ଚିକେନ୍, ସଜନା ଛୁଇଁ, ପୋଦିନା ପତ୍ର, ଧନିଆ ପତ୍ର, ପିଆଜ, ରସୁଣ, ଅଦା, କଂଚା ଲଙ୍କା, ତେଜପତ୍ର, ଲବଙ୍ଗ, ଗୋଲମରିଚ, ପାନମଧୁରୀ, ଲଙ୍କା ପାଉଡର, ହଳଦୀ ପାଉଡର, ଲୁଣ, ତେଲ, ଗୁଜୁରାତି, ଧନିଆ, ନଡିଆ କୋରା, କାଜୁ, ଟମାଟୋ ପ୍ୟୁରୀ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଚିକେନକୁ ଧୋଇ ସେଥିରେ ଲଙ୍କା ପାଉଡର, ଲୁଣ, ଦହି, ହଳଦୀ ପାଉଡର ପକାଇ ଭଲଭାବେ ଗୋଳାଇବେ । ତାପରେ ସଜନା ଛୁଇଁକୁ ମିଡିୟମ୍ ସାଇଜ୍ର କାଟି ରଖିବେ । ଏହାପରେ ତେଜପତ୍ର, ଅଦା, ପୋଦିନା ପତ୍ର, ଗୁଜୁରାତି, ଗୋଲମରିଚ, ଧନିଆ, ନଡିଆ କୋରା, ରସୁଣ, ଲବଙ୍ଗ, କଂଚା ଲଙ୍କା, ପିଆଜ, ପାନମଧୁରୀ, ଧନିଆ ପତ୍ର ଏବଂ ଅଳ୍ପ ପାଣି ମିଶାଇ ଗ୍ରାଇଣ୍ଡିଂ କରିବେ । ଏହାପରେ ପୁଣି ସେଥିରେ ଅଳ୍ପ କାଜୁ ମିଶାଇ ଗ୍ରାଇଣ୍ଡିଂ କରିବେ । ଏହାପରେ ଗ୍ୟାସ୍ରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଟମାଟୋ ପ୍ୟୁରୀ ପକାଇ ଗୋଳାଇବେ । ଏହାପରେ ସେଥିରେ ଗ୍ରାଇଣ୍ଡିଂ କରି ରଖିଥିବା ପେଷ୍ଟ ପକାଇ ମିକ୍ସ କରିବେ । ଏହାପରେ ସେଥିରେ ଗୋଳାଇ ରଖିଥିବା ଚିକେନ୍ ଏବଂ କଟା ସଜନା ଛୁଇଁ ପକାଇ ଭଲଭାବେ ଗୋଳାଇବେ । ଏହାପରେ ଘୋଡଣୀ ଘୋଡାଇ ଚିକେନ୍ ଏବଂ ସଜନା ଛୁଇଁ ସିଝିବା ଯାଏଁ ଛାଡିବେ । ଦେଖିବେ ଚିକେନ୍ ସିଝିଯିବା ପରେ, ସେଥିରେ ଆଉ ଅଳ୍ପ ଲୁଣ ପକାଇ ୨ ରୁ ୩ ମିନିଟ ଯାଏଁ ଗ୍ୟାସ୍ରେ ବସେଇବା ପରେ ଗ୍ୟାସ୍ ବନ୍ଦ କରି ଏକ ପାତ୍ରକୁ କାଢିବେ । ପ୍ରସ୍ତୁତ ହୋଇଗଲା ସଜନା ଛୁଇଁ ଚିକେନ୍ ତରକାରୀ । ଏବେ ଗରମ ଗରମ ଏହାର ମଜା ନେଇ ପାରିବେ ।