ଆଗାମୀ ୪୮ ଘଣ୍ଟା ଭିତରେ ଆହୁରି ୨ ରୁ ୩ ଡିଗ୍ରୀ ଖସିବ ପାରଦ
by Argus News
Wed, Dec 18 | 5:13 p.m.

ଭୁବନେଶ୍ୱର: ରାଜ୍ୟରେ ବଦଳିଛି ପାଣିପାଗର ମିଜାଜ୍ । ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା । ଶୀତ ସାଙ୍ଗକୁ କଲବଲ କରିବ ଅଦିନିଆ ବର୍ଷା । ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ପ୍ରଭାବରେ ହେବ ବର୍ଷା । ଆସନ୍ତା ୨୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଦକ୍ଷିଣ ଓ ଦକ୍ଷିଣ ଉପକୂଳ ସମେତ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆଗାମୀ ୨୪ ଘଣ୍ଟାରେ ହାଲୁକାରୁ ଅତ୍ୟନ୍ତ ହାଲୁଆ ଧରଣର ବର୍ଷା କିଛି ସ୍ଥାନରେ ହେବାର ଅଛି । ଆଗାମୀ ୫ ଦିନ ପାଗ ମୁଖ୍ୟତଃ ଶୁଖିଲା ସହ ମେଘୁଆ ଓ ଗୋଟେ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଅଛି । 

୧୯ ତାରିଖରେ ପାଗ ମେଘୁଆ ରହିବ, ଯେମିତି କି ପୁରୀ, କେନ୍ଦ୍ରାପଡା, ଗଜପତି, ଜଗତସିଂହପୁର, କୋରାପୁଟ, ରାୟଗଡ଼ା ଜିଲ୍ଲା ମାନଙ୍କରେ ହାଲୁକା ବର୍ଷା ରହିଥିବାବେଳେ ଗୋଟେ ୨ ଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାର ଅଛି । ୨୦ ତାରିଖରେ ବର୍ଷା ଲାଗି ରହିବ । କୋଷ୍ଟଲ ଓଡ଼ିଶାର କିଛି ଅଞ୍ଚଳମାନଙ୍କରେ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ଆଭ୍ୟନ୍ତରୀଣ ଜିଲ୍ଲା ମାନଙ୍କରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ଅଛି । ୨୧ ତାରିଖରେ ହାଲୁକାରୁ ଅତ୍ୟନ୍ତ ହାଲୁକା ବର୍ଷା ହେବାର ଅଛି । ପାଗ ମେଘୁଆ ଥିବାରୁ ଗୋଟେ କିମ୍ବା ୨ ଟି ସ୍ଥାନରେ ହାଲୁକା କୁହୁଡି ଦେଖାଯିବ । ଗତ ୨୪ ଘଣ୍ଟାରେ ସର୍ବନିମ୍ନ ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ ବଢ଼ିଛି । ଆଗାମୀ ୪୮ ଘଣ୍ଟା ଭିତରେ ଆହୁରି ୨ ରୁ ୩ ଡିଗ୍ରୀ ଖସିବ ପାରଦ । ପରେ ତାପମାତ୍ରା ନର୍ମାଲ ରହିବ । ଆଗାମୀ ୨୪ ଘଣ୍ଟାରେ ସର୍ବନିମ୍ନ ତାପମାତ୍ରା ୭.୨ ରାଉରକେଲାରେ ଦେଖା ଯାଇଥିଲା । ଝାରସୁଗୁଡ଼ା ୮.୬ ସୁନ୍ଦରଗଡ ୮.୧ , ଫୁଲବାଣୀ ଓ ବୌଦ୍ଧ ରେ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଦକ୍ଷିଣ ବଙ୍ଗୋସାଗରରେ ସୃଷ୍ଟ ଏକ ଲଘୁଚାପ କ୍ଷେତ୍ର ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି । ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ, ପ୍ରଭାବରେ ୧୯ ରୁ ୨୨ ରାଜ୍ୟରେ ବର୍ଷା ସମ୍ଭାବନା ଥିବାରୁ ଅମଳ ସମୟ ହୋଇ ଥିବାରୁ ଚାଷୀଙ୍କୁ ସତର୍କ କରିଛି ପାଣିପାଗ ବିଭାଗ ।

ଆହୁରି ପଢନ୍ତୁ ପାଣିପାଗ ଖବର...
 

କାଶ୍ମୀର ରିୟାସି
3m ago
କାଶ୍ମୀର ରିୟାସି ଜିଲ୍ଲାର ଚେନାବ ନଦୀ ଉପରେ ବିଶ୍ଵର ସର୍ବୋଚ୍ଚ ରେଲୱେ ବ୍ରିଜ୍
ଅର୍ଗସ ବ୍ୟୁରୋ: ଅବିଶ୍ବନୀୟ ଇଞ୍ଜିନିୟରିଂ । ଆଧୁନିକ ଭାରତର ଗର୍ବ ଗୌରବ। ଜାମ୍ମୁ କାଶ୍ମୀରରେ ନିର୍ମିତ ବିଶ୍ବର ଆଉ ଏକ ଆଶ୍ଚର୍ଯ୍ୟ । 359 ମିଟର ଉଚ୍ଚରେ ଚେନାବ ନଦୀ ଉପର
ରାଷ୍ଟ୍ରୀୟ ଅଳ୍ପସଂଖ୍ୟକ
ରାଷ୍ଟ୍ରୀୟ ଅଳ୍ପସଂଖ୍ୟକ ଶୈକ୍ଷଣିକ ସଂସ୍ଥାନ ଆୟୋଗର 20ତମ ପ୍ରତିଷ୍ଠା ଦିବସ
ଅର୍ଗସ ବ୍ୟୁରୋ: ଆଜି ଦିଲ୍ଲୀରେ ରାଷ୍ଟ୍ରୀୟ ଅଳ୍ପସଂଖ୍ୟକ ଶୈକ୍ଷଣିକ ସଂସ୍ଥାନ ଆୟୋଗର 20ତମ ପ୍ରତିଷ୍ଠା ଦିବସ ଏବଂ ଅଳ୍ପସଂଖ୍ୟକ ଅଧିକାର ଦିବସ ନେଇ ଆୟୋଜିତ ସମାରୋହକୁ ସମ୍ବୋଧିତ କରିଛନ୍ତ
ଆମ୍ବେଦକର
ସାମ୍ନାକୁ ଆସିଲେ PM, ସୋସିଆଲ୍ ମିଡିଆରେ କଲେ ସିରିଜ୍ ପୋଷ୍ଟ
ଅର୍ଗସ ବ୍ୟୁରୋ: ସମ୍ବିଧାନର ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ନାଁ ନେଇ କଂଗ୍ରେସ କେମିତି କରୁଛି ମିଛ ପ୍ରଳାପ ମଙ୍ଗଳବାର ରାଜ୍ୟସଭାରେ ତାର ଖୁଲାସା କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ
ମୁମ୍ବାଇ
ମୁମ୍ବାଇ ଉପକୂଳରେ ବୁଡ଼ିଲା ବୋଟ୍: ୪୦ ନିଖୋଜ
ଅର୍ଗସ ବ୍ୟୁରୋ: ପ୍ରାୟ ୫୬ ଜଣଙ୍କୁ ନେଇ ଯାଉଥିବା ଏକ ବୋଟ୍ ମୁମ୍ବାଇର ‘ଗେଟ୍ ୱେ ଅଫ୍ ଇଣ୍ଡିଆ’ ନିକଟରେ ବୁଡ଼ିଯାଇଛି। ଏଥିରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଖବର ଲେଖାହେବ
ଚେନାବ ବ୍ରିଜ୍
ଚେନାବ ବ୍ରିଜ; ବିଶ୍ୱର ସବୁଠୁ ଉଚ୍ଚା ରେଳ ବ୍ରିଜ
ଅର୍ଗସ ବ୍ୟୁରୋ: ଚେନାବ ବ୍ରିଜ୍ । ଜମ୍ମୁ କଶ୍ମୀରରେ ନିର୍ମାଣାଧୀନ ଉଦ୍ଧମପୁର-ଶ୍ରୀନଗର-ବାରମୁଲା (ୟୁଏସବିଆରଏଲ) ରେଳ ପ୍ରକଳ୍ପର ଏକ ପ୍ରମୁଖ ଅଂଶ । ଏହାକୁ ଉତ୍ତର ରେଳପଥ ପକ୍ଷରୁ ନିର୍ମା