ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ୍ ହେଉଛି । ଆଉ ଲୋକମାନେ ଶିଶୁଟିକୁ ଭୁରି ଭୁରି ପ୍ରଶଂସା କରିଛନ୍ତି । କୁନି ଝିଅଟିକୁ ମିଳିଥିବା ସଂସ୍କାରକୁ ସମସ୍ତେ ସଲାମ କରୁଛନ୍ତି ।
କାରଣ କୁହାଯାଏ ଘରୁ ମିଳିଥିବା ସଂସ୍କାରକୁ ହିଁ ପିଲାମାନେ ବାହାରେ ପ୍ରତିଫଳନ କରିଥାନ୍ତି ।
ଏ କୁନି ଛୁଆଟିର ସେ ଯବାନଙ୍କ ସହ କଣ ସମ୍ପର୍କ ଆମେ ଜାଣି ନାହୁଁ । କିନ୍ତୁ ହଁ ଏହି ଭିଡିଓରେ ଆମ ଭାରତୀୟ ସଂସ୍କୃତିର ଝଲକ ଦେଖିବାକୁ ମିଳୁଛି । ଯାହା ଯୁବପୀଢୀକୁ ଖୁବ ସୁନ୍ଦର ବାର୍ତ୍ତା ଦେଉଛି ।
ଯେଉଁଠି ବଡ ବଡ ପିଲାମାନେ ଦେଶ ପ୍ରତି ଥିବା କର୍ତ୍ତବ୍ୟ ଓ ମୂଲ୍ୟବୋଧକୁ ଭୁଲି ଯାଉଛନ୍ତି, ସେଠି ଏ କୁନି ଝିଅଟି ଯବାନଙ୍କ ପାଦ ଛୁଇଁ ଆଶୀର୍ବାଦ ନେଉଛି । ଆମେ କହି ପାରିବା ଯେ ଦେଶ ପ୍ରେମ ଏ କୁନି ଝିଅଠୁ ଶିଖିବାର କଥା ।
ଭାରତ ଖବର ଆହୁରି ପଢ଼ନ୍ତୁ ।