ଏ କଥା ବି ସାମ୍ନାକୁ ଆସିବା ଦରକାର ଯେ, ଆମେ ନେଉଥିବା ଟିକା କେତେ ସୁରକ୍ଷିତ ଏବଂ ଏହା ଦ୍ବାରା କେହି ପ୍ରତିକୂଳ ଭାବେ ପ୍ରଭାବିତ ହେଉଛନ୍ତି କି ନାହିଁ।
ଏ ପ୍ରସଙ୍ଗରେ କେନ୍ଦ୍ର ସ୍ବାସ୍ଥ୍ୟ ରାଜ୍ୟ ମନ୍ତ୍ରୀ ନିଜର ବିବୃତ୍ତି ରଖିଛନ୍ତି। ଶୁକ୍ରବାର ଲୋକସଭାରେ ଏ ବାବଦରେ ପ୍ରଶ୍ନ ହେବାରୁ ମନ୍ତ୍ରୀ ଭାରତୀ ପାଓ୍ବାର କହିଛନ୍ତି ଯେ, କୋଭିଡ ୧୯ ନିରୋଧୀ ଟିକାର ୨ୟ ଫେଜ୍ ଟିକା ନେବାପରେ ୧୬୭ ଲୋକଙ୍କ ମୃତ୍ୟୁ ହୋଇଛି। ମନ୍ତ୍ରୀ ମହୋଦୟ ସଭାକୁ କହିଛନ୍ତି ଯେ, ଏହି କୋଭିଡ ଟିକା ଜନିତ ମୃତ୍ୟୁ ଘଟଣା ସର୍ବାଧିକ କେରଳରେ ହୋଇଛି। ଯେଉଁଠି ସର୍ବାଧିକ ୪୩ ଲୋକଙ୍କ ମୃତ୍ୟ ଘଟିଛି। ସେହିପରି ୨ୟ ସ୍ଥାନରେ ରହିଛି ମହାରାଷ୍ଟ୍ର। ଯେଉଁଠି ୧୫ ଜଣ ପ୍ରାଣ ହରାଇଛନ୍ତି। ଏହା ତଳକୁ ତଳ, ପଶ୍ଚିମ ବଙ୍ଗଜରେ ୧୪ ଜଣ, ମଧ୍ୟପ୍ରଦେଶ ଓ ଓଡିଶାରେ ୧୨ଜଣ ଲେଖାଏଁ ଲୋକଙ୍କ ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ଏକ ପ୍ରଶ୍ନରେ ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା କହିଛନ୍ତି ଯେ, ସ୍ତନପାନ କରାଉଥିବା ମହିଳାଙ୍କ କ୍ଷେତ୍ରରେ ମଧ୍ୟ ଟିକାର ପ୍ରାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଟିକାକରଣର ପ୍ରତିକୂଳ ପ୍ରଭାବ ସମ୍ପର୍କିତ ୧୩ଟି ମାମଲା ସାରା ଦେଶରେ ସାମ୍ନାକୁ ଆସିଛି। କିନ୍ତୁ ଏହା ମାରାତ୍ମକ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି।