ଗୋଟିଏ ପଂଚାୟତର ୫ଗାଁକୁ ନାହିଁ ରାସ୍ତା
by Argus News
Mon, Oct 28 | 6:09 p.m.

ଅର୍ଗସ ବ୍ୟୁରୋ:  ସ୍ଵାଧୀନତାର ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଶିଳ୍ପସମୃଦ୍ଧ ଅନୁଗୋଳ ଜିଲ୍ଲାର ଉପାନ୍ତ ଗ୍ରାମବାସୀ ଦୁଃଖ ଦୁର୍ଦଶାରେ ଦିନ କାଟୁଛନ୍ତି I ଏ ହେଉଛି ଆଠମଲ୍ଲିକ ବ୍ଲକ କୁଦଗାଁ ଗ୍ରାମ ପଂଚାୟତ । ଆଠମଲ୍ଲିକ ବ୍ଲକ ଠାରୁ ପ୍ରାୟ ୧୦ କିଲୋମିଟର ଦୂର ବଣ ଜଙ୍ଗଲ ଘେରା ଗାଁ ହେଉଛି ପୀତବାସପୁର,ଭଗମୁଣ୍ଡା, କନ୍ଧପାଲି,ଚନ୍ଦ୍ରପୁର,ବିଜପୁର  ।  ଏହି ୫ ଗାଁରେ ପ୍ରାୟ ୨୫୦୦ ରୁ ଉର୍ଦ୍ଧ ଲୋକ ବସବାସ କରୁଥିବା ବେଳେ ଅନେକ ଅସୁବିଧାରେ ଦିନ କାଟୁଛନ୍ତି ଏହି ଗ୍ରାମବାସୀ I ୨୪ ବର୍ଷର ବିଜେଡି ଶାସନରେ ଗାଁକୁ ନିତିଦିନିଆ ରାସ୍ତା ଖଣ୍ଡେ ମଧ୍ୟ ନାହିଁ।  ଫଳରେ ନାନ ଅସୁବିଧାରେ ଦିନ କାଟୁଛନ୍ତି  ଗ୍ରାମବାସୀ।  ଏନେଇ  ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କଲେ ମଧ୍ୟ କେହି ହେଲେ କର୍ଣ୍ଣପାତ କରୁନାହାନ୍ତି I

ଗାଁକୁ ରାସ୍ତା ନଥିବାରୁ ପୋଖରି ହୁଡା ସାଜିଛି ପାଦଚଲା ରାସ୍ତା। ଏହାଉପର ଲୋକେ ଗାଡି ନେଇ ଯିବା ଶଆିବା ମଧ୍ୟ କରୁଛନ୍ତି ମାତ୍ର ବର୍ଷା ହେଲେ ବଦଳିଯାଏ ରାସ୍ତାର ଅବସ୍ଥା। କାଦୁଅ ରାସ୍ତାରେ ଚାଲିକି ଯିବା ମୁସ୍କିଲ ହୋଇଯାଏ। ଏମିତିକି ରାସ୍ତା ସମସ୍ୟା ପାଇଁ ଗାଁକୁ ଆମ୍ବୁଲାନ୍ସ ଆସିପାରୁ ନଥିବା ଅଭିଯୋଗ ହୋଇଛି। ୨୪ ବର୍ଷର ସରକାର ଗାଁ ଗାଁକୁ ପକ୍କା ରାସ୍ତା ସଂଯୋଗ କରୁଥିବା କହି ବାହାବହି ସାଉଣ୍ଟୁଥିବା ବେଳେ ଏମିତି ଅନେକ ଗାଁ ରହିଛି ଯେଉଁଠି ଆଜିବି ରାସ୍ତା ସାତସୁନ। ପାଦଚଲା କଚ୍ଚା ରାସ୍ତା ଦେଇ ଯିବା ଆସିବା କୁଛନ୍ତି ଅଞ୍ଚଳବାସୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

C-295 ଏୟାରକ୍ରାପ୍ଟ
ମେକ୍ ଇନ୍ ଇଣ୍ଡିଆ ମେଡ୍ ଫର ୱାର୍ଲ୍ଡ ଏବେ ଦେଶରେ ବନିବ C-295 ଏୟାରକ୍ରାପ୍ଟ
ଅର୍ଗସ ବ୍ୟୁରୋ: ଯବାନଙ୍କ କାନ୍ଧରେ ଦେଶ ସୁରକ୍ଷାର ଭାର। ଆତ୍ମନିର୍ଭର ଭାରତରେ ସ୍ବଦେଶୀ ଜ୍ଞାନୀକୌଶଳରେ ପ୍ରସ୍ତୁତ ହେଉଥିବା ପ୍ରତିରକ୍ଷା ଉପକରଣ ଆମ ଯବାନଙ୍କ ଶକ୍ତି ଓ ସାମର୍ଥ୍ୟକୁ ଦୁଇଗୁଣି
DIWALI 2024
ପଞ୍ଚଗବ୍ୟ ଦୀପ; ଵାୟୁମଣ୍ଡଳରେ ଅମ୍ଳଜାନ ତିଆରି କରିବାରେ ହେଉଛି ସହାୟକ
ଭୁବନେଶ୍ୱର: ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି । ଦୀପ ଲଗାଇ, ବାଣ ଫୁଟାଇ ସମସ୍ତେ ଆଲୋକର ପର୍ବ ଦୀପାବଳୀକୁ ପାଳନ କରିବେ । ହେଲେ ଏହାଦ୍ୱାରା ବାୟୁ ପ୍ରଦୂଷଣ ମାତ୍ରା କେତେ ବଢେ ତାହ
ମାଙ୍କଡ଼
ମାଙ୍କଡ଼ ପାଇଲା ନୂଆ ଜୀବନ,ବଜରଙ୍ଗ ଦଳକୁ ଶହେ ସଲାମ୍
ଅର୍ଗସ ବ୍ୟୁରୋ:ଲୋକେ କୁହନ୍ତି ଏ ଦୁନିଆଟା କୁଆଡେ ସ୍ବାର୍ଥପର,ଏଠି ସ୍ବାର୍ଥବିନା କିଛି ହୁଏନା। ସମସ୍ତେ ନିଜ ନିଜ ସ୍ବାର୍ଥସାଧନ ପାଇଁ ବ୍ୟସ୍ତା କିନ୍ତୁ ସବୁ ନାଇଁ ନାଇଁ ଭିତରେ ବି ହଁକ