ଏବେ ବର୍ଷା ହେଲେ ରାସ୍ତାରେ ସୃଷ୍ଟି ହେଇଯାଉଛି ଛୋଟ ଛୋଟ ସ୍ୱିମିଂ ପୁଲ୍ । କାହିଁକି ନା ରାସ୍ତା ଏତ ମଜବୁତ ଯେ ରାସ୍ତା ମରାମତି ହେବାର କେଇଟା ଦିନ ନ ଯାଉଣୁ ଖାଲ ଖମାରେ ଭର୍ତ୍ତି ହେଇଯାଉଛି । ବଡ ଗାଡି ଅପେକ୍ଷା ଦୁଇ ଚକିଆ ଯାନ ବେଶୀ ହଇରାଣ ହେଉଛନ୍ତି ।
କାହିଁକି ନା ବର୍ଷା ହେଲେ ଖାଲ ଗୁଡିକ ପାଣିରେ ଭର୍ତ୍ତି ହୋଇଯାଉଛି । ଜଣାପଡୁନି ଯେ ଏହା ବଡ ଖାଲ କି ଛୋଟ । ବେଶୀ ପାଣି ନଥିବ ଭାବି ଗାଡି ପୁରେଇ ଦେଲେ କଥା ସରିଲା । ଯେମିତି ଏହି ଦୁଇ ବାବୁଙ୍କର ହେଲା।
ଦୁଇ ଜଣ ସମ୍ପୂର୍ଣ୍ଣ ଭାବରେ ଗୋଳିଆ ପାଣି ଭିତରେ । ବର୍ଷା ଦିନେ ଏହି ସମସ୍ୟାର ସମ୍ମୁଖୀନ ଆପଣ ବି ଉଣା ଅଧିକେ ହୋଇଥିବ । ଏହି ଭିଡିଓଟି କେଉଁଠିକାର ତ ଆମକୁ ଜଣା ନାହିଁ ହେଲେ ଗାଁଠୁ ଆରମ୍ଭ କରି ସହର ସବୁଠି ଲୋକଙ୍କୁ ଏହି ସମସ୍ୟାର ସାମନା କରିବାକୁ ପଡୁଛି । ହେଲେ ଏଥିପାଇଁ ଦାୟୀ କିଏ ? ସରକାର ଓ କଣ୍ଟ୍ରାକ୍ଟରଙ୍କ ମଧୁଚନ୍ଦ୍ରିକାରେ ଫଶୁଛନ୍ତି ସାଧାରଣ ଲୋକେ । ଏମିତି ଆଉ କେତେ ଦିନ...
ଭାରତ ଖବର ଆହୁରି ପଢ଼ନ୍ତୁ ।
Road condition in india#Roadsafety #Accidents #TrendingNow #viralvideo pic.twitter.com/mCw6SFmp3o — @AKB (@akbmotovlogs) October 11, 2022