କିନ୍ତୁ ଦର୍ଶକବନ୍ଧୁ ଆପଣ କ’ଣ ଜାଣନ୍ତି RX କ’ଣ ? ଡାକ୍ତର ଏହାକୁ ଆପଣଙ୍କ ପ୍ରେସକ୍ରିପସନରେ କାହିଁକି ଲେଖନ୍ତି। ବାସ୍ତବରେ RX ଲେଖିବାର ପ୍ରଥା ରୋମାନମାନଙ୍କଠାରୁ ଆରମ୍ଭ ହୋଇଛି। ଲାଟିନ୍ ଭାଷାରେ R ଅଥାତ୍ Recipere ବା ଗ୍ରହଣ କରନ୍ତୁ। ଆପଣଙ୍କୁ ଡାକ୍ତର ଦେଇଥିବା ପରାମର୍ଶ ଗ୍ରହଣ କରିବାକୁ R ଶବ୍ଦ ମାଧ୍ୟମରେ ନିବେଦନ କରାଯାଇଥିବା ବେଳେ Xକୁ ଇଶ୍ବରଙ୍କ ପ୍ରତିକ ଭାବେ ଗ୍ରହଣ କରାଯାଇଛି। X ହେଉଛି ରୋମାନ୍ ଦେବତା ଜୁପିଟରଙ୍କ ପ୍ରତିକ। ଯାହାଙ୍କୁ ଗ୍ରୀକ୍ ଭାଷାରେ ଜିଉସ୍ ମଧ୍ୟ କୁହାଯାଏ।
ଏହି ଶବ୍ଦ ଲେଖିବାର ଅର୍ଥ ଆପଣ ଔଷଧ ଖାଆନ୍ତୁ ଆଉ ଇଶ୍ବରଙ୍କୁ ସୁସ୍ଥତା ପାଇଁ ପ୍ରାର୍ଥନା କରନ୍ତୁ। ସାରା ବିଶ୍ବରେ ଇଂରାଜୀ ଭାଷାର ପ୍ରାବଲ୍ୟ ପରେ ଡାକ୍ତରମାନେ ଏହାକୁ ଗ୍ରହଣ କରିନେଲେ ଏବଂ ବୈଶ୍ବିକ ସ୍ଥରରେ ଏହାକୁ ମେଡିକାଲ ପ୍ରେସକ୍ରିପସନରେ ବ୍ୟବହାର କରାଗଲା।
ଦର୍ଶକବନ୍ଧୁ ଜାଣି ଖୁସି ହେବ, ନିକଟ ଅତୀତରେ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଶିବରାଜ ସିଂହ ଚୌହାନ ଗୋଟିଏ ମନ୍ତବ୍ୟ ଦେଇଥିଲେ। ଚିକିତ୍ସକମାନଙ୍କୁ ଡ଼ାକ୍ତରୀ ଚିଠାରେ ℞ ଚିହ୍ନ ନ ଲେଖି ତା' ବଦଳରେ 'ଶ୍ରୀ ହରି' ଲେଖିବାକୁ ପରାମର୍ଶ ଦେଇଥିଲେ । ତାଙ୍କର ମନ୍ତବ୍ୟର ଉଦ୍ଦେଶ୍ୟ ଥିଲା ℞ ହେଉଛି ବିଦେଶୀ ଭାଷାର ପ୍ରତୀକ, ତେଣୁ ଏହା ବଦଳରେ ଆମେ ସ୍ୱଦେଶୀ ଭାଷାର ପ୍ରତୀକ ରୂପେ 'ଶ୍ରୀ ହରି' ଲେଖିବା ଅଧିକ ସମିଚୀନ ହେବ।
ଏ କଥା କେହି ଗ୍ରହଣ କରିବେ ବା ନ କରିବେ ତାହା ଭିନ୍ନ କଥା। କିନ୍ତୁ ଆପଣଙ୍କୁ ଜାଣିରଖିବା ପାଇଁ କହିରଖୁ, ଭାରତୀୟ ସଂସ୍କୃତିରେ ମଧ୍ୟ ଔଷଧ ସେବନର ବିଧି ବ୍ୟବସ୍ଥା ରହିଛି। ଗୋଟିଏ ଶ୍ଲୋକ କୁହେ, ଔଷଧେୟ ଚିନ୍ତୟେଦ୍ ବିଷ୍ଣୁ, ଭୋଜନେ ଚ ଜନାର୍ଦ୍ଦନ। ଅର୍ଥାତ୍ ଔଷଧ ସେବନ ବେଳେ ବିଷ୍ଣୁଙ୍କ ଚିନ୍ତନ କରିବା ଉଚିତ୍।
ସ୍ଵାସ୍ଥ୍ୟ ଖବର ଆହୁରି ପଢନ୍ତୁ ।