`ଗତ ୧୦ ବର୍ଷରେ ଶିକ୍ଷା କ୍ଷେତ୍ରରେ ଆସିଛି ବ୍ୟାପକ ପରିବର୍ତ୍ତନ'
by Argus News
Tue, Dec 17 | 7:56 p.m.

ଅର୍ଗସ ବ୍ୟୁରୋ: ବିଶ୍ବଗୁରୁ ବନୁଛି ଭାରତ । ଦେଶ ବିକାଶରେ ଶିକ୍ଷାକୁ ସର୍ବାଧିକ ଗୁରୁତ୍ବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ମାର୍ଗଦର୍ଶନରେ ମାତ୍ର ୧୦ ବର୍ଷ ମଧ୍ୟରେ ଦେଶର ଶିକ୍ଷା କ୍ଷେତ୍ରରେ ଆସିଛି ବୈପ୍ଳବିକ ପରବର୍ତ୍ତନ । ଆଗାମୀ ସମୟର ଆହ୍ବାନକୁ ସ୍ବୀକାର କରି ଶିକ୍ଷା ଭିତ୍ତିଭୂମିକୁ ନୂଆ ରୂପ ଦେବାରେ ସଫଳ ହୋଇଛି ଶିକ୍ଷା ମନ୍ତ୍ରାଳୟ। ସ୍କୁଲ ସ୍ବଚ୍ଛତା କ୍ଷେତ୍ରରେ ୨୦୦୪ରୁ ୨୦୧୪ରେ UPA ସରକାର ତୁଳନାରେ NDA ସରକାରରେ ୨୦୧୪ରୁ ୨୦୨୪ ମଧ୍ୟରେ ହୋଇଛି ବ୍ୟାପକ ପରବର୍ତ୍ତନ । ଶିକ୍ଷା ଭିତ୍ତିଭୂମି, ଶିକ୍ଷାଦାନ ଓ ଶିକ୍ଷାଗ୍ରହଣ ବ୍ୟବସ୍ଥା, ଶିକ୍ଷା ପାଇଁ କେନ୍ଦ୍ରୀୟ ବଜେଟ ପ୍ରାବଧାନରେ ହୋଇଥିବା ବ୍ୟାପକ ପରିବର୍ତ୍ତନର ହିସାବ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେବଳ ଶିକ୍ଷିତ ନୁହେଁ ବରଂ ଆଗାମୀ ସମୟରେ ବିଶ୍ବକୁ ନୂଆ ଦିଶା ଦେଖାଇବାକୁ ଯୁବପିଢିକୁ ସମର୍ଥ କରିବାକୁ ନୂଆ ଶିକ୍ଷାନୀତି-୨୦୨୦ର ଲକ୍ଷ୍ୟ ହେଉଛି ପୂରଣ । 

୨୦୦୪ରୁ ୨୦୧୪ ତୁଳନାରେ ୩୦ ପ୍ରତିଶତ ବୃଦ୍ଧି ପାଇଛି ମହିଳା ଶିକ୍ଷକ ସଂଖ୍ୟା । ଦେଶରେ କଲେଜ ସଂଖ୍ୟା ୨୧ ପ୍ରତିଶତ ବୃଦ୍ଧି ସହ ଦଶମ ଓ ଦ୍ବାଦଶ ଶ୍ରେଣୀ ପାସ୍ ହାର ମଧ୍ୟ ବୃଦ୍ଧି ପାଇଛି । ଦେଶର ୨୩ ହଜାର ଡାକ ପିନକୋଡରେ ଉବଲବ୍ଧ ହୋଇଛି NCERT ପ୍ରକାଶିକ ପାଠ୍ୟ ପୁସ୍ତକ । ଏଥିପାଇଁ Flipkart, Amazon ସହ ହୋଇଛି MoU ସ୍ବାକ୍ଷର । ସାରା ଦେଶରେ ଆରମ୍ଭ ହୋଇଛି ବିଦ୍ୟା ସମୀକ୍ଷା କାର୍ଯ୍ୟକ୍ରମ । ଶିକ୍ଷା ସହିତ ଛାତ୍ରଛାତ୍ରୀଙ୍କ ଶାରୀରିକ ଓ ମାନସିକ ସୁସ୍ଥତା ବୃଦ୍ଧି ପାଇଁ ପିଏମ ପୋଷଣ ଯୋଜନାରେ ଅନୁଦାନ ବୃଦ୍ଧି ସହ ୧୦ ବର୍ଷ ମଧ୍ୟରେ ଛାତ୍ରଛାତ୍ରୀଙ୍କ ମୁଣ୍ଡ ପିଛା ଖର୍ଚ୍ଚ ୧୩୦% ବୃଦ୍ଧି ପାଇଥିବା ପାଇଥିବା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।  

୧୦ ବର୍ଷ ମଧ୍ୟରେ ଗୁଣାତ୍ମକ ଓ ପରିମାଣାତ୍ମକ ଶିକ୍ଷାରେ ବ୍ୟାପକ ପରିବର୍ତ୍ତନ
୨୦୧୩-୧୪ରେ ଦଶମ ଶ୍ରେଣୀରେ ପାସ୍ ହାର ୫୮ ପ୍ରତିଶତ ଥିଲା
ଏବେ ପାସ୍ ହାର ୬୪ ପ୍ରତିଶତ ବୃଦ୍ଧି ସହ ୯୫.୫ ପ୍ରତିଶତରେ ପହଞ୍ଚିଛି
କେବଳ ଦଶମ ଶ୍ରେଣୀରେ ଝିଅଙ୍କ ପାସ୍ ହାର ୭୨ପ୍ରତିଶତ ବୃଦ୍ଧି 
୧୦ ବର୍ଷରେ ମହିଳା ଶିକ୍ଷକ ସଂଖ୍ୟା ୩୦ ପ୍ରତିଶତରୁ ଅଧିକ ବୃଦ୍ଧି  

NTAକୁ ନେଇ ଡକ୍ଟର କେ. ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ରିପୋର୍ଟକୁ ସାର୍ବଜନୀନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ୩୧ ଅକ୍ଟୋବରରେ କମିଟି ଏହି ରିପୋର୍ଟ ସରକାରଙ୍କୁ ଦେଇଥିଲେ ।  ଆଗାମୀ ସମୟରେ ରିପୋର୍ଟକୁ ସୁପ୍ରିମକୋର୍ଟଙ୍କୁ ଦିଆଯିବ । କମିଟି ପ୍ରସ୍ତାବ ଅନୁସାରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିର ପୁନର୍ଗଠନ ହେବ ।   ୨୦୨୫ରୁ NTA କେବଳ ଉଚ୍ଚ ଶିକ୍ଷା ପ୍ରବେଶିକା ପରୀକ୍ଷା ଆୟୋଜନ କରିବ । କମିଟି ସୁପାରିଶ ଆଧାରରେ ପେପର ଲିକ୍ ଉପରେ ରୋକ୍, AI ଟେକ୍ନୋଲୋଜିର ଉପଯୋଗ ସହ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ଇତିହାସ ରଚିଲେ
ଇତିହାସ ରଚିଲେ ଯଶପ୍ରୀତ ବୁମରାହ: ଭାଙ୍ଗିଲେ କପିଲ ଦେବଙ୍କ ମହାରେକର୍ଡ
ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି ଷ୍ଟାର ବୋଲର ଜଶପ୍ରୀତ ବୁମରାହ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୭ ୱିକେଟ ହରାଇ ୪୦୫ ରନ
ବାଦ୍‌ଶାହଙ୍କୁ
ବାଦ୍‌ଶାହଙ୍କୁ ଗଣିବାକୁ ପଡ଼ିଲା ୧୫ ହଜାର ୫୦୦ ଟଙ୍କାର ଚାଲାଣ
ଅର୍ଗସ ବ୍ୟୁରୋ: ଖ୍ୟାତନାମା ଗାୟକ ତଥା ରାପର ବାଦ୍‌ଶାହାଙ୍କ କଟିଛି ଚାଲାଣ। ଭୁଲ ରାସ୍ତାରେ ଗାଡ଼ି ଚଳାଇବା ତାଙ୍କୁ ମହଙ୍ଗା ପଡ଼ିଛି। ଦିଲ୍ଲୀ ପୋଲିସ ତାଙ୍କର ୧୫ ହଜାର ୫୦୦ ଟଙ୍କା
ଗୁପ୍ତେଶ୍ୱର ପୀଠର
ଗୁପ୍ତେଶ୍ୱର ପୀଠର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ସୁରେଶ ପୂଜାରୀ
ଅର୍ଗସ ବ୍ୟୁରୋ: ଆଜି ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ଗସ୍ତରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ରେ ପହଞ୍ଚିବା ପରେ ରାଜସ୍ୱ ମନ୍ତ୍ରୀ ପ୍ରଥମେ ଗୁପ୍ତେଶ୍ୱର ଠାକୁର ଦର୍ଶ
ପଦରୁ ହଟିଲେ
ପଦରୁ ହଟିଲେ IAS ବିଷ୍ଣୁପଦ ସେଠୀ
ଅର୍ଗସ ବ୍ୟୁରୋ: ପଦରୁ ହଟିଲେ IAS ବିଷ୍ଣୁପଦ ସେଠୀ। ବିଷ୍ଣୁପଦଙ୍କୁ ଦିଆଗଲା ସାଧାରଣ ପ୍ରଶାସନ ବିଭାଗର ସ୍ବତନ୍ତ୍ର ଦାୟିତ୍ବ। ସିବିଆଇ ସମନ ପରେ ଚର୍ଚ୍ଚାରେ ଥିଲେ ବିଷ୍ଣୁପଦ। ଆଇଏଏ
`ଗତ ୧୦
`ଗତ ୧୦ ବର୍ଷରେ ଶିକ୍ଷା କ୍ଷେତ୍ରରେ ଆସିଛି ବ୍ୟାପକ ପରିବର୍ତ୍ତନ'
ଅର୍ଗସ ବ୍ୟୁରୋ: ବିଶ୍ବଗୁରୁ ବନୁଛି ଭାରତ । ଦେଶ ବିକାଶରେ ଶିକ୍ଷାକୁ ସର୍ବାଧିକ ଗୁରୁତ୍ବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ମାର୍ଗଦର୍ଶନରେ ମାତ୍ର ୧୦ ବର୍ଷ ମଧ୍ୟରେ ଦେଶର ଶିକ୍ଷା କ୍ଷେତ୍ରର