ଅର୍ଗସ ବ୍ୟୁରୋ: ଅନୁଗୁଳ ଜିଲ୍ଲା ବନରପାଳ ବ୍ଲକ କୁଡୁଲୁ ପଂଚାୟତ ସୁଲେଇମାଲ ଗାଁର । ଏହି ରାସ୍ତା ଉପରେ ଗାଁ ର ୬୦ ରୁ ୭୦ ପରିଵାର ନିର୍ଭର କରୁଥିଵା ଵେଳେ। ଏହି ରାସ୍ତା ଵିଷୟରେ ନ କହିଵା ଭଲ। କେଉଁଠି କାଦୁଅ ଯୁଡୁଵୁଡୁ ହୋଇଛି ତ ଆଉ କେଉଁଠି ଖାଲଖମା ହୋଇ ପଡିରହିଛି। ଫଳରେ ପ୍ରତିଦିନ ରାସ୍ତାରେ ଛୋଟମୋଟ ଦୁର୍ଘଟଣା ହେଉଥିବା ଅଭିଯୋଗ ହୋଇଛି।
ଗାଁରେ ପାଣି ସମସ୍ୟା ମଧ୍ୟ ଉତ୍କଟତର। ପାଇପ ଯୋଗେ ପାନୀୟ ଜଳ ଯୋଗାଣ ର ବ୍ୟବସ୍ଥା ହୋଇଛି ସତ କିନ୍ତୁ ପାଣି ଦିନେ ଆସିଲେ ୨ ଦିନ ବନ୍ଦ ରହୁଛି | ଯେଉଁ ପାଣି ଆସୁଛି ତାବାବି ସମୁଦ୍ରକୁ ସଂଙ୍ଖେଭଳି। ଗୋଟେ ଗରା ଭରିବା ପାଇଁ ଘଣ୍ଟେ ଲାଗୁଛି। ତେଣୁ ପାଣି ପାଇଁ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ | ସେଭଳି ଆବାସ, ଠାରୁ ଆରମ୍ଭ କରି ବାର୍ଦ୍ଧକ୍ୟ ଭତା ପର୍ଯ୍ୟନ୍ତ। ସମସ୍ତ ସରକାରୀ ସହାୟତାରୁ ଅଧାରୁ ଅଧିକ ଲୋକ ବଞ୍ଚିତ ଅଛନ୍ତି |ରାଜ୍ୟରେ ଦୀର୍ଘ ୨୫ ବର୍ଷର ସ୍ଥିର ବିଜେଡି ସରକାର ଗାଁ କୁ ଅଣଦେଖା କରିଛନ୍ତି , ତେବେ ନୂତନ ଭାବେ ଦାୟିତ୍ତ୍ବ ନେଇଥିବା ବିଧାୟକ ଅଗସ୍ତି ବେହେରା ସ୍ଥାନୀୟ ସମସ୍ୟାର ସମାଧାନ କରିବେ ବୋଲି ଅଞ୍ଚଳବାସୀ ଆଶାବାଦୀ ଅଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର: