ନୂଆଦିଲ୍ଲୀ: ପିଏମ୍ ମୋଦି ଓ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ସୁପରହିଟ୍ ଯୋଡି ଏବେ ସରକାରରେ ମଧ୍ୟ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି । ଅମିତ ଶାହ, ମୋଦିଙ୍କ 2ୟ ଇନିଂସରେ ମନ୍ତ୍ରୀ ପଦ ପାଇପାରନ୍ତି ବୋଲି ଏବେ ପ୍ରମୁଖ ଚର୍ଚ୍ଚା । ତେବେ ଏହି ସବୁ କଳ୍ପନାଜଳ୍ପନା ଅଳ୍ପ ସମୟ ପରେ ଅନ୍ତ ହେବ । କାରଣ କିଛି ସମୟ ମଧ୍ୟରେ ମୋଦିଙ୍କ ଭବ୍ୟ ଶପଥ ଗ୍ରହଣ ସମାରୋହ ଆୟୋଜିତ ହେବ ଏହାରି ସହ ଜଣା ପଡିଯିବ ମୋଦିଙ୍କ କ୍ୟାବିନେଟ୍ରେ କିଏ କିଏ ଅଛନ୍ତି । ତେବେ ଏହି ସସ୍ପେନ୍ସ ଭିତରେ ଆସନ୍ତୁ ଜାଣିବା ମୋଦି-ଶାହ ସୁପରହିଟ୍ ଦୋସ୍ତାନା ଯୋଡି ବିଷୟରେ କିଛି ।
ହିନ୍ଦୁସ୍ତାନ ରାଜନୀତିର ଏହି କୃଷ୍ଣ-ସୁଦାମା ଯୋଡି ତିଆରି କରିବା ପଛରେ ମାଧ୍ୟମ ଥିଲା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ । ସୂତ୍ର ଅନୁସାରେ ମୋଦି-ଶାହଙ୍କ 1982ରେ ପ୍ରଥମ ସାକ୍ଷାତ ହୋଇଥିଲା । ଏହା ସେହି ସମୟର କଥା, ଯେତେବେଳେ ମୋଦି ଅହମଦାବାଦରେ ଆରଏସଏସର ଜିଲ୍ଲା ପ୍ରଚାରକ ଦାୟିତ୍ୱରେ ଥିଲେ । ଅନ୍ୟପଟେ ଅମିତ ଶାହ ସେହି ସମୟରେ ଏବିଭିପି ଛାତ୍ର ସଂଗଠନ ସହ କାମ କରୁଥିଲେ । ତେବେ ଉଭୟଙ୍କ ଦୋସ୍ତି ଧିରେ ଧିରେ ଆଗକୁ ବଢିଥିଲା ।
1986ରେ ଶାହ ବିଜେପି ଯୁବ ମୋର୍ଚ୍ଚାରେ ସାମିଲ ହେଲେ । ସେହି ସମୟରେ ନରେନ୍ଦ୍ର ମୋଦି ଗୁଜୁରାଟ ବିଜେପି ସଚିବ ଭାବେ ଦାୟିତ୍ୱ ତୁଲାଉଥିଲେ । ସମୟ ଗଡିଚାଲିଲା... । 1991ର ନିର୍ବାଚନରେ ଗାନ୍ଧିନଗର ଲୋକସଭା ଆସନରେ ଲାଲକୃଷ୍ଣ ଆଡଭାଣୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । ଏତିକି ବେଳେ ମୋଦି-ଶାହ ଯୋଡି ଆଡଭାଣୀଙ୍କ ପାଇଁ ଧୂଆଁଧାର ନିର୍ବାଚନୀ ପ୍ରଚାର କରିଥିଲେ ।
1996ରେ ଗୁଜୁରାଟରେ ବିଜେପିର ବରିଷ୍ଠ ନେତା କେଶୁଭାଇ ପଟେଲଙ୍କ ସହ ମୋଦିଙ୍କ ସମ୍ପର୍କରେ କଟୁତା ଆସିଗଲା । କିନ୍ତୁ ଶାହ ତଥାପି ମୋଦିଙ୍କ ହାତ ଛାଡିନଥିଲେ । 2001ରେ ମୋଦି ଯେତେବେଳେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ହେଲେ, ସେତେବେଳେ ସେ ଶାହଙ୍କୁ ମନ୍ତ୍ରୀ ଦାୟିତ୍ୱ ଦେଇଥିଲେ । ସେତେବେଳେ ଶାହଙ୍କୁ ମାତ୍ର 37 ବର୍ଷ ବୟସ ହୋଇଥିଲା । ମୋଦିଙ୍କ ଏପରି ନିଷ୍ପତ୍ତି ପରେ ସତ୍ତାରେ ଥିବା ଅନ୍ୟ ସମସ୍ତହ୍କୁ ମୋଦିଙ୍କ ପାଇଁ ଶାହଙ୍କ ଗୁରୁତ୍ୱ ଜଣାପଡିଯାଇଥିଲା ।
2002, 2007 ଏବଂ 2012ରେ ଗୁଜୁରାଟ୍ ବିଧାନସଭା ନିର୍ବାଚନରେ ଅମିତ ଶାହଙ୍କ ମହତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ମୋଦିଙ୍କ ଡାହାଣ ହାତ ବୋଲି ଶାହଙ୍କୁ କୁହାଗଲା । ସମୟକ୍ରମେ ମୋଦି ଗୁଜୁରାଟରୁ ଦିଲ୍ଲୀ ଆସିଲେ ଓ ଶାହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେଲେ । ମୋଦିଙ୍କ କାନ୍ଧରେ କାନ୍ଧ ମିଶାଇ ହିନ୍ଦୁସ୍ତାନର କୋଣାନୁକୋଣରେ ପଦ୍ମ ଫୁଟାଇବାକୁ ଚେଷ୍ଟାରେ ଲାଗି ପଡିଲେ ଶାହ । 2014 ପରେ ପୁଣି 2019ରେ ଏହି ଯୋଡି ଏବେ ବହୁମତ ପାଇଁ କମାଲ କରିଦେଖାଇଲା । ତେବେ ମୋଦିଙ୍କ କ୍ୟାବିନେଟ୍ରେ ମଧ୍ୟ ପୁଣି ଏହି ଯୋଡି ଦେଖିବାକୁ ମିଳିବ ବୋଲି ଆଲୋଚନା ହେଉଛି ।
ଅର୍ଗସ ବ୍ୟୁରୋ : ପୂର୍ବତଟ ରେଳପଥ ରାଜଭାଷା ବିଭାଗ ଦ୍ୱାରା ରାଜଭାଷା ପଖୱାଡା ଏହାର ମୁଖ୍ୟାଳୟ ରେଳ ସଦନ ଠାରେ ଆୟୋଜିତ ହୋଇଯାଇଅଛି । ସମାପନ ସମାରୋହରେ ଯୋଗଦାନ କରି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ରେଳପଥର ମହିଳା କଲ୍ୟାଣ ସଂଗଠନ (ଇକୋର) ର ସଭାପତି ଶ୍ରୀମତୀ ଦିବ୍ୟା ଶର୍ମାଙ୍କ ଉପସ୍ଥିତିରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ରେଳ କର୍ମଚାରୀଙ୍କୁ ପୁରସ୍କାର ବିତରଣ କରିଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭାରତ ସରକାରଙ୍କ ସରକାରୀ ଭାଷା ନୀତି ଅନୁଯାୟୀ ହିନ୍ଦୀ ଦିବସ ଅବସରରେ ରାଜଭାଷା ପକ୍ଷ ପାଳନ କରାଯାଉଛି। ଏହି ଉତ୍ସବର ମୂଳ ଉଦ୍ଦେଶ୍ୟ ହେଉଛି ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ହିନ୍ଦୀରେ କାମ କରିବାକୁ ଉତ୍ସାହିତ କରିବା । ପୂର୍ବତଟ ରେଳପଥର ବିଭିନ୍ନ ବିଭାଗରେ 'ସ୍ୱତନ୍ତ୍ର ଯୋଗାଯୋଗ ଅଭିଯାନ' ସହିତ ଏହି ଉତ୍ସବ ଆରମ୍ଭ ହୋଇଥିଲା, ଯେଉଁଥିରେ ରାଜଭାଷା କର୍ମଚାରୀମାନେ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ହିନ୍ଦୀ ଦିବସ ଓ ପଖୱାଡା ମହତ୍ୱ ବିଷୟରେ ଅବଗତ କରାଇଥିଲେ ଏବଂ ସେମାନଙ୍କୁ ସରକାରୀ ଭାଷାରେ - ହିନ୍ଦୀରେ କାମ କରିବାକୁ ଉତ୍ସାହିତ କରିଥିଲେ ।
ଏହା ବ୍ୟତୀତ ପ୍ରବନ୍ଧ, ବିତର୍କ, କ୍ଷୁଦ୍ରଗଳ୍ପ ଲେଖା ଏବଂ ନୋଟିଙ୍ଗ୍ ଏବଂ ଡ୍ରାଫ୍ଟିଙ୍ଗ୍ ସହିତ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଉଥିଲା ଯେଉଁଥିରେ ରାଜଭାଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ଅଧିକାରୀ ଏବଂ କର୍ମଚାରୀ ମାନେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ ।
ଏହି ଉତ୍ସବକୁ ସ୍ମରଣୀୟ କରିବା ପାଇଁ ପୂର୍ବତଟ ରେଳପଥର ରାଜଭାଷା ବିଭାଗ ଏକ କବି ସମ୍ମିଳନୀ ଆୟୋଜନ କରିଥିଲେ ଯେଉଁଠାରେ ଶ୍ରୀ ପ୍ରମୋଦ ସୋନି, ଶ୍ରୀ କିଶନ ଖଣ୍ଡେଲୱାଲ ଏବଂ ରାମ ଶଙ୍କର କିଶୋର ଶର୍ମାଙ୍କ ପରି ଜଣାଶୁଣା କବିମାନେ ଅଂଶଗ୍ରହଣ କରିଥିଲେ ଏବଂ ସେମାନଙ୍କ କବିତା ମାଧ୍ୟମରେ କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ମନୋରଞ୍ଜନ କରାଇଥିଲେ ।
ଏହି ଉଦଯାପନୀ ଉତ୍ସବ ଅବସରରେ ରେଳପଥର ସମସ୍ତ ବିଭାଗର ପ୍ରମୁଖ ଅଧିକାରୀ ମାନଙ୍କ ସହିତ ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ଶରଦ କୁମାର ଶ୍ରୀବାସ୍ତବ ଉପସ୍ଥିତ ଥିଲେ । ଉପମୁଖ୍ୟ ରାଜଭାଷା ଅଧିକାରୀ ଶ୍ରୀ ଆଶୁତୋଷ କୁମାର ଶୁକ୍ଲା ଏବଂ ରାଜଭାଷା ଅଧିକାରୀ ଶ୍ରୀମତୀ ୟଲୀନା ପଣ୍ଡା ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
ଅର୍ଗସ ବ୍ୟୁରୋ : ଆସନ୍ତା ସପ୍ତାହରେ ଘୋଷଣା ହେବ ନୋବେଲ ପୁରସ୍କାର । ଉତ୍କୃଷ୍ଟ କାମ ପାଇଁ ୬ଟି କ୍ଷେତ୍ରରେ ଲୋକଙ୍କ ଦିଆଯିବ ବିଶ୍ବର ସର୍ବୋଚ୍ଚ ସମ୍ମାନ । ଅକ୍ଟୋବର ୩ ତାରିଖରେ ନୋବେଲ ପୁରସ୍କାର ଘୋଷଣା ହେବ ।
ଅଧିକ ପଢନ୍ତୁ ଭାରତ ଖବର
୬ ଦିନ ମଧ୍ୟରେ ବିଶ୍ବକୁ ମିଳିଯିବ ସାହିତ୍ୟ, ରସାୟନ ବିଜ୍ଞାନ, ଭୌତିକ ବିଜ୍ଞାନ, ଅର୍ଥଶାସ୍ତ୍ରଓ ମେଡିସିନ ଆଦି କ୍ଷେତ୍ରରେ ଉତ୍କୃଷ୍ଟ କାମ ଚୟନ ହୋଇଥିବା ବ୍ୟକ୍ତିତ୍ବ । ନୋବେଲ ପୁରସ୍କାର ହେଉଛି ବିଶ୍ବର ସବୁଠାକୁ ସମ୍ମାନ ଜନକ ଆଓ୍ବାର୍ଡ । ୬ଟି କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ଏହି ପୁରସ୍କାର ମିଳିଥାଏ । ୧୯୦୧ରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି ।