ଅନ୍ୟପଟେ ସେଲିବ୍ରେଟି ମେକଅପ୍ ଆଟିଷ୍ଟ ସୋନାଲି ମିଶ୍ର ଙ୍କ କହିବା ମୁତାବକ ଏହି ନୋ ମେକଅପ୍ ଲୁକ୍ ଟି ସବୁ ମେକଅପ୍ ଠାରୁ ଭିନ୍ନ।ଅନ୍ୟ ସବୁ ମେକଅପ୍ ଠାରୁ ଏବେ ଏହି ନୋ ମେକଅପ୍ ଲୁକ୍ କୁ ସମସ୍ତେ ପସନ୍ଦ କରୁଛନ୍ତି ।ସେ ସେଲିବ୍ରେଟି ହୁଅନ୍ତୁ ବା ସାଧାରଣ ମହିଳା।ଏହି ମେକଅପ୍ ଲୁକ୍ ରେ ହାଲକା ମେକଅପ୍ ,କମ୍ କେମିକାଲ ବ୍ୟବହାର କରାଯାଇଥିବା ବେଳେ ଏହି ମେକଅପ୍ କରିବାକୁ ଲାଗିଥାଏ ବହୁତ୍ କମ୍ ସମୟ।ମେକଅପ୍ କରିବା ପୁର୍ବରୁ ପ୍ରଥମେ ଆପଣଙ୍କ ଫେସ୍ କୁ ଭଲ ଭାବରେ ସଫା କରିବା ପରେ କୌଣସି ଏକ ମଶ୍ଚରାଇଜର ଲଗାଇ ବିବି କ୍ରିମ ହେଉ କି ସିଶି କ୍ରିମ ଲଗେଇ ଭଲ ଭାବରେ ବ୍ଲେଣ୍ଡ କରିଦିଅନ୍ତୁ ଏବଂ ପରେ ଆଖି ଓ ଓଠ କୁ ଗୁରୁତ୍ଵ ଦେଇ ନ୍ୟୁଡ କଲର ର ଲିପଷ୍ଟିକ ଲଗାଇ ଛାଡିଦିଅନ୍ତୁ।ଯାହା ଆପଣଙ୍କୁ ଏକ ନ୍ୟୁଡ଼ ବା ନୋ ମେକଅପ ଲୁକ୍ ଦେବ। ଏବଂ ଆପଣ ଦେଖାଯିବେ ଅନ୍ୟଠୁ ସମ୍ପୂର୍ଣ୍ଣ ଭିନ୍ନ।
କେବଳ ଏତିକି ନୁହେଁ ଏହି ନୋ ମେକଅପ୍ ଲୁକ ନେବା ପରେ ଆପଣ ବାହାଘର ହେଉ କି ମେହେନ୍ଦି ବା ହଳଦୀ ସବୁ ଠିକୁ ବେଶ୍ ଆରାମ ରେ ଯାଇପାରିବେ । ନା ଥିବ ମେକଅପ୍ ବୋହିବାର ଆଶଙ୍କା ନା ଆଉ କିଛି।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର: