ଦୁଇ ପୃଥକ ଦୁର୍ଘଟଣା; ଠିଆ ହୋଇଥିବା ଟ୍ରକ୍ କୁ ପିଟି 3 ମୃତ
by Argus News
Sat, Jun 22 | 8:42 a.m.

କଟକ/ଖୋର୍ଦ୍ଧା: ପ୍ରତିଦିନ ଦୁର୍ଘଟଣା । କିଏ ଦ୍ରୁତ ଗତିରେ ଗାଡି ଚଲାଇ ମୃତ୍ୟୁକୁ ନିମନ୍ତ୍ରଣ ଦେଉଛି ତ କିଏ ନିୟମ ଉଲ୍ଲଙ୍ଘନ କରି । ବଡ ବଡ ଟ୍ରକ ଗୁଡିକ ଜନଗହଳିପୂର୍ଣ୍ଣ ରାସ୍ତାରେ ମଧ୍ୟ ଦ୍ରୁତ ଗତିରେ ଚଲାଉଛନ୍ତି । ଫଳରେ ସ୍ଥିତି ଏମିତି ହେଲାଣି ଲୋକେ ଗାଡି ଚଲାଇବାକୁ ବି ଡରିଲେଣି । 

କଟକ ସିଡିଏ ସେକ୍ଟର ୧୧ ରୁ ନୂଆ ପାଟଣାକୁ ସଂଯୋଗ କରୁଥିବା ମଧୁସୂଦନ ସେତୁ ଉପରେ ଭୋରୁ ଭୋରୁ ଭୟଙ୍କର ସଡକ ଦୁର୍ଘଟଣା ହୋଇଛି । ବ୍ରିଜ ଉପରେ ଠିଆ ହୋଇଥିବା ଟ୍ରକ୍ ପଛରେ ଧକ୍କା ଦେଇଛି ବାଇକ୍ । ଫଳରେ ବାଇକରେ ବସିଥିବା ତିନିଜଣ ଯୁବକଙ୍କ ମଧ୍ୟରୁ ଦୁଇ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ଯୁବକମାନଙ୍କ ପରିଚୟ ମିଳିପାରି ନାହିଁ । ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସେହିପରି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ଖଡ଼ିକାପଲ୍ଲୀ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା କଡରେ ଛିଡ଼ା ହୋଇଥିବା କୋଇଲା ବୋଝେଇ ଟ୍ରକର ପଛକୁ ପିଟିଛି ଷ୍ଟିଲ୍ ବୋଝେଇ ଟ୍ରକ । ଘଟଣାସ୍ଥଳରେ ଦୁର୍ଘଟଣା ଘଟାଇଥିବା ଷ୍ଟିଲ୍ ବୋଝେଇ ଟ୍ରକର ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛି । 

କୋଇଲା ବୋଝେଇ ଟ୍ରକ ଟି ରାସ୍ତା କଡରେ ଛିଡ଼ା ହୋଇଥିବା ସମୟରେ ଦୁର୍ଗାପୁରରୁ ଚେନ୍ନାଇ ଅଭିମୁଖେ ଷ୍ଟିଲ୍ ନେଇ ଯାଉଥିବା ଟ୍ରକଟି ପଛରୁ ପିଟି ହୋଇଥିଲା । ଘଟଣାସ୍ଥଳରୁ କୋଇଲା ବୋଝେଇ ଟ୍ରକ ଫେରାର୍ ହୋଇଯାଇଛି । ଦୁର୍ଘଟଣାସ୍ଥଳରେ ବାଲୁଗାଁ ପୋଲିସ ଏବଂ ବାଲୁଗାଁ ଅଗ୍ନିଶମ ବାହିନୀ ପହଞ୍ଚି ଟ୍ରକରୁ ମୃତ ବ୍ୟକ୍ତିକୁ ଉଦ୍ଧାର କରି ବାଲୁଗାଁ ମେଡ଼ିକାଲରେ ଭର୍ତ୍ତି କରି ତଦନ୍ତ ଆରମ୍ଭ କରିଛି ବାଲୁଗାଁ ପୋଲିସ । ମୃତକ ଜଣକ ତାମିଲନାଡୁର ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଆହୁରି ପଢନ୍ତୁ ଓଡିଶା ଖବର...
 

ଭଦ୍ରକ ହିଂସା
2m ago
ଭଦ୍ରକ ସହରରେ 2 RAF ସହ 12 ପ୍ଲାଟୁନ୍ ଫୋର୍ସ ମୁତୟନ
ଭଦ୍ରକ: ଭଦ୍ରକ ହିଂସା ନେଇ ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ାକଡ଼ି କଲା ପୋଲିସ । ଭଦ୍ରକ ସହରରେ 2 RAF ସହ 12 ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ଧାମନଗରରେ 6 ପ୍ଲାଟୁନ୍ ଫୋର୍ସ ମୁତୟ
SPECIAL MARRIAGE
14m ago
ନିଆରା ବାହାଘର, ଏଇଠି ଝିଅ ନୁହେଁ ପୁଅ ଯାଏ ଶାଶୂଘର
ଅର୍ଗସ ବ୍ୟୁରୋ: ଭାରତ ଏମିତି ଏକ ଦେଶ ଯେଉଁଠି ପ୍ରତି ରାଜ୍ୟ କାହିଁକି ବରଂ ପ୍ରତି ଜିଲ୍ଲାରେ କିଛି ନା କିଛି ପରମ୍ପରା ରହିଛି । ପୂର୍ବପୁରୁଷଙ୍କ ଦ୍ଵାରା ଆରମ୍ଭ ହୋଇଥିବା ପରମ୍ପରାକୁ ଆଜ
NAVEEN PATNAIK
18m ago
ସ୍ଥିତି ସମ୍ଭାଳିବାକୁ ନବୀନ ଡାକିଲେ ମିଟିଂ, ସବୁ ଓଲଟପାଲଟ ହେଲା...
ଅର୍ଗସ ବ୍ୟୁରୋ: ୨୪ ବର୍ଷର ଶାସନ ପରେ ଶାସକ ଦଳରୁ ଯାଇ ବିରୋଧୀ ଦଳରେ ବସିଲା ବିଜେଡି । କ୍ଷମତା ଚାଲିଯିବା ପରେ ଏବେ ଚିନ୍ତାରେ ନେତା ଓ କର୍ମୀ । କାରଣ ନିର୍ବାଚନରେ ବିଜେଡି ହାରିବା ପର