ଇଣ୍ଡୋନେସିଆର କିଛି ଗାଁରେ ବିବାହ ଭଡାରେ କରାଯାଇଥାଏ । ଅର୍ଥାତ ସେହି ସ୍ଥାନକୁ ଯେଉଁ ପର୍ଯ୍ୟଟକ ପୁରୁଷ ମାନେ ବୁଲିବାକୁ ଆସିଥାନ୍ତି, ସେମାନେ ନିଜର ଖୁସି ପାଇଁ ସେଇଠି ବିବାହ କରିପାରିବେ । ସେମାନଙ୍କୁ ବିବାହ କରିବା ପାଇଁ ସେହି ସ୍ଥାନୀୟ ଅଞ୍ଚଳର କିଛି ସ୍ତ୍ରୀ ଲୋକ ସେମାନଙ୍କର କିଛି ଦିନପାଇଁ ସ୍ତ୍ରୀ ହୋଇଥାନ୍ତି । କିନ୍ତୁ ସମ୍ପୁର୍ଣ୍ଣ ରୀତିନୀତିରେ ସେମାନଙ୍କ ବିବାହ ସମ୍ପର୍ଣ୍ଣ ହୋଇଥାଏ । ସେଠାାକର ଜଣେ ବ୍ୟକ୍ତି ମଧ୍ୟସ୍ଥି ଭାବେ ପର୍ଯ୍ୟଟକଙ୍କ ସହ ସେଠାକାର ମହିଳାଙ୍କ ଭେଟ କରାଇଥାନ୍ତି । ପରେ ବିବାହ କରି ସ୍ବାମୀ ସ୍ତ୍ରୀ ଭାବରେ ହିଁ ପୁରା ଟ୍ରିପର ମଜା ନିଅନ୍ତି ପର୍ଯ୍ୟଟକ । ପରେ ଟ୍ରିପ ଶେଷ ହେବା ସମୟରେ ରୀତିନୀତି ଅନୁଯାୟୀ ସେମାନଙ୍କର ଡିଭୋର୍ସ ହୋଇଥାଏ । ତେବେ ଭଡାରେ ସ୍ତ୍ରୀ ହୋଇ ରହିବା ବାବଦକୁ ସେହି ମହିଳା ମାନଙ୍କୁ ପାରିଶ୍ରମିକ ମଧ୍ୟ ମିଳିଥାଏ ।
ଏହା ସେଠାକାର ମହିଳା ମାନଙ୍କର ଏକପ୍ରକାର ବିଜନେସ ଅଟେ । ଏହି ଟଙ୍କାରେ ସେମାନେ ପରିବାର ଚଳାଇଥାନ୍ତି । ପ୍ରତିବର୍ଷ ସେଠାକୁ ଅନେକ ପର୍ଯ୍ୟଟକ ଆସିଥାନ୍ତି । ଇଣ୍ଡୋନେସିଆ ର ନିୟମ ଅନୁଯାୟୀ, ଏହା ବେଆଇନ ହୋଇଥିଲେ ମଧ୍ୟ କୌଣସି କଡା କାର୍ଯ୍ୟାନୁଷ୍ଠାନ ନଥିବାରୁ ଆଜି ବି ସେଠାରେ ଏପରି ବିଜନେସ ଚାଲିଛି ।
ବିଶେଷ ଭାବେ କମ ଶିକ୍ଷିତ ଥିବା କିଛି ଗରିବ ଶ୍ରେଣୀର ଝିଅମାନେ ଏହି ବିଜନେସରେ ସାମିଲ ହୋଇଥାନ୍ତି ।