ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇ ଛଟପଟ ଭକ୍ତ
by Argus News
Sat, Apr 27 | 8:09 p.m.


ଅର୍ଗସ ବ୍ୟୁରୋ : ଡ଼ହ ଡ଼ହ ଖରା ପାଦ ଠୁ ମୁଣ୍ଡ ତାତିରେ ଶିଝି ଯାଉଛି । ହେଲେ ଖରା ଠୁ ଅଧିକ ଯନ୍ତ୍ରଣା ଦେଉଛି ଜଗା ଦର୍ଶନ । ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଶ୍ରୀମନ୍ଦିର ସମ୍ମୁଖର । ଗୋଟିଏ ଦ୍ଵାର ପ୍ରବେଶ ଯୋଗୁଁ ସନ୍ତୁଳୀ ହେଉଛନ୍ତି ଭକ୍ତ । ପ୍ରଚଣ୍ଡ ଖରାରେ ଭକ୍ତଙ୍କ ଦର୍ଶନ ପାଇଁ ବ୍ୟାରିକେଟ ଲଗାଇବା ସହ କାର୍ପେଟ ବିଛାଇ କାମ ସାରି ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ହେଲେ ଏଭଳି ଆଖି ଦୃଶିଆ ପଦକ୍ଷେପ ବି ଜଗା ଦର୍ଶନ ଯନ୍ତ୍ରଣା କମାଇ ପାରିନି । 

ଭକ୍ତଙ୍କ ଭାବାବେଶ ଠାରୁ ସରକାରଙ୍କ ଜିଦ ବଳି ଯାଇଥିବା ବେଳେ ଚାରିଦ୍ବାର ଖୋଲିବାକୁ ନିବେଦନ କରିଛନ୍ତି ଶ୍ରଦ୍ଧାଳୁ । ସେପଟେ ପୁରୀରେ ନିର୍ବାଚନ ପ୍ରଚାର ବେଳେ ୪ ଦ୍ବାର ଖାଲା ପ୍ରସଙ୍ଗକୁ ମୁଦ୍ଦା କରିଛି ବିଜେପି । ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଧାୟକ ପ୍ରାର୍ଥୀ ଜୟନ୍ତ ଷଢ଼ଙ୍ଗୀ ଜଗନ୍ନାଥ ସଂସ୍କୃତି ରକ୍ଷା ପାଇଁ ସଂସଦରେ କଥା ଉଠିବ ବୋଲି କହିଛନ୍ତି ସମ୍ବିତ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ସେପଟେ ଭକ୍ତ ହନ୍ତ ସନ୍ତ ହେବା ପରେ ମଧ୍ୟ ୪ ଦ୍ବାର ଖୋଲା ନ ହେବା କିଛି ଜଗନ୍ନାଥ ବିରୋଧୀ ଲୋକଙ୍କ ଷଡଯନ୍ତ୍ର କହି ପ୍ରେସମିଟ କରି ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଖରାରେ ଶ୍ରଦ୍ଧାଳୁଙ୍କ ଲାମ୍ବା ଲାଇନ ସରକାରଙ୍କ ଦ୍ବାରା ପ୍ରାୟୋଜିତ ଅବ୍ୟବସ୍ଥା କହିବା ସହ ଅନ୍ୟ 3 ଦ୍ବାର ବନ୍ଦ କରିବାର ଅଧିକାର କିଏ ଦେଲା ବୋଲି ପ୍ରଶ୍ନ କରିଛି ବିଜେପି ।  ଜଗନ୍ନାଥ ଦର୍ଶନ ପାଇଁ ଭକ୍ତ ଯେତେ ଡହଳ ବିକଳ ହେଲେ ମଧ୍ୟ ନିଜ ଅଂହକାରରେ ଅଟଳ  ରାଜ୍ୟ ସରକାର । କେବେ ଶୃଙ୍ଖଳିତ ଦର୍ଶନ ପାଇଁ ୪ ଦ୍ବାର ଫିଟାଉଛନ୍ତି ତାହା ଦେଖିବାକୁ ଅପେକ୍ଷା ।


 

ପୋଲିସ
ପୋଲିସର ବର୍ରରତା, ମହିଳାଙ୍କ ଉପରେ ଲାଠିଚାର୍ଜ ସହ ଗୁଳିମାଡ
ବୌଦ୍ଧ : ଭୋଟ୍ ବିବାଦ । ପୋଲିସ ଜନତା ମୁହାଁମୁହିଁ । ବୌଦ୍ଧ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ମହେଶ୍ବରପିଣ୍ଡାରେ ପୋଲିସର ବର୍ବର ଗୁଳି ଚାଳନା । ଗାଁ ଲୋକ କଲେ ପୋଲିସ ଉପରକୁ ପଥରମାଡ଼
ସମ୍ବିଧାନ ମୁଖବନ୍ଧରେ
ସମ୍ବିଧାନ ମୁଖବନ୍ଧରେ ଅହିଂସା ଦାବି କରୁଥିବା ଦଳ, ଘଟାଉଛି ରାଜରାସ୍ତାରେ ହିଂସା
ଅର୍ଗସ ବ୍ୟୁରୋ: ବିଜେଡି ସାଜିଛି ରକ୍ତମୁଖା। ନିର୍ବାଚନକୁ ନେଇ ଗଡିଲା ମୁଣ୍ଡ। ରାଜନୈତିକ ହିଂସାର ଶିକାର ନିରୀହ ଲୋକ । ବରଗଡ଼ରେ ବିଜେଡି ଗୁଣ୍ଡାଙ୍କ ଶିକାର ହୋଇଛନ୍ତି ଜଣେ ଅଟୋ ଚାଳକ
ସମ୍ଭାବ୍ୟ ବାତ୍ୟାକୁ
ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସଜୀବୀଙ୍କ ପାଇଁ ଜାରି ହେଲା ସତର୍କ ସୂଚନା
ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସତର୍କ ସୂଚନା ଜାରି କରିଛନ୍ତି । ଆଜି ପୂର୍ବାହ୍