ଅର୍ଗସ ବ୍ୟୁରୋ: ଜୟପୁର ବିମାନ ବନ୍ଦରରୁ କୋରାପୁଟ ଅଭିମୁଖେ ବାହାରିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଆଜି ଆନ୍ଧ୍ରପ୍ରଦେଶ ଆରକୁ ଭ୍ୟାଲି ପରିଦର୍ଶନ କରି ଆନ୍ଦ୍ରପ୍ରଦେଶ ର କଫି ଗୋଲମରିଚ ଚାଷ ସହିତ ଅନେକ ପର୍ଯ୍ୟଟନ କ୍ଷେତ୍ରକୁ କରିଥିଲେ ଅନୁଧ୍ୟାନ । ତତ୍କାଳୀନ ସରକାରରେ ପର୍ଯ୍ୟଟନ କ୍ଷେତ୍ରରେ ଯାହା ହୋଇନାହିଁ କୋରାପୁଟ ଜିଲ୍ଲାରେ ତାହାର କରାଯିବ ବିକାଶ। ଆଦିବାସୀ ପରମ୍ପରାକୁ ଆନ୍ଧ୍ରବାସୀ ସଠିକ୍ ରୂପରେ କରିଛନ୍ତି ପ୍ରଦର୍ଶନ।
ଯାହା କୋରାପୁଟରେ ସଠିକ୍ ଭାବରେ କରାଯାଉନାହିଁ ଯାହାକୁ ଆଗକୁ ଗୁରୁତ୍ଵ ଦିଆଯିବ । ସୁଭଦ୍ରା ଯୋଜନା ରେ ପ୍ରାୟ ରାଜ୍ୟରେ ୩ ଲକ୍ଷରୁ ଅଧିକା ଆବେଦନ କୋରାପୁଟ ଜିଲ୍ଲାରୁ ଆସିଥିଲା ଓ ୨ ଲକ୍ଷ ୫୦ ହଜାର ମହିଳା ପାଇ ସାରିଛନ୍ତି । ଆଉ ଯେଉଁଠାରେ ଇଣ୍ଟରନେଟରେ ସମସ୍ୟା ଥିଲା ତାହା ହୋଇନାହିଁ ତାହା ତୁରନ୍ତ ଚତୁର୍ଥ ପର୍ଯ୍ୟାୟରେ ଯୋଗାଇ ଦିଆଯିବ ।
ମିଶନ ଶକ୍ତିରେ ଯୋଉ ସ୍କୁଟି ଯୋଜନା ଥିଲା ସେଥିରେ ମହିଳା ମାନେ ଲାଭ ପାଉ ନଥିଲେ କାରଣ ସେହି ଯୋଜନା ମାଗଣା ନ ଥିଲା ସ୍କୁଟି ପାଇଁ ମହିଳାଙ୍କୁ ଟଙ୍କା ଦେବାକୁ ପଡୁଥିଲା ଯାହା ମହିଳା ମାନଙ୍କୁ ଋଣ ବୋଝ ମୁଣ୍ଡାଇବା ପାଇଁ ଏହି ଯୋଜନା କରିଥିଲେ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର