ଏପରି ସ୍ଥଳେ ଲୋକଙ୍କୁ ସଚେତନ କରିବା ଭିନ୍ନ ଉପାୟ ବାହାର କରିଛନ୍ତି ଜଣେ ରେଷ୍ଟୁରାଣ୍ଟ ମାଲିକ। ତାମିଲନାଡୁରେ ବର୍ତ୍ତମାନ ସମୟରେ ଅଧିକ ସଂକ୍ରମଣ ଦେଖା ଯାଉଥିବାରୁ ଉକ୍ତ ବ୍ୟକ୍ତି ଜଣଙ୍କ ନିଜ ରେଷ୍ଟୁରାଣ୍ଟ ଦ୍ୱାରା ଖାଦ୍ୟ ମାଧ୍ୟମରେ ସଚେତନ କରୁଛନ୍ତି।
ମଦୁରାଇର ଏକ ରେଷ୍ଟୁରାଣ୍ଟରେ ମାସ୍କ ଆକାରରେ ନିର୍ମିତ ପରଟା ପରିବେଷଣ କରାଯାଉଥିବା ଦେଖିବକୁ ମିଳୁଛି। ଏ ନେଇ ମ୍ୟାନେଜର ପୁଭାଲିଙ୍ଗମ୍ କୁହନ୍ତି, "ମଦୁରାଇର ଲୋକମାନେ ମାସ୍କ ପିନ୍ଧିବା ବିଷୟରେ ସଚେତନ ହେଉନାହାନ୍ତି। COVID19 ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଆମେ ମାସ୍କ ଆକାରର ପାରୋଟା ବିକ୍ରି କରୁଛି ବୋଲି ସେ କହିଛନ୍ତି। ରେଷ୍ଟୁରାଣ୍ଟର ଏହି ପଦକ୍ଷେପ ଲୋକଙ୍କ ନିକଟରେ ବେଶ୍ ଆଦୃତ ହୋଇଛି।