କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଭୋଟ୍ ଦେବା ପରେ କହିଛନ୍ତି ଯେ ମୁଁ ସମସ୍ତଙ୍କୁ ନିବେଦନ କରୁଛି ସମସ୍ତେ ନିଜର ମତଦାନ ସାବ୍ୟସ୍ତ କରୁନ୍ତୁ। ବିଶେଷ କରି ଯେଉଁମାନେ ପ୍ରଥମ ଥର ଭୋଟର ହୋଇଛନ୍ତି ଅର୍ଥାତ ପ୍ରଥମ ଥର ପାଇଁ ନିଜର ମତଦାନ ସାବ୍ୟସ୍ତ କରିବା ପାଇଁ ଯୋଗ୍ୟତା ଲାଭ କରିଥିବା ଯୁବକ ଏବଂ ଯୁବତୀ ଭୋଟ୍ ଦେବା ଉଚିତ୍।
ଭୋଟ ଦେବା ପୂର୍ବରୁ ପରିବାର ସହ ମନ୍ଦିର ଦର୍ଶନ କଲେ ଶାହ

ନୂଆଦିଲ୍ଲୀ: ଗୁଜୁରାଟରେ ଚାଲିଛି ମତଦାନ। ଗୁଜୁରାଟର ୧୪ ଜିଲ୍ଲାର ୯୩ ସିଟ୍ ପାଇଁ ଭୋଟ୍ ଦେଉଛନ୍ତି ମତଦାତା। ପରିବାର ସହ ଆସି ଭୋଟ୍ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ତେବେ ଭୋଟ୍ ଦେବା ପୂର୍ବରୁ ଅହମ୍ମଦାବାଦର ଏକ ମନ୍ଦିରରେ ପରିବାର ସହ ପୂଜାର୍ଚ୍ଚନା କରିଥିଲେ ଶାହ। ଅହମ୍ମଦାବାଦର ନାରଣପୁରରେ ୧୦.୩୦ ସମୟରେ ଭୋଟ ଦେବା ପାଇଁ ପହଞ୍ଚିଥିଲେ ଶାହ। ପରେ ପରିବାର ଭୋଟ ଦେଇଥିଲେ ଶାହ।
Download Argus News App
