ମୃତକଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରୁ ୩ଜଣ ରହିଥିବା ବେଳେ ବାଲେଶ୍ୱର, ଖୋର୍ଦ୍ଧା, କେନ୍ଦୁଝର, କୋରାପୁଟ, ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।
ସୂଚନାନୁସାରେ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୯୦୧ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଭୁବନେଶ୍ୱର: ରାଜ୍ୟରେ ପୁଣି ଜୀବନ ନେଲା କରୋନା। ଆଜି ୮ଜଣଙ୍କ ମୁଣ୍ଡ ନେଇଛି ମହାମାରୀ କରୋନା। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ମୃତକଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରୁ ୩ଜଣ ରହିଥିବା ବେଳେ ବାଲେଶ୍ୱର, ଖୋର୍ଦ୍ଧା, କେନ୍ଦୁଝର, କୋରାପୁଟ, ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।
ସୂଚନାନୁସାରେ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୯୦୧ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଅର୍ଗସ ବ୍ୟୁରୋ: ଆଇପିଏଲ ୨୦୨୩ର ୧୬ତମ ସଂସ୍କରଣ ଗତ କିଛି ଦିନ ତଳେ ରୋମାଞ୍ଚକର ସହ ଶେଷ ହୋଇଛି। ଚଳିତ ସିଜନର ଫାଇନାଲରେ ଚେନ୍ନାଇସୁପର କିଙ୍ଗ୍ସ ସହ ଗୁଜରାଟ ଟାଇଟନ୍ସର ମୁକାବିଲା ହୋଇଥିଲା। ଶେଷରେ ଚେନ୍ନାଇ ଟିମ ବିଜୟ ମୁକ୍କୁଟ ପିନ୍ଧିଥିଲା। ତେବେ ଆଇପିଏଲ ମ୍ୟାଚରେ ସବୁ ଟିମ ନିଜର ବେଷ୍ଟ ଦେଇଥିଲେ। ଆଇପିଏଲ ଟିମର ଷ୍ଟାର କ୍ରିକେଟର ଭାବେ ପରିଚିତ ଭେଙ୍କେଟଶ ଆୟର। ସେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ମ୍ୟାଚ ଖେଳୁଥିଲେ।
ଏବେ ଆଇପିଏଲ ସରିବାପରେ ଭେଙ୍କଟେଶ ଛୁଟି କାଟୁଛନ୍ତି। କେଉଠି ଆପଣ ଜାଣିଛନ୍ତି କି ଆମେ କହୁଛୁ। ଭେଙ୍କଟେଶ ଏବେ ତାମିଲନାଡୁରେ ଛୁଟି କାଟୁଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ସେ ଖୁବ ଆକ୍ଟିଭ। ନିକଟରେ ସେ ଇନଷ୍ଟାରେ ଏକ ଭିଡିଓ ଶେୟାର କରିଥିଲେ। ଭେଙ୍କେଟେଶ ଯେଉଁଥିରେ ଏକ ମନ୍ଦିର ପରିସରରେ କିଛି ଛୋଟ ପିଲାଙ୍କ ସହ କ୍ରିକେଟ ଖେଳୁଥିବା ଦେଖିବାକୁ ମିଳିଛି। କିନ୍ତୁ ଏହି ଭିଡିଓରେ ଭେଙ୍କେଟେଶଙ୍କ ଗେଟଅପ ଥିଲା ଭାରି ଇଣ୍ଟେରେଷ୍ଟିଂ। କ୍ରିକେଟ ଖେଳିବା ସହ ସାଉଥର ଟ୍ରାଡିଶନାଲ ଲୁକରେ ତାଙ୍କୁ ଦେଖିବାକୁ ମିଳିଥିଲା। କ୍ରିକେଟ ଖେଳିବାବେଳେ ସେ ଧୋତି ପିନ୍ଧିଥିଲେ। ଧୋତିରେ ପୁଣି କ୍ରିକେଟ। ପୁରା ଅନ୍ନା ଷ୍ଟାଇଲ।
ତେବେ ଏହି ଭିଡିଓ ହେଉଛି ତାମିଲନାଡୁ କାଞ୍ଚିପୁରମର। ୨୯ବର୍ଷୀୟ ଭେଙ୍କେଟେଶ କାଞ୍ଚିପୁରମର ବେଦା ସ୍କୁଲ ପିଲାଙ୍କ ସହ କ୍ରିକେଟ ଖେଳୁଥିବା ଜଣାପଡ଼ିଛି। ଏହି ଭିଡିଓ ପୋଷ୍ଟ କରି ସେ କ୍ୟାପଶନରେ ଲେଖିଛନ୍ତି ପିଲାଙ୍କ ସହ ଖେଳିବାରେ ଯେଉଁ ଖୁସି ମିଳେ ତାହା ଶବ୍ଦରେ ବର୍ଣ୍ଣନା କରିହେବନାହିଁ। କାଞ୍ଚିପୁରମ ବେଦା ସ୍କୁଲର ଛାତ୍ର ମାନଙ୍କ ସହ ସମୟ ବିତାଇବା ମୋ ପାଇଁ ସତରେ ଏକ ସୁନ୍ଦର ଅନୁଭୂତି। ଏହି ଫଟୋକୁ ଦେଖି ବହୁତ ଫ୍ୟାନମାନେ କମେଣ୍ଟ ଦେଇଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି ପିଲାମାନଙ୍କ ପାଇଁ ମଧ୍ୟ ଏହା ଏକ ବଡ଼ ମୋମେଣ୍ଟ। ପିଲାମାନଙ୍କର ବହୁ ଦିନର ସ୍ବପ୍ନ ସତ ହୋଇଛି। ଆଉ ଜଣେ ୟୁଜର୍ସ ଲେଖିଛନ୍ତି ଏତେ ବଡ଼ କ୍ରିକେଟର ହୋଇ ମଧ୍ୟ ପିଲାଙ୍କ ସହ ଖେଳିବା ଏକ ବହୁତ ବଡ଼ କଥା। ଆପଣଙ୍କ ପାଇଁ ରେସପେକ୍ଟ ଆହୁରି ବଢ଼ିଗଲା।
ସୂଚନା ଥାଉ କି, ୨୦୨୩ ଆଇପିଏଲରେ ଭେଙ୍କେଟେଶଙ୍କ ପ୍ରଦର୍ଶନ ଶାନଦାର ଥିଲା। ୧୪ ମ୍ୟାଚରେ ଭେଙ୍କେଟେଶ ୪୦୪ ରନ ବନାଇଥିଲେ। ଗୋଟିଏ ସେଞ୍ଚୁରୀ ସହ ଦୁଇଟି ହାଫ ସେଞ୍ଚୁରୀ କରିଥିଲେ।
ଅଧିକ ପଢ଼ନ୍ତୁ ଖେଳ ଖବର
ଅର୍ଗସ ବ୍ୟୁରୋ: କାଳବୈଶାଖୀର ୩ଦିନ ପରେ ବି ମଧ୍ୟ ଆଜି ପର୍ଯ୍ୟନ୍ତ ଆସୁନି ବିଜୁଳି ମିଳୁନି ପିଇବା ପାଣି ।ହନ୍ତ ସନ୍ତ ହଉଛନ୍ତି ଲୋକେ। ସୂଚନା ମୁତାବକ ଗତ 6 ତାରିଖ ଅପରାହ୍ନ ସମୟରେ ଜଳେଶ୍ୱର ରେ କାଳ ବୈଶାଖୀ ପ୍ରଭାବରେ ଜୋରରେ ପବନ ବର୍ଷା ହୋଇଥିଲା । ଯାହାଫଳରେ ବିଦ୍ୟୁତ କାଟ ହୋଇଥିଲା
କିନ୍ତୁ ଜଳେଶ୍ୱର ପୌରାଞ୍ଚଳ ଅଧୀନ 8 ନମ୍ବର ୱାର୍ଡ ରେ ଆଜି ପ୍ରଯ୍ୟନ୍ତ ବିଜୁଳି ଆସିଲା ନାହିଁ। ଯାହା ଫଳରେ ପାନୀୟ ଜଳ ର ଅସୁବିଧା ଉପୁଜିଥିବା ବେଳେ ଗରମରେ ହନ୍ତସନ୍ତ ହଉଛନ୍ତି ଲୋକେ । ବାରମ୍ବାର ଅଭିଯୋଗ ସତ୍ୟ ମଧ୍ୟ ବିଦ୍ୟୁତ ବିଭାଗ କୌଣସି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଲୋକେ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର