ହାତରେ ଡିଭୋର୍ସ ଡିଜାଇନ ମେହେନ୍ଦୀ କଲେ ମହିଳା , ଭାଇରାଲ ହେଲା ଭିଡିଓ
by Argus News
Sun, Dec 15 | 6:11 p.m.

ଅର୍ଗସ ବ୍ୟୁରୋ :  ହାତରେ ଡିଭୋର୍ସ ଡିଜାଇନ ମେହେନ୍ଦି କଲେ ମହିଳା । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ହାତରେ ନିଜ ବିବାହ ପରର ସଂଘର୍ଷ କାହାଣୀକୁ ମେହେନ୍ଦୀରେ ନିଜ ହାତରେ ଦର୍ଶାଇଛନ୍ତି ମହିଳା । ଯେଉଁଥିରେ ସେ ସ୍ପଷ୍ଟ ଭାବେ ଲେଖିଛନ୍ତି , "ଫାଇନାଲି ଡିଭୋର୍ସ" । ଏହି ଭିଡିଓକୁ ମେହେନ୍ଦୀ ଡିଜାଇନ କରିଥିବା ଉର୍ବଶୀ ଶର୍ମା ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଯେଉଁଥିରେ ବିବାହ ପରେ କିପରି ସେହି ମହିଳାଙ୍କର ସଂଘର୍ଷମୟ ଯାତ୍ରା ରହିଥିଲା ତାହା ଦର୍ଶାଇଛନ୍ତି । 

ଏହି ମେହେନ୍ଦୀରେ ସେ ଦର୍ଶାଇଛନ୍ତି, ବିବାହ ପରେ ତାଙ୍କ ତାଙ୍କ ଶାଶୂଘରେ ଚାକର ପରି ବ୍ୟବହାର କରାଯାଉଥିଲା । ପରେ ତାଙ୍କ ସ୍ବାମୀ ତାଙ୍କ ଶାଶୂଘର ଲୋକେ ତାଙ୍କୁ ଏକଦମ ଏକୁଟିଆ କରି ଦେଇଥିଲେ । ପରେ ତାଙ୍କୁ ଅନେକ ନିର୍ଯ୍ୟାତନା ମିଳିଥିଲା , ଅନେକ ବିବାଦ ମଧ୍ୟ ପରିବାର ଭିତରେ ହୋଇଥିଲା । ଶେଷରେ ସେ ବିବାହ ବିଚ୍ଛେଦ କରିବାକୁ ସ୍ଥିର କରିଥିଲେ । ଏହି ଭିଡିଓ ସିସଆଲ ମିଡିଆରେ ଶେୟାର ହେବାପରେ ଏହାକୁ ୧ ମିଲିଅନ ଲୋକ ଦେଖିସାରିଛନ୍ତି । ଏବଂ ୧୮ ହଜାରରୁ ଅଧିକ ଲାଇକ କରିଛନ୍ତି । ଏବଂ ସବୁଠୁ ବଡ କଥା ହେଉଛି , ଅନେକ ୟୁଜର୍ସ ଏହି ଡିଭୋର୍ସ ମେହେନ୍ଦୀକୁ ପସନ୍ଦ କରିଛନ୍ତି । କିଛିଜଣ ଲେଖିଛନ୍ତି, ନିଜର ନିର୍ଯ୍ୟାତନା କାହାଣୀକୁ ମେହେନ୍ଦୀ ମାଧ୍ୟମରେ ଲୋକଲୋଚନକୁ ଆଣିଥିବାରୁ , ଆପଣଙ୍କ ସାହାସକୁ ମାନିବାକୁ ପଡିବ । ଆହୁରି ନିଜେ ସଶକ୍ତ ହୁଅ । 

 

 

View this post on Instagram

A post shared by Urvashi Vora Sharma (@urvashis_mehandi_and_makeover)

ସେହିପରି ଆଉ ଜଣେ ଲେଖିଛନ୍ତି, ଏହି ମେହେନ୍ଦୀ ପଛରେ ଥିବା କଷ୍ଟକୁ ଆମେ ଦେଖିପାରୁଛି । ଭଗବାନ ତୁମକୁ ଧୈର୍ଯ୍ୟ ଦିଅନ୍ତୁ । ସାଧାରଣତଃ ମେହେନ୍ଦୀ କୌଣସି ଶୁଭକାର୍ଯ୍ୟ , ବିବାହ ତଥା ମାଙ୍ଗଳିକ କାର୍ଯ୍ୟରେ କରିଥାନ୍ତି । କିନ୍ତୁ ଏହା ଏକ ପ୍ରକାର ନୂଆ ଟ୍ରେଣ୍ଡ । ଯାହାଦ୍ବାରା ମହିଳାମାନେ ନିଜ କଷ୍ଟକୁ ସାରା ବିଶ୍ବକୁ ଦେଖାଇପାରନ୍ତି ବୋଲି ଜଣେ ୟୁଜର୍ସ ଲେଖିଛନ୍ତି । 
 

ବିରଜା ଅଗ୍ନେଶ୍ବର ହାଟ
ପୁରୁଣା ସ୍ଥାନରେ ଆଜିଠୁ ଖୋଲିଲା ବିରଜା ଅଗ୍ନେଶ୍ବର ହାଟ
ଅର୍ଗସ ବ୍ୟୁରୋ : ଦୀର୍ଘ ୮ ମାସ ପରେ ନିଜ ପୁରୁଣା ସ୍ଥାନକୁ ଫେରିଛି ଯାଜପୁରର ବିରଜା ଅଗ୍ନେଶ୍ବର ହାଟ। ଏତେ ଦିନ ପରେ ପୁରୁଣା ଜାଗାକୁ ଫେରିଥିବାରୁ ଚାଷୀ, ବ୍ୟବସାୟୀ ଓ ଗ୍ରାହକଙ୍
ଆୟୁଷ୍ମାନ ଭାରତ
ଆୟୁଷ୍ମାନ ଭାରତ ଯୋଜନା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା
ଅର୍ଗସ ବ୍ୟୁରୋ: ଆୟୁଷ୍ମାନ ଭାରତ ଯୋଜନା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା । ଖୁବ୍ ଶୀଘ୍ର ଲାଗୁହେବ ଆୟୁଷ୍ମାନ ଭାରତ ଯୋଜନା । ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର
ଜାତୀୟ ଶିକ୍ଷାନୀତି
ଜାତୀୟ ଶିକ୍ଷାନୀତି  ଆଧାରରେ ପ୍ରସ୍ତୁତ ହେଉଛି ନୂଆ ପାଠ୍ୟପୁସ୍ତକ
ଅର୍ଗସ ବ୍ୟୁରୋ : ଜଙ୍ଗଲର କାହାଣୀ ପଢ଼ିବେ ଓଡିଶାର ଛାତ୍ରଛାତ୍ରୀ । ଜଙ୍ଗଲ ହେଉଛି ଓଡ଼ିଶାର ଅର୍ଥନୀତିର ମେରୁଦଣ୍ଡ । ଜଙ୍ଗଲରୁ ହିଁ ବିକଶିତ ହୋଇଛି ଦେଶ ସ୍ୱାଧୀନତାର ନେତୃତ୍ୱ
ଏକ ଦେଶ ଏକ ନିର୍ବାଚନ
ଏକ ଦେଶ ଏକ ନିର୍ବାଚନ ବିଲକୁ ମିଳିସାରିଛି କ୍ୟାବିନେଟ୍ ଅନୁମୋଦନ
ଅର୍ଗସ ବ୍ୟୁରୋ : ଦେଶରେ ଏକକ ନିର୍ବାଚନକୁ ନେଇ ଜାରି ରହିଛି ଚର୍ଚ୍ଚା। ଏକ ଦେଶ-ଏକ ନିର୍ବାଚନ ବିଲ୍‌କୁ ମିଳିସାରିଛି କ୍ୟାବିନେଟ୍ ମଞ୍ଜୁରୀ । ସୋମବାର ଏହି ବିଲ ଆଗତ ହେବ
ନକ୍ସଲ
31 ମାର୍ଚ୍ଚ 2026 ସୁଦ୍ଧା ଦେଶରୁ ନକ୍ସଲ ହେବେ ସଫା
ଅର୍ଗସ ବ୍ୟୁରୋ: ନକ୍ସଲ ପ୍ରଭାବିତ ଛତିଶଗଡ଼ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ରାୟପୁରର ପୋଲିସ ପ୍ୟାରେଡ୍ ଗ୍ରାଉଣ୍ଡରେ ଆୟୋଜିତ ପୋଲିସ କଲର୍ସ ଆୱାର୍ଡରେ ସାମିଲ ହୋଇଥିଲେ ଅମି