନ ଦେହୁରୀ ପରିବାର। ଗରିବ ଆବାସ ହିତାଧିକାରୀ । ବିଧବା ବୁଦୁନି ଦେହୁରୀର ପରିବାର ରହୁଛନ୍ତି କାରାମବେଡା ସାହିରେ। ଏଠାକୁ ଯିବାକୁ ହେଲେ ଦେ
HOUSING SCHEME
30m ago
ଆବାସ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ
ଅର୍ଗସ ବ୍ୟୁରୋ: ଆବାସରୁ ବଞ୍ଚିତ ସିରାଗୁଡା। ଗାଁରେ ନାହିଁ ଗୋଟିଏ ବି ଆବାସ ଘର। ମାଳମାଳ ଚାଳଛପରଘରେ ରହି ଆଜିବି ଆବାସ ଅପେକ୍ଷାରେ ଯୋଗ୍ୟ ହିତାଧିକାରୀ। ନବରଙ୍ଗପୁର କୋଷାଗୁମୁଡ