ସ୍ୱାଧୀନତାର ୭୬ ବର୍ଷ ପରେ ବି ଗାଁରେ ପହଞ୍ଚି ପାରିନି ମୌଳିକ ସୁବିଧା
by Argus News
Mon, Oct 21 | 7:36 p.m.

ଅର୍ଗସ ବ୍ୟୁରୋ:  ସ୍ୱାଧୀନତାର ୭୬ ବର୍ଷ ପରେ ଆଜି ବି ଏମିତି ଅନେକ ଗାଁ ଅଛି, ଯେଉଁଠି ପହଞ୍ଚି ପାରିନି ମୌଳିକ ସୁବିଧା । ରାସ୍ତା, ପିଇବା ପାଣି , ଶିକ୍ଷା ଓ ବାସସ୍ଥାନ ଏମାନଙ୍କ ପାଇଁ ଅପହଞ୍ଚ । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ତୁକୁଡା ପଞ୍ଚାୟତର ଦେଉଳଖମଣ ଗାଁ । ଯେଉଁଠି ଆଦିବାସୀ ସଂପ୍ରଦାୟର ମାହାର ପରିବାର ଶହେ ବର୍ଷରୁ ଅଧିକ ଦିନ ହେବ ବସବାସ କରି ଆସୁଛନ୍ତି । ଏମାନେ ମୁଲ ମଜୁରୀ କରି ପରିବାର ଭୋକ ମେଣ୍ଟାଇନ୍ତି । ହେଲେ ଏମାନଙ୍କ ଉପରେ କାହାରି ନଜର ପଡ଼ିନି । ଗାଁକୁ ନା ରାସ୍ତା ଅଛି, ନା ପାନୀୟ ଜଳର ବ୍ୟବସ୍ଥା । ନାହିଁ ନାହିଁରେ ଏମାନଙ୍କ ଅତୀତ ଓ ବର୍ତ୍ତମାନ ।

ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରୁନି । ଫଳରେ  ୩ କିଲୋମିଟର ଖଟିଆରେ ବୁହା ହୋଇ ଡାକ୍ତରଖାନା ଯାଉଛନ୍ତି ରୋଗୀ । ଗାଁରେ ପିଇବା ପାଣି କହିଲେ ୨ଟି ନଳକୂପ । ତାହା ବି କେତେବେଳେ ଚାଲେ ତ ଆଉ କେତେବେଳେ ଅଚଳ । ପାନୀୟ ଜଳ ଯୋଗାଣ ବିଭାଗ ଦେଢ଼ ବର୍ଷ ହେବ ପାଇପ୍‌ ଆଉ ଟ୍ୟାପ୍ ବ୍ୟବସ୍ଥା କରାଯାଇଛି ହେଲେ ଏବେ ଏହା ଭଙ୍ଗା ଅବସ୍ଥାରେ ପଡ଼ିରହିଛି । ଗାଁରେ ଅଙ୍ଗନବାଡ଼ି କେନ୍ଦ୍ରଟିଏ ନାହିଁ, ଫଳରେ ପ୍ରାଥମିକ ଶିକ୍ଷା ସହ ପୁଷ୍ଟିକର ଖାଦ୍ୟରୁ ବଞ୍ଚିତ ହେଉଛନ୍ତି ପିଲାଏ । ଗତ ୨୪ ବର୍ଷର ସ୍ଥିର ବିଜେଡି ସରକାର ଏମାନଙ୍କ ଦୁଃଖ ଶୁଣିଲେନି । ଏବେ ରାଜ୍ୟର ନୂଆ ବିଜେପି ସରକାର ଗ୍ରାମବାସୀଙ୍କ ସମସ୍ୟା ସମାଧାନ କରିବ ବୋଲି ଆଶା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ବାତ୍ୟାକୁ ନେଇ ରାଜ୍ୟ
ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଘୋଷଣା, ଏହି ୧୪ ଜିଲାରେ ବନ୍ଦ ରହିବ ସ୍କୁଲ
ଅର୍ଗସ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ସୋମବାର ସ୍କୁଲ ଛୁଟି ଘୋଷଣା କରିଛନ୍ତି। ୨୩ରୁ ୨୫ ତାରିଖ ଯାଏ ସ୍କୁଲ ବନ୍ଦ ରହିବ। ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ପ୍ରଭାବି
ମୁଖ୍ୟମନ୍ତ୍ରୀଙ୍କ
ମୁଖ୍ୟମନ୍ତ୍ରୀଙ୍କ ଢ଼େଙ୍କାନାଳ ଗସ୍ତ
ଅର୍ଗସ ବ୍ୟୁରୋ: ଆଜି ଢ଼େଙ୍କାନାଳ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ହେଲିକପ୍ଟର ଯୋଗେ ସନ୍ଧ୍ୟା ୫ଟା ସମୟରେ ଢେଙ୍କାନାଳରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ର
ନ୍ୟୁଜିଲାଣ୍ଡଠାରୁ
ନ୍ୟୁଜିଲାଣ୍ଡଠାରୁ ହାରିବା ପରେ ସ୍ତ୍ରୀଙ୍କ ସହ କୀର୍ତ୍ତନ କଲେ ବିରାଟ କୋହଲି
ଅର୍ଗସ ବ୍ୟୁରୋ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯିବ