ନୂଆଦିଲ୍ଲୀ : ଯୋରସୋରରେ ଆରମ୍ଭ ହୋଇଯାଇଛି କର୍ଭା ଚୌଥ୍ର ତେୟାରୀ । କରଭା ଚୌଥ୍ ପାଳନ କରୁଥିବା ମହିଳା ମାନେ ନିଜକୁ ସଜାଇବା ଆରମ୍ଭ କଲେଣି । ଏହି ପର୍ବକୁ ଖୁବ୍ ଧୂମଧାମରେ ପାଳନ କରନ୍ତି ମହିଳାମାନେ । କାର୍ତ୍ତିକ ମାସର କୃଷ୍ଣ ପକ୍ଷ ଚତୁର୍ଥୀର ଶୁଭ ଅବସରରେ, କର୍ଭା ଚୌଥ୍ ପାଳନ କରାଯାଏ । ଯାହା ଚଳିତ ବର୍ଷ ନଭେମ୍ବର ମାସରେ ଆରମ୍ଭ ହୋଇଛି । ଏହି ଦିନ ମହିଳାମାନେ ସାରା ଦିନ ଉପବାସ ରଖି ସଂଧ୍ୟା ସମୟରେ ପୂଜାର୍ଚ୍ଚନା କରି, ଚାନ୍ଦ ଓ ସ୍ୱାମୀଙ୍କ ମୁହଁ ଏକ ଚାଲୁଣୀରେ ଦେଖିବା ପରେ ଜଳ ଗ୍ରହଣ କରନ୍ତି । କର୍ଭା ଚୌଥ୍କୁ ନେଇ ବଲିଉଡରେ ଅନେକ ଗୀତ ରହିଛି ଯାହା ଶୁଣିବା ବିନା, ଏହି ପର୍ବ ଅଧୁରା ଲାଗିଥାଏ । କର୍ଭା ଚୌଥ ଅବସରରେ ସବୁବେଳେ ମହିଳା ମାନେ ଏହି ଗୀତ ଗୁଣୁଗୁଣାଉଥିବା ମଧ୍ୟ ନଜର ଆସନ୍ତି । କର୍ଭା ଚୌଥର ଏକ ଗୀତରେ ବଲିଉଡ ଅଭିନେତ୍ରୀ ଐଶର୍ଯ୍ୟା ରାୟ ଅଭିନେତା ସଲମାନ ଖାନ୍ଙ୍କ ମୁହଁ ଦେଖିବା ପରେ ନିଜର ବ୍ରତ ସମ୍ପୁର୍ଣ୍ଣ କରି କରଭା ଚୌଥ୍ ସେଲିବ୍ରେଟ କରିଥିଲେ ।
ଚାନ୍ଦ୍ ଛୁପା ବାଦଲ ମେଁ –
ସଲମାନ୍ ଖାନ୍ ଓ ଐଶର୍ଯ୍ୟା ରାୟଙ୍କ ଅଭିନୀତ ଫିଲ୍ମ ‘ହମ୍ ଦିଲ୍ ଦେ ଚୁକେ ସନମ୍’ର ଏହି ଗୀତରେ କର୍ଭା ଚୌଥ୍ର ଏକଦମ୍ ଜବରଦସ୍ତ ଅନ୍ଦାଜରେ ଦେଖାଯାଇଛି । ଏଥିରେ ଐଶର୍ଯ୍ୟା ରାୟ ସଲମାନ୍ ଖାନଙ୍କ ପାଇଁ ଏହି ବ୍ରତ ରଖନ୍ତି ।
ଘର ଆଜା ପରଦେଶୀ ତେରା ଦେଶ ବୁଲାଏ ରେ –
-ଠିକ୍ ଏହିପରି ଅନେକ ଗୀତ ରହିଛି ଯେପରିକି, ‘ଘର୍ ଆଜା ପର୍ଦେଶୀ ତେରା ଦେଶ୍ ବୁଲାଏ ରେ’ ଏହି ଗୀତରେ ମଧ୍ୟ କର୍ଭା ଚୌଥ୍ର ମାହୋଲ ଅନୁଭବ ହେବା ସହିତ,ଏଥିରେ କାଜଲ ଓ ଶାହରୁଖ୍ଙ୍କ ଯୋଡି ଦେଖିବାକୁ ମିଳେ ।
ବୋଲେ ଚୁଡିଆଁ –
- ‘ବୋଲେ ଚୁଡିଆଁ ‘ଗୀତରେ କରୀନା କପୁର ଓ ହ୍ରିତିକ୍ ରୋଶନଙ୍କ ଯୋଡି ଦେଖିବାକୁ ମିଳେ ।
ଏହିସବୁ ଗୀତ କର୍ଭା ଚୌଥର ମାହୋଲକୁ ଏକଦମ୍ ସରଗରମ୍ କରିଥାଏ । ଖାସ୍ କରି ଏହି ସବୁ ଗୀତର ଭରପୁର ମଜା ନେଇଥାନ୍ତି ମହିଳା ମାନେ ।