ଏବେ ମଙ୍ଗଳସୂତ୍ର ପିନ୍ଧାଇବାର ବେଳେ। ବ୍ୟାଗ୍ରାଉଣ୍ଡ ମ୍ୟୁଜିକ ବି ଭାରି ରୋମାଣ୍ଟିକ କରୁଛି ଏହି ଉତ୍ସବକୁ। ସୁନ୍ଦରୀ ପତ୍ନୀ ଆଉ ହ୍ୟାଣ୍ଡସମ୍ ବର ଖାଲି ଆଖି ଠରାଠରି, ଆଖିମରାମରିରେ ମସଗୁଲ୍।
ସବୁର କରନ୍ତୁ ଆଜ୍ଞା।
ଥମ୍ବନେଲରେ ଆମେ ଆପଣଙ୍କୁ ଯାହା ଦେଖାଇଛୁ, ଏଇ ଟିକେ ସମୟ ପରେ ଆପଣଙ୍କ ସାମ୍ନାକୁ ସେ ଦୃଶ୍ୟବି ଆସିବ। ବାହାବେଦୀରେ ଉଭୟ ଉଭୟଙ୍କ ପ୍ରତି ଏତେ ପ୍ରେମ ଉନ୍ମତ୍ତ ହୋଇପଡିବେ, ସେ କଥା କାହାକୁ ମାଲୁମ ନ ଥିଲା। ସତେ ଯେମିତି କନ୍ୟା ଅପେକ୍ଷା କରିଥିଲେ, କଳା ସୂତାର ସେଇ ମଙ୍ଗଳସୂତ୍ରକୁ।
ବନ୍ଧୁ, ପରିଜନ, ଆତ୍ମିୟ ସମସ୍ତେ ଥିଲେ। ଆଉ କନିଆ ଥିଲା, ଥିଲା…ହ୍ୟାଣ୍ଡସମ୍ ବରର ଗାଲକୁ ଚୁମାଟିଏ ମାରିଦେଲେ। ଘରେ ଫିଲ୍ମ ଚାଲିଲା ବେଳେ ଏମିତି ଦୃଶ୍ୟ ଆସିଲେ, ଆମେ ଟିକେ ସମ୍ଭ୍ରମ ହେଇପଡୁ। ଏଠି କିନ୍ତୁ ଉଭୟଙ୍କୁ ଏମିତି ଅବସ୍ଥାରେ ଦେଖି ସମସ୍ତେ ତାଳି ମାରିଥିଲେ। ଆଉ କହିଥିଲେ ଯୋଡି ସଲାମତ୍ ରହୁ ସବୁଦିନ ପାଇଁ। ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି।
ଭାରତ ଖବର ଆହୁରି ପଢ଼ନ୍ତୁ ।