ସେପଟେ ତିନୋଟି ରଥର ଇନର କଡନ୍ ଦଉଡିକୁ ତିନି ରଙ୍ଗ ବିଶିଷ୍ଟ କରାଯାଇଛି। ଅବଶିଷ୍ଟ ତିନୋଟି ଆଉଟର କଡନ ଦଉଡି ଏଥିରେ ରହିଛି। କଡନ ଦଉଡିର ଲମ୍ବ ୧୦୦ମିଟର ଲେଖାଏଁ ରଖାଯାଇଛି। ଓଡିଶା ସମବାୟ କତା ନିଗମକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି କୋଡିଏଟି ଦଉଡି ପାଇଁ ବରାଦ ଦିଆଯାଇଥିଲା। ତେବେ ସମୁଦାୟ 10 ଜଣ କାରିଗର ଏହି ରଥ ଦଉଡିକୁ ନିଷ୍ଠାର ସହ କୋଭିଡ୍ କଟକଣା ମୁତାବକ ପ୍ରସ୍ତୁତ କରିଥିବା ସମବାୟ କତା ନିଗମ ଅଧିକାରୀ କହିଛନ୍ତି।
ପୁରୀରେ ପହଞ୍ଚିଲା ରଥ ଦଉଡି

ପୁରୀ : ପୁରୀରେ ପହଞ୍ଚିଲା ରଥ ଦଉଡି। ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥ ଦଉଡି ଆସି ପୁରୀରେ ପହଞ୍ଚିଛି। ଏଥିରେ ୬ଟି ଘେର ଦଉଡି ଓ ୧୪ଟି ରଥଟଣା ଦଉଡି ମିଶାଇ ମୋଟ ୨୦ଟି ଦଉଡି ଆସିଛି। ରଥଦଉଡି ଗୁଡିକରେ ୧୨୦ କେଜି ରସି ଲାଗିଥିବା ବେଳେ ଦଉଡିର ଲମ୍ବ ୬୭ ମିଟର ବା ୨୨୦ ଫୁଟ ରହିଛି।
Download Argus News App
