ଅନ୍ଧାରରେ ଶରଧା ଶ୍ରୀକ୍ଷେତ୍ରର ଜଗନ୍ନାଥ ମନ୍ଦିର: ଜାଣି ଅଜଣା ଜିଲ୍ଲା ପ୍ରଶାସନ
by Argus News
Sat, Jun 15 | 4:38 p.m.

ଅର୍ଗସ ବ୍ୟୁରୋ: ଦୀର୍ଘ ସାତଦିନ ହେବ ଅନ୍ଧାରରେ ରାୟଗଡା ଜିଲ୍ଲାର ଆରଧ୍ୟ ଦେବତା ପ୍ରଭୁ ଜଗନ୍ନାଥ ଙ୍କ ମନ୍ଦିର। ଜିଲ୍ଲାର ଲକ୍ଷ ଲକ୍ଷ ଓଡ଼ିଆ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହିତ ଖେଳାଯାଉଛି। ଅଧିକାରୀଙ୍କର ଛାଡିନି 25 ବର୍ଷର ବିଜେଡି ଶାସନର ପ୍ରୀତି। ଯାହାକୁ ନେଇ ସାରା ଜିଲ୍ଲାରେ ଚର୍ଚ୍ଚା। କାରଣ ସାତ ଦିନ ପୂର୍ବରୁ ଜଳୁଥିଲା ମନ୍ଦିର ଆଲୋକ। କିନ୍ତୁ ସରକାର ପରିବର୍ତ୍ତନ ହେଉ ହେଉ କିପରି ଆଲୋକ ବନ୍ଦ କରିଦିଆଗଲା। ବିଲ ପୈଠ ନକରିବା ଆଳରେ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। 

ଜିଲ୍ଲାର ଏହି ଶରଧା ଶ୍ରୀ କ୍ଷେତ୍ର ବହୁ ପ୍ରାଚୀନ। ଦୀର୍ଘ ୪୦୦ ବର୍ଷର ପୁରୁଣା ଐତିହ୍ୟ ସ୍ଥଳ ଏବଂ ଏହା ସହିତ ଯୋଡି ହୋଇ ରହିଛି ଲକ୍ଷ ଲକ୍ଷ ଓଡ଼ିଆଙ୍କ ପବିତ୍ରତା। ତା ପରେ ମଧ୍ୟ ପ୍ରଶାସନିକ ସ୍ତରରେ ଏତେ ବଡ଼ ଅବହେଳା କାହିଁକି। ଯେପରି ଅଵସ୍ଥା ପୁରୀ ଶ୍ରୀ କ୍ଷେତ୍ରର ହୋଇଥିଲା ତାହାର ପୁନରାବୃତ୍ତି କରିଛି ରାୟଗଡା ଜିଲ୍ଲା ପ୍ରଶାସନ। ବିଜେଡି ଗାଦିଚ୍ୟୁତ ହେବା କ୍ଷଣି ଆକ୍ରୋଶମୂଳକ ଭାବେ କରେଣ୍ଟ ସପ୍ଲାୟ କଟାଯାଉଛି।  

ରାୟଗଡା ଜିଲ୍ଲାରେ ଅବସ୍ଥିତ ଏହି ଶରଧା ଶ୍ରୀକ୍ଷେତ୍ର ସମ୍ପୂର୍ଣ ଭାବେ ଦେବତ୍ତୋର ବିଭାଗ ବା ପ୍ରଶାସନ ହାତରେ ଅଛି। ଏବଂ ମନ୍ଦିରରେ ସମସ୍ତ ପରିଚାଳନା ଭାର ମଧ୍ୟ ପ୍ରଶାସନ ଉପରେ ନ୍ୟସ୍ତ। ଅନେକ ସ୍ଥାନରେ ଚଟାଣ ଗୁଡିକ ମଧ୍ୟ ଭାଙ୍ଗିରୁଜି ଗଲାଣି ସେହିପରି ମନ୍ଦିର ପ୍ରାଙ୍ଗଣରେ ଥିବା ଗଛ ନିମନ୍ତେ ଚଟାଣ ଫାଟୁଥିବା ନେଇ ମନ୍ଦିର ଟ୍ରଷ୍ଟ କମିଟିରେ ଥିବା ସ୍ଥାନୀୟ ମେମ୍ବରମାନେ ଏପରି ଘଟଣାକୁ ନେଇ ବାରମ୍ବାର ପ୍ରଶାସନ ନିକଟରେ ଜଣାଉ ଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର  
 

SPECIAL MARRIAGE
10m ago
ନିଆରା ବାହାଘର, ଏଇଠି ଝିଅ ନୁହେଁ ପୁଅ ଯାଏ ଶାଶୂଘର
ଅର୍ଗସ ବ୍ୟୁରୋ: ଭାରତ ଏମିତି ଏକ ଦେଶ ଯେଉଁଠି ପ୍ରତି ରାଜ୍ୟ କାହିଁକି ବରଂ ପ୍ରତି ଜିଲ୍ଲାରେ କିଛି ନା କିଛି ପରମ୍ପରା ରହିଛି । ପୂର୍ବପୁରୁଷଙ୍କ ଦ୍ଵାରା ଆରମ୍ଭ ହୋଇଥିବା ପରମ୍ପରାକୁ ଆଜ
NAVEEN PATNAIK
14m ago
ସ୍ଥିତି ସମ୍ଭାଳିବାକୁ ନବୀନ ଡାକିଲେ ମିଟିଂ, ସବୁ ଓଲଟପାଲଟ ହେଲା...
ଅର୍ଗସ ବ୍ୟୁରୋ: ୨୪ ବର୍ଷର ଶାସନ ପରେ ଶାସକ ଦଳରୁ ଯାଇ ବିରୋଧୀ ଦଳରେ ବସିଲା ବିଜେଡି । କ୍ଷମତା ଚାଲିଯିବା ପରେ ଏବେ ଚିନ୍ତାରେ ନେତା ଓ କର୍ମୀ । କାରଣ ନିର୍ବାଚନରେ ବିଜେଡି ହାରିବା ପର
ଯକୃତ
16m ago
ଦେଶରେ ୬୬ ପ୍ରତିଶତ ମୃତ୍ୟୁର କାରଣ ଯକୃତ
ଅର୍ଗସ ବ୍ୟୁରୋ: ଦେଶରେ ୬୬ ପ୍ରତିଶତ ମୃତ୍ୟୁର କାରଣ ଯକୃତ । ଭାରତରେ ମୁଖ୍ୟତଃ ମେଦବହୁଳତା ସମସ୍ୟା ଯୋଗୁଁ ଅଣସଂକ୍ରାମକ ରୋଗ ଓ ମୃତ୍ୟୁ ବଢିବାରେ ଲାଗିଛି । ଏଥିରେ ଯକୃତ ସ୍ବାସ୍ଥ୍ୟ ଏ