182 ଆସନ ବିଶିଷ୍ଟ ଗୁଜରାଟ ବିଧାନସଭା ପାଇଁ ମ୍ୟାଜିକ୍ ନମ୍ବର 92 । ଅଧିକାଂଶ ଏକଜିଟ୍ ପୋଲରେ ବିଜେପି ଆରାମରେ 120 ଟପୁଥିବାରୁ ଲଗାତାର ସପ୍ତମ ଥର ପାଇଁ ପଦ୍ମପାଖୁଡ଼ାରେ ଗୁଜରାଟର ଲୋକେ ଭରସା କରିଥିବା ଅନୁମାନ କରାଯାଉଛି । ତେବେ 2002ରେ ଗୁଜରାଟରେ ବିଜେପି ସର୍ବାଧିକ 127 ଆସନ ଜିତିଥିବା ବେଳେ ଏଥର ଏହି ରେକର୍ଡ ଭାଙ୍ଗିବ ବୋଲି ଅନୁମାନ କରିଛନ୍ତି ଅଧିକାଂଶ ଏକଜିଟ୍ ପୋଲ୍ । ତେଣୁ ସପ୍ତମ ଥର ନିର୍ବାଚନ ଜିତିଲେ ଲଗାତାର ସପ୍ତମ ଥର ଶାସନକୁ ଆସି ପଶ୍ଚିମବଙ୍ଗର ବାମ ସରକାରର ରେକର୍ଡ ସହ ସମକକ୍ଷ ହେବ ଭାରତୀୟ ଜନତା ପାର୍ଟି ।
ହିମାଚଳରେ କିଏ କରିବ ଶାସନ ତାକୁ ନେଇ ଦ୍ବନ୍ଦ୍ବ । ୬୮ ଆସନ ବିଶିଷ୍ଟ ହିମାଚଳ ବିଧାନସଭାରେ ଉଭୟ ବିଜେପି ଓ କଂଗ୍ରେସ ମଧ୍ୟରେ କାଣ୍ଟେ କା ଟକ୍କର । ଜିତିବା ପାଇଁ ୩୫ ଆସନର ଆବଶ୍ୟକତା ଥିବା ବେଳେ ବିଜେପି ଓ କଂଗ୍ରେସ ମଧ୍ୟରେ ଜୋରଦାର ମୁକାବିଲା ହୋଇଛି । ଅଧିକାଂଶ ଏକଜିଟ୍ ପୋଲରେ ଏବେ ଝୁଲା ନ ହେଲେ ଟଣାଓଟରା ସ୍ଥିତି । ତେବେ ହିମାଚଳରେ ନିର୍ବାଚନ ଜିତିଲେ ଉତ୍ତରାଖଣ୍ଡ ପରି ବିଜେପି 5 ବର୍ଷ ଅନ୍ତରରେ ବଦଳୁଥିବା ସରକାରର ଧାରା ବଦଳାଇବ । ସେହିପରି କଂଗ୍ରେସ ଜିତିଲେ ସେହି ଧାରା ବଳବତ୍ତର ରହିବ ।