କିଛିମାସରେ ଟିକା ଭାରତରେ ନିର୍ମାଣ କରାଯିବ ବୋଲି ଦାନିଶ ଔଷଧ ନିର୍ମାଣକାରୀ କମ୍ପାନୀ ବାଭାରିଆନ ନୋରଡିକ ସହ ବିଚାରବିମର୍ଶ କରାଯାଇଥିବା ଜଣାପଡିଛି। ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ସହ କୌଣସି ଆଲୋଚନା ହୋଇନଥିବାବେଳେ ଭାକ୍ସିନର ମୂଲ୍ୟ ମଧ୍ୟ ଧାର୍ଯ୍ୟ କରାଯାଇ ନଥିବା ପୁନାଓ୍ୱାଲା କହିଛନ୍ତି।
ଭାରତ ଖବର ଆହୁରି ପଢ଼ନ୍ତୁ ।
ମଙ୍କିପକ୍ସ ପାଇଁ ଖୁବ ଶୀଘ୍ର ଟିକା

ଅର୍ଗସ ବ୍ୟୁରୋ: ଦେଶରେ ମଙ୍କିପକ୍ସ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଦିନକୁ ଦିନ ଏ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଯାହାକୁ ନେଇ ଚିନ୍ତା ବଢ଼ୁଛି। ଅଦ୍ୟାବଧି ୪ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଗାମୀ ଦିନରେ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ନେଇ ଆଶଙ୍କା ଉପୁଜୁଛି। ତେବେ ଏହାର ମୁକାବିଲା ପାଇଁ ଦାନିଶ ସ୍ମଲପକ୍ସ ଟିକା ବ୍ୟବହାର କରାଯାଇପାରିବ ବୋଲି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଟିକା ନିର୍ମାଣକାରୀ କମ୍ପାନୀ ସିଇଓ ଅଦାର ପୁନାଓ୍ୱାଲା କହିଛନ୍ତି। ଏନେଇ ସେରମ କମ୍ପାନୀ ପକ୍ଷରୁ ଲକ୍ଷାଧିକ ଦାନିଶ ସ୍ମଲପକ୍ସ ଭାକ୍ସିନ କିଣାଯାଇଥିବା ସେ ପ୍ରକାଶ କରିଛନ୍ତି।
ଚାଲିଗଲା ବର୍ଷା, ଛାଡି ଦେଇଗଲା ଦୁର୍ଦ୍ଦଶା

ଅର୍ଗସ ବ୍ୟୁରୋ: ରାଜ୍ୟରେ ଲଘୁଚାପ କାରଣରୁ ବର୍ଷା ଲାଗି ରହିଥିଲା। ଏବେ ବର୍ଷା ସିନା ଛାଡିଯାଇଛି, ହେଲେ ଲୋକେ ବର୍ଷା କାରଣରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ କରାଯାଉଛି। ପହଞ୍ଚିନି 34 ଗେଟର ପାଣି, ହେଲେ କଣାସ ବ୍ଲକ ଦୋକନ୍ଦା ଗାଁ ଦାଣ୍ଡରେ ଚାଲିଲା ଅଣ୍ଟାଏ ଉଚ୍ଚର ପାଣି। ଘରେ ଘରେ ପଶିଲା ଦୟା ନଦୀ
Download Argus News App
