ସମ୍ବଲପୁର: ମଣିଷ ଖିଆ ବାଘ କୁ ସମ୍ବଲପୁର ଚିଡିଆଖାନାରେ ଛଡାଗଲା । ୧୧ ମାସ ପରେ ବାଘକୁ ଚିଡିଆଖାନାର କ୍ବାରେଣ୍ଟିନ ରେ ରଖିବା ପରେ ଆଜି ପର୍ଯ୍ୟଟକ ପାଇ ପ୍ରଦର୍ଶିତ କରାଯାଇଛି । ହିଂସ୍ରମୁଖା ଵାଘ ଏକାନ୍ତରେ ରହିବା ପରେ ଚାଲି-ଚଳଣି ହାବ-ଭାବ ବର୍ତ୍ତମାନ ବଦଳି ଶାନ୍ତ ସରଳ ରହିଛି । ଯାହାକି ଚିଡିଆଖାନାରେ ପର୍ଯ୍ୟଟକ ଦେଖିବା ପାଇ ମଧ୍ୟ ଆସୁଛନ୍ତି । ଏଥିପାଇଁ ସମ୍ଵଲପୁର ଚିଡିଆଖାନାରେ ପ୍ରଥମ ସ୍ବତନ୍ତ୍ର ଗ୍ଲାସ ଭିୟୁ ବ୍ୟବସ୍ଥା କରାଯାଇଛି ।
ପର୍ଯ୍ୟଟକ ଲୁହାର ତାର ଜାଳ ବଦଳରେ ଗ୍ଲାସରେ ସ୍ବଷ୍ଟ ଭାବେ ଦେଖିପାରିବେ । ତେବେ ୨୦୨୩ ନଭେମ୍ବର ମାସରେ ନୂଆପଡାରେ ଜିଲ୍ଲା ଏହି ବାଘ ଆକ୍ରମଣ କରି ୨ ଜଣକ ଜୀବନ ନେବା ସହ ଅନେକ କୁ ଆକ୍ରମଣ କରିଥିଲା । ଫଳରେ ଅଂଚଳରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ପରେ ତାକୁ ଡେବ୍ରିଗଡ ଓ୍ବାଲ୍ଡଲାଇଭ ଡିଏଫ ନିର୍ଦ୍ଦେଶକ୍ରମେ ବହୁ କଷ୍ଟେ ରେସ୍କ୍ୟ କରି ନଭେମ୍ବର ମାସରେ ସମ୍ବଲପୁର ଚିଡିଆଖାନା ଆଣି କ୍ବାରେଟେଣ୍ଟ ରଖାଯାଇଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର