ବିଗତ କିଛି ମାସ ହେଲାଣି ପାକିସ୍ତାନ ଅର୍ଥନୀତି ଘୋର ସଙ୍କଟ ଦେଇ ଗତି କରୁଛି। ଘନ ଘନ ବିଦ୍ୟୁତ କାଟ ଯୋଗୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ ଏବେ ବୋଝ ଉପରେ ନଳିତା ବିଡା ଭଳି ତେଲ ଦର ବଢାଇଛି।
୧୯୭୧ ପରେ ପ୍ରଥମ ଥର ପାଇଁ ପାକିସ୍ତାନ ଏଭଳି ଅଭାବନୀୟ ସ୍ଥତି ଦେଇ ଗତି କରୁଛି। ଖାଦ୍ୟ ସାମଗ୍ରୀ, ଔଷଧ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦର ବହୁତ ବଢ଼ିଯାଇଥିବାରୁ ସାଧାରଣ ଲୋକ ଅସୁବିଧା ଭୋଗୁଛନ୍ତି।
ଗତବର୍ଷ ଭୟଙ୍କର ବନ୍ୟାକୁ ସାମ୍ନା କରିଥିବା ପାକିସ୍ତାନରେ ଫସଲ ମଧ୍ୟ ନଷ୍ଟ ହୋଇଛି। ଲୋକମାନେ ଅଟା ପାଇବା ଲାଗି ବଜାରକୁ ଆସୁଥିବା ଟ୍ରକ୍ ପଛରେ ଗୋଡ଼ାଉଛନ୍ତି। ଝାମ୍ପି ନେଇ ବସ୍ତା ବୋହି ନେଉଛନ୍ତି। ପାକିସ୍ତାନର ବିନିମୟ ମୁଦ୍ରା ପାକିସ୍ତାନୀ ଟଙ୍କା ଆମେରିକୀୟ ଡଲାର ତୁଳନାରେ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଛି। ରପ୍ତାନି ତୁଳନାରେ ଆମଦାନି ଅଧିକ ରହୁଥିବାରୁ ପାକିସ୍ତାନ ଅବସ୍ଥା ଏବେ ସାଙ୍ଘାତିକ।
ବିଦେଶ ଖବର ଆହୁରି ପଢନ୍ତୁ