ବେଙ୍ଗାଲୁର: କର୍ଣ୍ଣାଟକର 15ଟି ବିଧାନସଭା ସିଟ୍ ପାଇଁ ଉପନିର୍ବାଚନ ଆରମ୍ଭ ହୋଇଛି । ଏହି ଉପନିର୍ବାଚନ ପଳାଫଳରୁ ନିର୍ଣ୍ଣୟ ହେବ ଯେ, କର୍ଣ୍ଣାଟକରେ 4 ମାସର ପୁରୁଣା ସରକାର ବିଜେପି ସେଠାରେ ପୁଣି ସରକାର ଗଢିବ କି ନାହିଁ । 15 ଟି ସଟ୍ରୁ କମସେକମ୍ 6 ଟି ସିଟ୍ ଜିତିବା ୟେଦୁରପ୍ପା ସରକାର ପାଇଁ ବହୁତ ଜରୁରୀ ହୋଇପଡିଛି । ଏଠି କହି ରଖୁଛୁ ଯେ, କର୍ଣ୍ଣାଟକରେ ଉପନିର୍ବାଚନ ଅଠାନୀ, କଗବାଡ, ଗୋକକ, ୟେଲାପୁର, ହେରେକେରୁର, ରାନିବେନ୍ନୁର, ବିଜୟନଗୀର, ଚିବେଲାପୁର, କେ.ଆର.ପୁରା, ୟଶବନ୍ତପୁରା, ମହାଲକ୍ଷ୍ମୀ ଲେଆଉଟ, ଶିବାଜୀନଗର, ହୋସାକୋଟେ, କେ.ଆର. ପେଟେ ପ୍ରଭୃତି ସିଟ୍ରେ ହେବ ।
ସୁଚନାନୁଯାୟୀ 15 ଟି ବିଧାନସଭା କ୍ଷେତ୍ରରେ 38 ଲକ୍ଷରୁ ଅଧିକ ଭୋଟର ଅଛନ୍ତି । ଯେଉଁଥିରେ 19.25 ଲକ୍ଷ ପୁରୁଷ ଓ 18.52 ଲକ୍ଷ ମହିଳା ଶାମିଲ ଅଛନ୍ତି । 4185 ଭୋଟ କେନ୍ଦ୍ରରେ ଭୋଟ ହେବ । ଏହି ଭୋଟ କେନ୍ଦ୍ରରେ ଦିନତମାମ ଭୋଟ ପାଇଁ ପାଖାପାଖି 8,326 ବାଲେଟ ୟୁନିଟ୍ସ, 8,186 କଂଟ୍ରୋଲିଙ୍ଗ ୟୁନିଟ୍ସ ଓ 7,876 ବିବିପିଏଟି ଉପସ୍ଥିତ ରହିବ । ସୁରକ୍ଷା ଦୃଷ୍ଟିରୁ 15 ଟି ବିଧାନସଭାରେ 21,000 ମତଦାତା ଅଧିକାରୀ ଓ ପାଖାପାଖି 19,000 ସୁରକ୍ଷାକର୍ମି ମୁତୟନ ଅଛନ୍ତି ।
ସୁବର୍ଣ୍ଣପୁର: ମାହୁନ୍ତକୁ କଚାଡି ହାତୀ ଫେରାର । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଧନୁଯାତ୍ରାରେ ଅଘଟଣ । ଧନୁଯାତ୍ରାରେ ସାମିଲ ଥିବା ହାତୀ ମାହୁନ୍ତକୁ କଚାଡି ଫେରାର ମାରିଥିବା ସୂଚନା ରହିଛି । ତେବେ ମାହୁନ୍ତ ଜଣକ ସୁରକ୍ଷିତ ଥିବା ଜଣାପଡିଛି । ହାତୀଟି ଗାଁ ମୁହାଁ ହୋଇଥିବା ସୂଚନା ମିଳିଛି ।
ଆଜି ଧନୁଯାତ୍ରାର ଚତୁର୍ଥ ରଜନୀ । କଂସ ମହାରାଜକୁ ହାତୀ ନେଇଥିବାବେଳେ ହଠାତ୍ ହାତୀଟି ପଳାଇବାରେ ଲାଗିଥିଲା । ମାହୁନ୍ତ ଜଣକ ହାତୀକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରିଥିଲେ ହେଁ ହାତୀ ଟି ନିୟନ୍ତ୍ରଣ ହରାଇ ମାହୁନ୍ତକୁ କଚାଡି ଦୌଡ଼ି ପଳେଇ ଥିଲା । ତେବେ ଅନ୍ଧାର ହୋଇଥିବାରୁ ହାତୀକୁ ଖୋଜିବାରେ ବାଧା ସୃଷ୍ଟି ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ହାତୀର ସନ୍ଧାନ ମିଳି ପାରି ନାହିଁ । ଏବେ ସମସ୍ତେ ହାତୀଟିକୁ ଖୋଜିବାରେ ଲାଗିଥିବାବେଳେ ଯାତ୍ରା ମଧ୍ୟ ବାଧାପ୍ରାପ୍ତ ରହିଛି ।
ଆହୁରି ପଢନ୍ତୁ ଓଡିଶା ଖବର...