ଅଧିକ ପଢନ୍ତୁ କରୋନା ସମ୍ପର୍କିତ ଖବର
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ୧୦ ଟି ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୬ ଟି ବେଡ ମହଜୁତ ରଖିବାକୁ ଚିଠିରେ ଉଲ୍ଲେଖ ରହିଛି । କେନ୍ଦ୍ର ର ନିର୍ଦ୍ଦେଶ ଅନୁସାରେ ଏପ୍ରିଲ ୧୦ ଓ ୧୧ରେ ମେଡିକଲରେ ହେବାକୁ ଥିବା ମକଡ୍ରିଲ ନେଇ ଚିଠି ରେ ଉଲ୍ଲେଖ କରାଯାଇଛି। ଟେଷ୍ଟ କିଟ, ଔଷଧ, ଅକ୍ସଜେନ ସୁନିଶ୍ଚିତ ମହଜୁତ ରଖିବାକୁ ସବୁ ସିଡିଏମଓ଼ ନିର୍ଦେଶ ଦିଆଯାଇଛି। ଏହାସହ ଲକ୍ଷଣ ଥିବା ସମସ୍ତ ବ୍ୟକ୍ତି ଙ୍କ କୋଭିଡ ଟେଷ୍ଟ କରାଯିବା ସହ ପଜିଟିଭ ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଗୋଟିଏ ସ୍ଥାନ ରୁ ଏକାଧିକ କେଶ ବାହାରିଲେ କଣ୍ଟେନମେଣ୍ଟ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଏବେ ରାଜ୍ୟରେ ସ୍ଥିତି ନିୟନ୍ତ୍ରଣ ରେ ଥିଲେ ମଧ୍ୟ ଆଗକୁ ଓଡିଶାରେ ସଂକ୍ରମଣ ବଢ଼ିବା ନେଇ ଆଶଙ୍କା କରାଯାଉଛି । ଯାହାର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି।