ପାଳଙ୍ଗ ଶାଗ, ବୁଟ ଡାଲି, ଅଦା-ରସୁଣ ପେଷ୍ଟ, ବଟର, ଲୁଣ, ତେଲ, ଗୋଲମରିଚ ଗୁଣ୍ଡ, ଜୀରା ଗୁଣ୍ଡ ।
ପ୍ରସ୍ତୁତି ପ୍ରଣାଳୀ –
ପ୍ରଥମେ ବୁଟ ଡାଲିକୁ ଭଲଭାବେ ସିଝାଇ ରଖିବେ । ଅନ୍ୟପଟେ ଶାଗକୁ ଭଲଭାବେ ବାଛି ,ଧୋଇବା ପରେ କାଟି ରଖିବେ । ଗ୍ୟାସରେ କଡେଇ ବସେଇ ସେଥିରେ ବଟର ପକାଇବେ । ବଟର ତରଳିବା ପରେ ସେଥିରେ ଅଦା-ରସୁଣ ପେଷ୍ଟ ପକାଇ ଭଲଭାବେ କଷିବେ । ଅଳ୍ପ ସମୟ ପରେ ସେଥିରେ କଟା ପାଳଙ୍ଗ ଶାଗ ପକାଇ ୨ ରୁ ୩ ମିନିଟ କଷିବେ । ଏହାପରେ ସେଥିରେ ସିଝା ବୁଟ ଡାଲି ମିଶାଇ ଗ୍ୟାସ ବନ୍ଦ କରିବେ । ଏହା ଥଣ୍ଡା ହେବା ପରେ ଏହାକୁ ନେଇ ଗ୍ରାଇଣ୍ଡିଂ କରିବେ । ଗ୍ରାଇଣ୍ଡିଂ ହେବାପରେ ଏହାକୁ ଏକ ପାତ୍ରକୁ କାଢି ସେଥିରେ ଗୋଲମରିଚ ଗୁଣ୍ଡ, ଲୁଣ,ଭଜା ଜୀରା ଗୁଣ୍ଡ ମିଶାଇବେ । ପ୍ରସ୍ତୁତ ହୋଇଗଲା ପାଳଙ୍ଗ ସୁପ୍ ।