ଅର୍ଗସ ବ୍ୟୁରୋ: ପୁଣି ଚର୍ଚ୍ଚାରେ ଗଙ୍ଗୁବାଇ। ଏଥର ଚର୍ଚ୍ଚା କିଛି ନୂଆ ସଦସ୍ୟଙ୍କୁ ନେଇ। ଆଜ୍ଞା ହଁ, ଆପଣ ଯାହା ଭାବୁଛନ୍ତି ଠିକ ସେଇଆ। ଖୁବଶୀଘ୍ର ଫ୍ୟାନ୍ସଙ୍କୁ ଗୁଡ ନ୍ୟୁଜ୍ ଦେବାକୁ ଯାଉଛନ୍ତି ରଣଲିଆ ଯୋଡି । ବିବାହର ଦୁଇମାସ ପରେ ବଲିଉଡ ତାରକା ରଣବୀର କପୁର ଏବଂ ଆଲିଆ ଭଟ୍ଟ ପ୍ରଶଂସକଙ୍କ ସହ ଏହି ଖୁସି ଖବର ବାଣ୍ଟିଛନ୍ତି । ସୋସିଆଲ ମିଡିଆରେ ଏକ ସ୍ୱତନ୍ତ୍ର ପୋଷ୍ଟ କରି ଆଲିଆ ଭଟ୍ଟ ଲେଖିଛନ୍ତି ଆମେ ଖୁବଶୀଘ୍ର ଦୁଇରୁ ତିନି ହେବାକୁ ଯାଉଛୁ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆଉ ସଭିଙ୍କ ମୁହଁରେ ଗୋଟିଏ କଥା ଏତେ ଶୀଘ୍ର ?
ଆଲିଆ ଭଟ୍ଟ ଏକ ସୁନ୍ଦର ଛବି ସହିତ ଘୋଷଣା କରିଛନ୍ତି ଯେ ତାଙ୍କ ଶିଶୁ ଶୀଘ୍ର ଦୁନିଆକୁ ଦେଖିବାକୁ ଯାଉଛି । ଏହି ଚିତ୍ରରେ ଆଲିଆ ଭଟ୍ଟ ରଣବୀର କପୁରଙ୍କ ସହ ଡାକ୍ତରଖାନାରେ ନଜର ଆସିଛନ୍ତି । ଉଭୟ ସେମାନଙ୍କର ଆଗାମୀ ଶିଶୁର ଝଲକ ଦେଖାଇଛନ୍ତି । ଏହା ସହିତ, ଆଲିଆ ଦ୍ୱିତୀୟ ଚିତ୍ରରେ ସିଂହ-ସିଂହୀ ଏବଂ ତାଙ୍କ ପିଲାଙ୍କ ଅତି ସୁନ୍ଦର ଚିତ୍ର ସେୟାର କରିଛନ୍ତି । ଏହି ଛବିଗୁଡ଼ିକୁ ସେୟାର କରି ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, “ଆମ ଶିଶୁ ଶୀଘ୍ର ଆସିବ” । ତେବେ ସେ ଯାହା ବି ହେଉ ସମସ୍ତଙ୍କ ଶୁଭେଚ୍ଛା ରହିଛି ଆଲିଆଙ୍କ ଏହି ଖୁସି ଖବର ପାଇଁ।