ଅର୍ଗସ ବ୍ୟୁରୋ : ରେକର୍ଡ ସ୍ତରରେ ପହଂଚୁଛି UPI କାରବାର। ଚଳିତ ବର୍ଷ ଜାନୁଆରୀରୁ ନଭେମ୍ବର ମଧ୍ୟରେ ୨୨୩ ଲକ୍ଷ କୋଟି ଟଙ୍କାର ୧୫ ହଜାର ୫୪୭ କୋଟିରୁ ଅଧିକ ଟ୍ରାଂଜାକ୍ସନ୍ ହୋଇଛି | ଏହା ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଏକ ବିପ୍ଳବ ବୋଲି ଅର୍ଥ ମନ୍ତ୍ରଣାଳୟ ଏକ୍ସ ହ୍ୟାଣ୍ଡେଲରେ ପ୍ରକାଶ କରିଛି | UPI 2016 ରେ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ଦ୍ୱାରା ଆରମ୍ଭ କରାଯାଇଥିଲା |
ଏହାପୂର୍ବରୁ ଆର୍ଥିକ ବର୍ଷ 2025 ର ପ୍ରଥମ 7 ମାସରେ, ରୁପି କ୍ରେଡିଟ କାର୍ଡରେ UPI ମାଧ୍ୟମରେ କାରବାର ପ୍ରାୟ 20 ଗୁଣ ବୃଦ୍ଧି ପାଇଛି। ଚଳିତ ବର୍ଷ ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ୭୫୦ ମିଲିୟନରୁ ଅଧିକ ୟୁପିଆଇ କ୍ରେଡିଟ କାର୍ଡ କାରବାର ୬୩ ହଜାର ୮୨୫ କୋଟି କୋଟି ଟଙ୍କା ପ୍ରକ୍ରିୟାକରଣ କରାଯାଇଥିଲା। ଯେତେବେଳେ କି, ଆର୍ଥିକ ବର୍ଷ ୨୦୨୪ ରେ, UPI ରୂପୀ କ୍ରେଡିଟ୍ କାର୍ଡ ମାଧ୍ୟମରେ କାରବାର ସଂଖ୍ୟା ୩୬୨.୮ ମିଲିୟନ୍ ଥିଲା, ଯାହାର ମୋଟ ମୂଲ୍ୟ ୩୩ ହଜାର ୪୩୯ କୋଟି ଥିବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ।