ଆଜିଠୁ ତିନି ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ
by Argus News
Fri, Sep 20 | 8:20 a.m.

କେନ୍ଦୁଝର: ଆଜିଠୁ ତିନି ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନିଜ ଜିଲ୍ଲାକୁ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱରରୁ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ଆସି କେନ୍ଦୁଝର ଠାରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । କେନ୍ଦୁଝର ଅଡିଟୋରିୟମରେ ଆୟୋଜିତ ଲାଇଫ ସେଭର୍ସ ଗ୍ରୁପ ଟ୍ରଷ୍ଟର ତୃତୀୟ ବାର୍ଷିକ ମହୋତ୍ସବରେ ଯୋଗ ଦେବେ ।

ଏହାସହ ନିଜ ପଞ୍ଚାୟତ ରାଇକଳା ଅନ୍ତର୍ଗତ କରଞ୍ଜିଆପଡ଼ା ଠାରେ ମା ତାରିଣୀ କ୍ଲବ ପକ୍ଷରୁ ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି କେନ୍ଦୁଝର ସ୍ଥିତ ଏକ ଘରୋଇ ହୋଟେଲରେ କେନ୍ଦୁଝର ସାଂସଦ ଏବଂ ସ୍ଥାନୀୟ ବିଧାୟକ ମାନଙ୍କ ସହ ବୈଠକ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାସହ 21 ଏବଂ 22 ତାରିଖରେ କେନ୍ଦୁଝରର ବିଭିନ୍ନ ସ୍ଥାନରେ ଆୟୋଜିତ ଅନେକ କାର୍ଯ୍ୟକ୍ରମରେ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବେଶ ଉତ୍ସାହିତ କେନ୍ଦୁଝରବାସୀ ।ନିଜ ଗାଁ ରାଇକଳାକୁ ମଧ୍ୟ ଯିବେ ମୁଖ୍ୟମନ୍ତ୍ରୀ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

RATNABHANDAR
7m ago
ରତ୍ନଭଣ୍ଡାରର ବୈଷୟିକ ସର୍ଭେ ବେଳେ ଶ୍ରୀଜୀଉଙ୍କ ଦର୍ଶନରେ ହେବନି କୌଣସି ଅସୁବିଧା
ପୁରୀ: ଏଏସଆଇ ପକ୍ଷରୁ ଆସନ୍ତାକାଲି ଠାରୁ ତିନିଦିନ ଧରି ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ ଅନୁଷ୍ଠିତ ହେବ । ଏଥିପାଇଁ ଦିନ 2ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ସମୟ ସ୍ଥି
ଟେଷ୍ଟ
27m ago
ହାତ ଟେକିଦେଲା ବାଂଲାଦେଶ, ୧୪୯ରେ ଅଟକିଲା,ବୁମରାଙ୍କୁ ୪ ୱିକେଟ୍
ଅର୍ଗସ ବ୍ୟୁରୋ:ଚେନ୍ନାଇରେ ଚାଲିଥିବା ଭାରତ-ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ରୋଟକ ମୋଡ ଦେଖିବାକୁ ମିଳିଛି,ଚିଦାମ୍ବରମ ଷ୍ଟାଡିୟମରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବୋଲି
କ୍ରାଇମବ୍ରାଞ୍ଚ ଟିମ୍
39m ago
କାର୍ଯ୍ୟାନୁଷ୍ଠାନ ନେବା କ୍ଷେତ୍ରରେ ସରକାର ପଛଘୁଞ୍ଚା ଦେବେ ନାହିଁ- ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଚନ୍ଦକା ଥାନାରେ କ୍ରାଇମବ୍ରାଞ୍ଚ ଟିମ୍ । କ୍ରାଇମ ବ୍ରାଞ୍ଚ୍ ର ଜଣେ ମହିଳା ଡିଏସପିଙ୍କ ନେତୃତ୍ତ୍ୱରେ କରୁଛନ୍ତି ଛାନଭିନ୍ । ଥାନାରେ ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣାର