ତେବେ ଆପଣ ମଧ୍ୟ କିଛି ବଡ ନିଷ୍ପତି ନେବା ସମୟରେ ଅସୁବିଧା ସାମ୍ନା କରୁଥିବେ । କେମିତି ଏକ ଭଲ ନିଷ୍ପତି ନେବେ ଯାହା ଆପଣଙ୍କୁ ସଫଳ କରିବ । ତେବେ ଆସନ୍ତୁ ଜାଣିବା ନିଷ୍ପତି କେମିତି ନେବେ ? ଜୀବନର ଛୋଟ ବଡ ସମସ୍ତ କ୍ଷେତ୍ରର ପ୍ରଭାବ ଆମ ଜୀବନରେ ରହିଛି । ତେଣୁ ପ୍ରତିଟି ବିଷୟରେ ନିଷ୍ପତି ନେବା ସମୟରେ ଯତ୍ନବାନ ହେବା ଉଚିତ । ବିଶେଷ କରି ଜୀବନ ସହ ଯୋଡିତ ବଡ ନିଷ୍ପତି ନେବା ସମୟରେ ଆମେ ନିଜକୁ କ’ଣ ପ୍ରଶ୍ନ ସବୁ ପଚାରିବା ଆସନ୍ତୁ ଜାଣିବା ।
ନିଷ୍ପତି ନେବା ପାଇଁ କ’ଣ ସ ବୁ ବିକଳ୍ପ ରହିଛି ? ପ୍ରତିଟି ବିକଳ୍ପର କ’ଣ ସ ବୁ ଭଲ ଏବଂ ଖରାପ ଫଳାଫଳ ରହିଛି ? ପ୍ରତିଟି ଫଳାଫଳକୁ କିପରି ପରିଚାଳନା କରାଯାଇ ପାରିବ ? ନିଷ୍ପତି ନେବା ପରେ କିଛି ଅସୁବିଧା ହେଲେ କିପରି ସମ୍ଭାଳି ହେବ ? ଏହା ମାନସିକ ସୁସ୍ଥତା ଉପରେ ପ୍ରଭାବ ପକାଇବ କି ? ନିଷ୍ପତିଟି ଆଖପାଖ ଲୋକଙ୍କ ଉପରେ କିପରି ପ୍ରଭାବ ପକାଇବ ? ନିଷ୍ପତି ନାବା ପରେ ବିଫଳତା ମିଳିଳେ କିମ୍ବା ସଫଳତା ମିଳିଲେ କ’ଣ ହେବ ? ଆଦି ପ୍ରଶ୍ନ ପଚାରିବା । ତେବେ ଜୀବନରେ ଏମିତି କିଛି ସମୟ ଆସି ଶୀଘ୍ର ନିଷ୍ପତି ନେବା ଜରୁରୀ ହୋଇପଡେ ।
ତେଣୁ ନିଷ୍ପତି ନେବା ସମୟରେ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ । ନିଷ୍ପତି ନେବା ସମୟରେ ଅତୀତର ଅନୁଭୁତି ଆଧାରରେ ନିଷ୍ପତି ନେବା ଦରକାର । ବେଳେବେଳେ ନିଷ୍ପତି ନେବା ସମୟରେ ମନୋବଳର ଅଭାବ ଦେଖାଯାଏ । ତେଣୁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଷ୍ପତି ନେବାରେ ବଡଗୁରୁଜନମାନଙ୍କ ତଥା ସାଙ୍ଗସାଥୀଙ୍କ ସାହାୟତା ନେବାକୁ କୁଣ୍ଠାବୋଧ କରିବା ନାହିଁ ।
ଜୀବନଶୈଳୀ ଖବର ଆହୁରି ପଢନ୍ତୁ