ଆଳୁ, କଂଚା ଲଙ୍କା, ଅଦା-ରସୁଣ ପେଷ୍ଟ, ପିଆଜ, ପୁଦିନା ପତ୍ର, ଧନିଆ ପତ୍ର, ହଳଦୀ ପାଉଡର, ଲଙ୍କା ପାଉଡର, ଲୁଣ, ତେଲ, ହିଙ୍ଗୁ, ଜିରା, ପାନମଧୁରୀ, ଗରମ ମସଲା ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଗ୍ୟାସ୍ରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଜିରା ପକାଇ ଫୁଟାଇବେ । ଜିରା ଫୁଟିବା ପରେ ସେଥିରେ କଟା ପିଆଜ ପକାଇ ଗୋଲ୍ଡେନ୍ କଲର ହେବା ଯାଏଁ ଫ୍ରାଏ କରିବେ । ଏହାପରେ ସେଥିରେ ପାନମଧୁରୀ, ହିଙ୍ଗୁ, ଅଦା-ରସୁଣ ପେଷ୍ଟ ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ସେଥିରେ ଅଳ୍ପ ପାଣି, ହଳଦୀ ପାଉଡର, ଲଙ୍କା ପାଉଡର, ଲୁଣ ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ସେଥିରେ କଟା କଂଚା ଆଳୁ ପକାଇ ମିକ୍ସ କରିବେ । ତାପରେ ସେଥିରେ ଆଉ ଅଳ୍ପ ପାଣି ମିଶାଇ ଆଳୁକୁ ସିଝିବା ପାଇଁ ଛାଡିବେ । ଦେଖିବେ ଆଳୁ ସିଝି ଆସିଲେ ସେଥିରେ କଟା କଂଚା ଲଙ୍କା ପକାଇ ମିକ୍ସ କରି କିଛି ସମୟ ଛାଡିବେ । ଏହାପରେ ଧନିଆ ପତ୍ର ଏବଂ ପୁଦିନା ପତ୍ରକୁ ଏକାଠି ମିଶାଇ ଅଳ୍ପ ପାଣି ପକାଇ ଗ୍ରାଇଣ୍ଡିଂ କରିବେ । ଏହାପରେ ଗ୍ରାଇଣ୍ଡିଂ କରିଥିବା ମିଶ୍ରଣକୁ ନେଇ ଲଙ୍କା,ଆଳୁ ମସଲାରେ ପକାଇ ଭଲଭାବେ ମିକ୍ସ କରିବେ । ତାପରେ ସେଥିରେ ଗରମ ମସଲା ପକାଇ ଗୋଳାଇ ଗ୍ୟାସ୍ ବନ୍ଦ କରିବେ । ପ୍ରସ୍ତୁତ ହୋଇଗଲା ମିର୍ଚି ଆଳୁ । ଏବେ ଏହାର ମଜା ନେଇ ପାରିବେ ।