End of an era: Grammy-winner Ricky Kej, Anup Jalota and other music stalwarts mourn Ustad Zakir Hussain's demise
Read @ANI | Story https://t.co/8eHJXgQgOX#ZakirHussain #Tributes pic.twitter.com/FzUT26OoFY — ANI Digital (@ani_digital) December 16, 2024
ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଉସ୍ତାଦଙ୍କ ପରିବାର ଲୋକେ ଏ ନେଇ କୌଣସି ସୂଚନା ଦେଇନାହାନ୍ତି ।୧୯୫୧ ମାର୍ଚ୍ଚ ୯ ତାରିଖରେ ଜନ୍ମଲାଭ କରିଥିଲେ ପଦ୍ମ ବିଭୂଷଣ ଉସ୍ତାଦ ଜାକିର ହୁସେନ । ତବଲା ବାଦ୍ୟରେ ବିଶ୍ୱପ୍ରସିଦ୍ଧି ହାସଲ କରି ସେ ଅନେକ ପୁରସ୍କାରର ଅଧିକାରୀ ହୋଇଛନ୍ତି । ୧୯୮୮ ମସିହାରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ ଉସ୍ତାଦ ଜାକିର ହୁସେନ୍ । ଏହାପରେ ୨୦୦୨ ମସିହାରେ ତାଙ୍କୁ ପଦ୍ମଭୂଷଣ ଏବଂ ୨୦୨୩ ମସିହାରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି । ଉସ୍ତାଦ ଜାକିର ହୁସେନଙ୍କୁ ୩ ଥର ଗ୍ରେମୀ ଆୱାର୍ଡ ମଧ୍ୟ ପ୍ରଦାନ କରାଯାଇଛି।
ତବଲା ବାଦକ ଉସ୍ତାଦ ଆଲ୍ଲାହ ରଖା କୁରେଶୀ ଏବଂ ବିବି ବେଗମଙ୍କ ସୁସନ୍ତାନ ଭାବରେ ୧୯୫୧ ମସିହାରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ ଉସ୍ତାଦ ଜାକିର । ମୁମ୍ବାଇ ମାହିମ ସ୍ତିତ ସେଣ୍ଟ ମାଇକଲ ସ୍କୁଲରେ ପାଠ ପଢିଥିଲେ ସେ । ଏହାପରେ ମୁମ୍ବାଇର ସେଣ୍ଟ ଜାଭିୟର୍ସ କଲେଜରୁ ଡିଗ୍ରୀ ହାସଲ କରିଥିଲେ । ମାତ୍ର ୧୧ ବର୍ଷ ବୟସରେ ସେ ଆମେରିକାରେ ନିଜ ପ୍ରଥମ କନ୍ସର୍ଟ କରିଥିଲେ ଉସ୍ତାଦ ଜାକିର ହୁସେନ୍ । ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି । ତବଲା ବାଦ୍ୟରେ ଅନେକ ସଫଳତା ହାସଲ କରି ୧୯୭୩ ମସିହାରେ ସେ ନିଜ ପ୍ରଥମ ଆଲବମ ’ଲିଭିଙ୍ଗ ଇନ ଦ ମ୍ୟାଟେରିଆଲ ୱାର୍ଲଡ’ ଲଞ୍ଚ୍ କରିଥିଲେ।
ଅଧିକ ପଢ଼ନ୍ତୁ ଭାରତ ଖବର