ପୁରୀରେ ରଥ ଟାଣିବେ ମହାମହିମ ରାଷ୍ଟ୍ରପତି
by Argus News
Sat, Jun 29 | 5:38 p.m.

ପୁରୀ: ପୁରୀରେ ରଥ ଟାଣିବେ ମହାମହିମ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଆରମ୍ଭ ହୋଇଛି ପ୍ରଶାସନିକ ପ୍ରସ୍ତୁତି । ରାଷ୍ଟ୍ରପତିଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ,ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ୧୦ ହଜାରରୁ ଅଧିକ ନିମନ୍ତ୍ରିତ ଅତିଥି ରଥଯାତ୍ରାରେ ଯୋଗଦେବେ । ପ୍ରୋଟକଲ ଅନୂପାଳନ କରିବା ସହ ପୋଲିସ ତରଫରୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଗତକାଲି ନିଜେ ଆଇନ ମନ୍ତ୍ରୀ ସମୀକ୍ଷା କରିଛନ୍ତି । ସମଙ୍ଗ ସ୍ଥିତ ଅସ୍ଥାୟୀ ହେଲିପ୍ୟାଡ ଠାରୁ ଆରମ୍ଭ କରି ଯାତାୟତ ସ୍ଥଳ ଓ ଶ୍ରୀମନ୍ଦିର ନିକଟରେ ବ୍ୟବସ୍ଥାକୁ ଯାଞ୍ଚ କରିଛନ୍ତି । ରାଷ୍ଟ୍ରପତିଙ୍କ ସମେତ ଗୃହମନ୍ତ୍ରୀ, ଲୋକସଭା ବାଚସ୍ପତି, ବିଭିନ୍ନ କେନ୍ଦ୍ରମନ୍ତ୍ରୀ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଯୋଗଦେବା କାର୍ଯକ୍ରମ ରହିଛି । ରଥଯାତ୍ରାରେ ଭକ୍ତଙ୍କୁ ଉତ୍ତମ ସେବା ଯୋଗାଇ ଦେବା ସମସ୍ତଙ୍କର ଗୁରୁ ଦାୟିତ୍ଵ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । 

ରଥଯାତ୍ରା ଦିନ ସମଙ୍ଗ ନିକଟରେ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବେ ରାଷ୍ଟ୍ରପତି । ହେଲିପ୍ୟାଡରୁ ସ୍ବତନ୍ତ୍ର ରୁଟ ପ୍ଲାନ୍ ରେ ବ୍ଲୁ ବୁକ୍ ପ୍ରୋଟୋକଲ ସୁରକ୍ଷା ବଳୟ ଭିତରେ ରାଜଭବନକୁ ଯିବେ ରାଷ୍ଟ୍ରପତି । ଲକ୍ଷାଧିକ ଭକ୍ତ ଓ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ ଦ୍ଵିଗୁଣିତ କରାଯିବ । ବିଶେଷକରି ଟ୍ରାଫିକ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବା ପାଇଁ ଅଧିକ ସଂଖ୍ୟକ ଫୋର୍ସ ନିୟୋଜିତ କରାଯିବ ବୋଲି ଟ୍ରାଫିକ ପରିଚାଳନା ଦାୟିତ୍ଵରେ ଥିବା ଏଡିଜି ଦୟାଲ ଗାଙ୍ଗୱାର ଏକ ସ୍ବତନ୍ତ୍ର ସମୀକ୍ଷା ବୈଠକ ପରେ କହିଛନ୍ତି ।
 

ଆହୁରି ପଢନ୍ତୁ ଓଡିଶା ଖବର...

ହାତୀ
52m ago
ହାତୀ ମଣିଷ ଲଢ଼େଇ ରୋକିବାକୁ ବନ ବିଭାର ବଡ ପ୍ଲାନ
ଭୁବନେଶ୍ୱର: ହାତୀ ମଣିଷ ଲଢ଼େଇ ରୋକିବାକୁ ବନବିଭାର ବଡ଼ ପ୍ଲାନ୍। ସ୍କାନରରେ ରହିବେ ଲୋନଲି ଟସ୍କର। ଅମାନିଆ ଦନ୍ତାଙ୍କ ଆଚରଣ ସୁଧାରିବ ବନ ବିଭାଗ। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଲେ
RAIL LINE
ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ ନିର୍ମାଣ ଆଗେଇବାର ହେଲା ସମୀକ୍ଷା
ଅର୍ଗସ ବ୍ୟୁରୋ: ରାଜ୍ୟରେ ଦ୍ରୁତଗତିରେ ଆଗେଇ ଚାଲିବ ରେଳ ପ୍ରକଳ୍ପ । ରେଳ ସଦନରେ ରେଳ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ଏନେଇ ସ୍ପଷ୍ଟ ସୂଚନା ମିଳିପାରିଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛ
ଫୌଜଦାରୀ ଆଇନ
ବ୍ରିଟିଶ ଆଇନର ହେଲା ଭାରତୀୟକରଣ
ଅର୍ଗସ ବ୍ୟୁରୋ: ଭାରତରେ ଆଉ ଚଳିବନି ୧୬୦ ବର୍ଷ ପୂର୍ବ ବ୍ରିଟିଶ ଅମଳର ଫୌଜଦାରୀ ଆଇନ । ଅପରାଧିକ ନ୍ୟାୟ ପ୍ରଣାଳୀରେ ଆଜିଠୁ ହୋଇଛି ଆମୂଳଚୂଳ ପରିବର୍ତ୍ତନ । ଭାରତୀୟ ଦଣ୍ଡବିଧି ଆଇନରେ ବ୍ୟାପ