ଆଜି ରଜ ସଂକ୍ରାନ୍ତି, ସବୁଠି ଉତ୍ସବର ମାହୋଲ
by Argus News
Sat, Jun 15 | 8:18 a.m.

ଅର୍ଗସ ବ୍ୟୁରୋ: 

“ରଜ ଦୋଳି କଟମଟ
ମୋ ଭାଇ ମୁଣ୍ଡରେ ସୁନା ମୁକୁଟ
ସୁନା ମୁକୁଟ ଲୋ ଦିଶୁଥାଏ ଝଟଝଟ।”

ଭାରତୀୟ ସଂସ୍କୃତିରେ ପର୍ବପର୍ବାଣୀଗୁଡ଼ିକ ଆମ ଜୀବନ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ସାମାଜିକ ଜୀବନକୁ ସରସ ସୁନ୍ଦର କରିବା ପାଇଁ ସାଧାରଣତଃ ପର୍ବଗୁଡ଼ିକର ସୃଷ୍ଟି। ଓଡ଼ିଶାରେ ପାଳନ କରାଯାଉଥିବା ପର୍ବମାନଙ୍କ ମଧ୍ୟରୁ ରଜ ପର୍ବ ଅନ୍ୟତମ। ଏହା ଓଡ଼ିଶାର ଝିଅ ବୋହୂମାନଙ୍କର ଏକ ସ୍ୱତନ୍ତ୍ର ଓ ପ୍ରଧାନ ପର୍ବ। ଆଜି ହେଉଛି ଦ୍ୱିତୀୟ ରଜ ବା ଦ୍ୱିତୀୟ ଦିନକୁ ରଜ ସଂକ୍ରାନ୍ତି। ମାଟି ଓ ମୌସୁମୀର ମିଳନର ପର୍ବ ରଜ। ରଜ ପର୍ବ ଆଷାଢ଼ ମାସରେ ପଡ଼େ। ଜ୍ୟେଷ୍ଠ ମାସ ଶେଷ ଦିନଠୁ ଆଷାଢ଼ ମାସ ଦ୍ୱିତୀୟ ଦିନ ପର୍ଯ୍ୟନ୍ତ ଅର୍ଥାତ ତିନିଦିନ ଧରି ରଜ ପର୍ବ ପାଳିତ ହୁଏ। ପ୍ରଥମ ଦିନକୁ ପହିଲି ରଜ, ଦ୍ୱିତୀୟ ଦିନକୁ ରଜ ସଂକ୍ରାନ୍ତି ଓ ତୃତୀୟ ଦିନକୁ ଭୂମିଦହନ କୁହନ୍ତି।

ଏହି ତିନିଦିନ ଲୋକେ ଆମୋଦ ପ୍ରମୋଦ ଓ ଖେଳ କୌତୁକରେ ସମୟ ବିତାଇଥାନ୍ତି। ଘରେ ଘରେ ପିଠାପଣାର ଆସର। ସଜବାଜ ଦିନ ପୋଡ଼ ପିଠାର ପ୍ରସ୍ତୁତି ରଜ ପର୍ବର ବିଶେଷ ଆକର୍ଷଣ। ପହିଲି ରଜ ଦିନ ସକାଳୁ ସକାଳୁ ଝିଅ ବୋହୂମାନେ ନିତ୍ୟକର୍ମ ସାରି ନୂଆ ବସ୍ତ୍ର ପରିଧାନ କରିଥାନ୍ତି। ଚନ୍ଦନ ଟିକା, ଅଳତା, କଜଳ ସେମାନଙ୍କ ସୌନ୍ଦର୍ଯ୍ୟ ବଢ଼ାଇଥାଏ। କୁମାରୀମାନେ ଖାଲି ପାଦରେ ଭୂମିରେ ନ ଚାଲିବାର ଏକ ପାରମ୍ପରିକ ବିଧି ରହିଛି। ଏଥିପାଇଁ ପୂର୍ବେ ଝିଅମାନେ ଗୁଆ ଖୋଳପା ପିନ୍ଧୁଥିଲେ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

SPECIAL MARRIAGE
7m ago
ନିଆରା ବାହାଘର, ଏଇଠି ଝିଅ ନୁହେଁ ପୁଅ ଯାଏ ଶାଶୂଘର
ଅର୍ଗସ ବ୍ୟୁରୋ: ଭାରତ ଏମିତି ଏକ ଦେଶ ଯେଉଁଠି ପ୍ରତି ରାଜ୍ୟ କାହିଁକି ବରଂ ପ୍ରତି ଜିଲ୍ଲାରେ କିଛି ନା କିଛି ପରମ୍ପରା ରହିଛି । ପୂର୍ବପୁରୁଷଙ୍କ ଦ୍ଵାରା ଆରମ୍ଭ ହୋଇଥିବା ପରମ୍ପରାକୁ ଆଜ
NAVEEN PATNAIK
11m ago
ସ୍ଥିତି ସମ୍ଭାଳିବାକୁ ନବୀନ ଡାକିଲେ ମିଟିଂ, ସବୁ ଓଲଟପାଲଟ ହେଲା...
ଅର୍ଗସ ବ୍ୟୁରୋ: ୨୪ ବର୍ଷର ଶାସନ ପରେ ଶାସକ ଦଳରୁ ଯାଇ ବିରୋଧୀ ଦଳରେ ବସିଲା ବିଜେଡି । କ୍ଷମତା ଚାଲିଯିବା ପରେ ଏବେ ଚିନ୍ତାରେ ନେତା ଓ କର୍ମୀ । କାରଣ ନିର୍ବାଚନରେ ବିଜେଡି ହାରିବା ପର
ଯକୃତ
13m ago
ଦେଶରେ ୬୬ ପ୍ରତିଶତ ମୃତ୍ୟୁର କାରଣ ଯକୃତ
ଅର୍ଗସ ବ୍ୟୁରୋ: ଦେଶରେ ୬୬ ପ୍ରତିଶତ ମୃତ୍ୟୁର କାରଣ ଯକୃତ । ଭାରତରେ ମୁଖ୍ୟତଃ ମେଦବହୁଳତା ସମସ୍ୟା ଯୋଗୁଁ ଅଣସଂକ୍ରାମକ ରୋଗ ଓ ମୃତ୍ୟୁ ବଢିବାରେ ଲାଗିଛି । ଏଥିରେ ଯକୃତ ସ୍ବାସ୍ଥ୍ୟ ଏ