କୋଲକାତାର ଦୁଇଟି ଭିନ୍ନ ଡାକ୍ତରଖାନାରେ ଶ୍ଵାସକ୍ରିୟା ସଂକ୍ରମଣ ହେତୁ ତିନି ଶିଶୁଙ୍କର ମୃତ୍ୟୁ ଘଟିଛି। ସ୍ଵାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଶନିବାର ଏବଂ ରବିବାର ମଧ୍ୟରେ ଏହି ତିନି ପିଲାଙ୍କର ମୃତ୍ୟୁ ହୋଇଥିଲା। ଡକ୍ଟର ବିସି ରୟ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପେଡିଆଟ୍ରିକ୍ ସାଇନ୍ସରେ ହାୱଡାର ଉଦୟନାରାୟଣପୁରର ଜଣେ ନଅ ମାସର ଶିଶୁର ମୃତ୍ୟୁ ଘଟିଛି। ରାଜ୍ୟର ବିଭିନ୍ନ ମେଡିକାଲେରେ ଶିଶୁ ମାନଙ୍କ ପାଇଁ ବେଡ୍ ନଥିବା କାରଣରୁ ଲୋକମାନେ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ତେବେ ଆଡେନୋ ଭାଇରସ କଣ ଆସନ୍ତୁ ଜାଣିବା, ଆଡେନେ ଭାଇରସ ସାମାନ୍ୟରୁ ଗମ୍ଭୀର ରୋଗର କାରଣ ହୋଇପାରେ। ଶ୍ଵାସଜନିତ ରୋଗୀ ଓ କମ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କ ପାଇଁ ଏହା ବିପଦଜନକ। ଏହାର ଲକ୍ଷଣରେ ସାଧାରଣ ଥଣ୍ଡା, ଜର ଓ ଗଳା ଖରାପ ପରି ହୋଇଥାଏ। ଏହାବ୍ୟତୀତ ଶ୍ଵାସ ନେବା ସମୟରେ ଛାତି ଯନ୍ତ୍ରଣା, ନିମୋନିଆ, ଆଖିରେ ଯନ୍ତ୍ରଣା ଓ ପେଟରେ ଯନ୍ତ୍ରଣା ହୋଇଥାଏ।
ଭାରତ ନ୍ୟୁଜ ଆହୁରି ପଢନ୍ତୁ