ଅର୍ଥନୀତି ମନ୍ତ୍ରଣାଳୟ ଅନୁସାରେ ୫୦ ଲକ୍ଷରୁ ଅଧିକ ରୋଜଗାର କରୁଥିବା ନାଗରିକଙ୍କ ଆଇଟି ରିଟର୍ଣ୍ଣରେ ୫ ଗୁଣ ଅଧିକ ବୃଦ୍ଧି ଘଟିଛି । ୨୦୧୪ ଅର୍ଥନୈତିକ ବର୍ଷରେ ୧.୮୫ ଲକ୍ଷ ରିଟର୍ଣ୍ଣ ଫାଇଲ୍ ହୋଇଥିଲା । ୨୦୨୪ ରେ ୯.୩୯ ଲକ୍ଷ ରିଟର୍ଣ୍ଣ ଫାଇଲ୍ ହୋଇଛି । ଏହା ଟିକସ୍ ଖିଲାପକାରୀ ଏବଂ ବ୍ଲାକ୍ ମନି ବିରୋଧରେ ମୋଦି ସରକାରଙ୍କ ଦୃଢ ପଦକ୍ଷେପର ପରିଣାମକୁ ଦର୍ଶାଉଛି । ବର୍ତ୍ତମାନ ଟିକସକୁ ନେଇ ମୋଦି ସରକାରଙ୍କ ନିଷ୍ପତି ଅନୁସାରେ ବର୍ଷକୁ ୫୦ ଲକ୍ଷ ରୋଜଗାର କରୁଥିବା ବ୍ୟକ୍ତି ମାନଙ୍କର ITR ଫାଇଲିଂରେ ବୃଦ୍ଧି ହେବ ।